ମୁଁ ଶବରୀ ନୁହେଁ, ହେଲେ ଲୁହରେ ଆଜି ମୋ ରାମଚନ୍ଦ୍ରଙ୍କ ପାଦ ଦୁଇଟାକୁ ଧୋଇଦେବି।….ତୁମେ ହିଁ ମୋର ପ୍ରଭୁ ଶ୍ରୀରାମ….ମନରେ ଭକ୍ତିଥିଲେ ନିଶ୍ଚିତ ଦେଖିବେ ଏହି ସୁନ୍ଦର ଦୃଶ୍ୟ…

ଆଜି ଭାରତ ବର୍ଷ ରେ ଏହି ଭିଡ଼ିଓ ଟି ସମସ୍ତ ଙ୍କର ଆକର୍ଷଣ ର ଏକ କେନ୍ଦ୍ରବିନ୍ଦୁ ପାଲଟି ଯାଇଛି, ସମସ୍ତେ ଏହି ଦୃଶ୍ୟ କୁ ବାରମ୍ବାର ମୋବାଇଲ ଦ୍ୱାରା ଦେଖୁଛନ୍ତି ଆଉ ଏହି ମହିଳା ଙ୍କର ଭକ୍ତି କୁ ଦେଖୁଛନ୍ତି | ମହିଳା ଜଣଙ୍କ ଜଣେ ବ୍ୟକ୍ତି ଙ୍କର ଗୋଡ଼ ତଳେ ପଡ଼ି ଯାଇଛନ୍ତି, ହେଲେ କାହିଁକି କିଏ ଏ ବ୍ୟକ୍ତି ଆଉ କାହିଁକି ଏହି ମହିଳା ଜଣଙ୍କ ବ୍ୟକ୍ତି ଙ୍କର ଗୋଡ଼ ତଳେ ପଡ଼ି ଯାଇଛନ୍ତି ଆଉ ଏହା ସହିତ କାହିଁକି ବ୍ୟକ୍ତି ଜଣଙ୍କ ବାରମ୍ବାର ମନା କରୁଛନ୍ତି ତାଙ୍କୁ ମୁଣ୍ଡିଆ ମାରିବା ପାଇଁ |

ତେବେ ଆମେ କହି ଦେବାକୁ ଚାହୁଁଛୁ ଏହି ବ୍ୟକ୍ତି ଜଣଙ୍କ ହେଉଛନ୍ତି ଭଗବାନ ରାମଚନ୍ଦ୍ର ଙ୍କର ଚରିତ୍ର ନିର୍ବାହ କରିଥିବା ଶ୍ରୀ ଅରୁନ ଗଭୀଲ | ଆଉ ଏହା ଏକ ଏମିତି ସିରିଏଲ ଥିଲା ଯାହା କୋଭିଡ ସମୟରେ ସବୁ ରେକର୍ଡ ଭାଙ୍ଗି ଦେଇ ଥିଲା | 80 ଦଶକ ରେ ନିର୍ମିତ ହୋଇ ଥିବା ଏହି ସିରିଏଲ ରେ ରାମ ଙ୍କ ଭୂମିକା ରେ ଅରୁନ ରୋଲ କରି ଥିଲେ |

ତେବେ ସେତେ ବେଳେ ଦର୍ଶକ ଏହି ଟିଭି ସିରିଏଲ କୁ ହୃଦୟ ରେ ବସେଇ ରଖି ଥିଲେ | ତେବେ ଏହି ଟିଭି ସିରିଏଲ 80 ବର୍ଷ ତଳେ ନୁହେଁ ବରଂ ବର୍ତ୍ତମାନ ମଧ୍ୟ ଅନେକ ଗୁଞ୍ଜରଣ ସମଗ୍ର ଦେଶ ରେ ସୃଷ୍ଟି କରିଛି | କୋଭିଡ ସମୟରେ ରାମାୟଣ କୁ ପୁନର୍ବାର ପ୍ରସାରଣ କରା ଯାଇଥିଲା ଆଉ ଡିଡି ୱାନ ରେ ଏହା ଏଭଳି ଏକ ସିରିଏଲ ଥିଲା ଯାହା ସବୁ ସିରିଏଲ ