ମୂଷା ( Rat ) ଘରୁ ବାହାର କରିବାର ଉପାୟ | Home Remedies
ପରିବେଶରେ ଅନେକ ପ୍ରକାର ଜୀବଜନ୍ତୁ ରହିଥାନ୍ତି , ଯାହା ଆମ ପରିବେଶ କୁ ସୁସ୍ଥ ରଖିବା ପାଇଁ ସେମାନଙ୍କ ଉପସ୍ଥିତି ଅତ୍ୟନ୍ତ ଜରୁରୀ ଅଟେ । କିନ୍ତୁ ଏମିତି କିଛି ଜୀବ ରହିଥାନ୍ତି ଯେଉଁମାନେ ଆମକୁ ବହୁତ ହଇରାଣ କରିଥାନ୍ତି । ତେବେ ସେମାନଙ୍କ ମଧ୍ୟରୁ ଗୋଟିଏ ହେଉଛି ମୂଷା , ଯାହା ଆମକୁ ଅନେକ ହଇରାଣ କରିଥାନ୍ତି । ଆପଣଙ୍କର ଦାମି ଜିନିଷକୁ ଖରାପ କରି ଦେଇଥାନ୍ତି ,
ଏଥିପାଇଁ ଆପଣ ମାନେ ମାର୍କେଟ ରୁ ମୂଶା ମରା ଔଷଧ ଆଣି ଦେଇଥାନ୍ତି । କିନ୍ତୁ ଆଜି ଆମେ ଆପଣ ମାନଙ୍କୁ ଏକ ଘରୋଇ ଉପାୟ ବିଷୟରେ କହିବୁ , ଯାହା ସାହାର୍ଯ୍ୟରେ ଆପଣ ମାନେ ମୂଷାକୁ ମାରିବା ପରିବର୍ତ୍ତେ ଘଉଡାଇ ପାରିବେ ।
ମୂଷାକୁ ନକରାତ୍ମକ ଏବଂ ଅଜ୍ଞାନୀ ଶକ୍ତିର ପ୍ରତୀକ ମାନାଯାଏ । ଯେଉଁ ଘରେ ମୂଷା ରହିଥାଏ ସେହି ଘରର ଲୋକମାନଙ୍କର ଭୌତିକ ବିକାଶ ଠିକ ରୂପରେ ହୋଇ ପାରିନଥାଏ । ମୂଷା ମାନେ ଆମର ଘରର ସମସ୍ତ ଖାଦ୍ୟ ଏବଂ ଜିନିଷ ଗୁଡିକ ନଷ୍ଟ କରିଦିଅନ୍ତି । ଏହା ବ୍ୟତୀତ ଘରେ ମୂଷା ରହିବା ଦ୍ୱାରା ପିଲା ମାନଙ୍କୁ ବହୁତ ବେମାରୀ ହୋଇଥାଏ । ପ୍ରାୟ ଲୋକମାନେ ମୂଷାକୁ ଘରୁ ବାହାର କରିବା ପାଇଁ କେତେକ ଉପାୟ ମାନ କରିଥାନ୍ତି ।ତେବେ ଆସନ୍ତୁ ଜାଣିବା ସେହି ଘରୋଇ ଉପାୟ ବିଷୟରେ ।
ମୁଷକୁ ଘରୁ ତଡିବାର ସହଜ ଉପାୟ ଗୁଡିକ ହେଲା :-
1–ପେପରମିଣ୍ଟ ଅଏଲ
ପେପରମିଣ୍ଟର ଅଏଲର ବ୍ୟବହାର କରିବା ଦ୍ୱାରା ଆମେ ମାନେ ଅତି ସହଜରେ ମୂଷା ମାନଙ୍କୁ ଘରୁ ବାହାରକୁ ବାହାର କରିପାରିବା । କାହିଁକିନା ଏହି ତେଲର ଗନ୍ଧ ବହୁତ ହିଁ ହାର୍ଡ ହୋଇଥାଏ । ଏହା ସହିତ ଏହାକୁ ମୂଷା ମାନେ ସହନ କରିପାରନ୍ତି ନାହିଁ । କଟନ ବା ତୁଳାର ଛୋଟ ଛୋଟ ଟୁକୁଡା କରି ସେଥିରେ ପେପରମିଣ୍ଟ ଅଏଲ ଲଗାଇ ଦିଅନ୍ତୁ । ଏହା ପରେ ଏହାକୁ ସେହି ସ୍ଥାନରେ ରଖନ୍ତୁ ଯେଉଁଠାରେ ମୂଷା ମାନେ ରହିଥାନ୍ତି । ଏହାର ଗନ୍ଧ ଯିବା ମାତ୍ରେ ମୂଷା ମାନେ ସେଠାରୁ ବାହାରି ଯିବେ ।
2–ଲାଲା ମରିଚ ପାଉଡର
ଆପଣ ମାନେ ମରିଚ ଗୁଣ୍ଡ ନିଅନ୍ତୁ । ଏହା ପରେ ଅଳ୍ପ ଶୁଖିଲା ଅଟାରେ ତାହାରୁ ଭଲ ଭାବରେ ମିଶାଇ ଦିଅନ୍ତୁ । ଏହାକୁ ମୂଷା ରହୁଥିବା ବା ଯାଉଥିବା ସ୍ଥାନରେ ରଖିଦିଅନ୍ତୁ । ମୂଷାର ନାକ ସମ୍ବେଦନ ଶୀଳ ହୋଇଥାଏ । ଯେମିତି ହିଁ ସେମାନେ ଏହି ମିଶ୍ରଣକୁ ଖାଇବା ପାଇଁ ଚେଷ୍ଟା କରିବେ ବା ତାହାର ପାଖକୁ ଯିବେ ତେବେ ଏହି ଲାଲ ମିରିଚିର ପାଉଡର ସେମାନଙ୍କୁ ବିତାଡିତ କରିବ । ଯାହା ଦ୍ୱାରା କି ମୂଷା ମାନେ ସେହି ଘରୁ ପଲେଇବେ । ଧ୍ୟାନ ରଖିବେ କି ପିଲା ମାନଙ୍କୁ ଏହି ମିସ୍ରଣ ପାଖରୁ ଦୂରେଇ କରି ରଖିବେ ।
3–ତେଜ ପତ୍ର
ତେଜପତ୍ରର ବ୍ୟବହାର ଆମେ ଖାଇବାରେ କରିଥାଉ ମାତ୍ର ମୂଷାକୁ ଘରୁ ବାହାର କରିବା ପାଇଁ ମଧ୍ୟ ତେଜ ପତ୍ରର ବ୍ୟବହାର କରାଯାଏ । ଏଥିପାଇଁ ଆପଣ ମାନେ ଚାରିରୁ ପାଞ୍ଚଟି ତେଜପତ୍ର ନିଅନ୍ତୁ ଏବଂ ରାତିରେ ଶୋଇବା ସମୟରେ ଏହାକୁ ଜଳେଇ ଦିଅନ୍ତୁ । ଏହାକୁ ଜଳେଇ ସାରିବା ପରେ କିଛି ସମୟ ପାଇଁ କବାଟ ଝରକା ବନ୍ଦ କରିଦିଅନ୍ତୁ । ତେଜପତ୍ରର ଗନ୍ଧରୁ ମୂଷା ମାନେ ଘରୁ ବାହାରକୁ ପଳେଇବେ । ତେଜପତ୍ର ଦ୍ୱାରା କେବଳ ମୂଷା ନୁହେଁ ବରଂ ମଶା ଏବଂ ମାଛି ମଧ୍ୟ ଘରୁ ବାହାରକୁ ପଳେଇ ଯିବେ ।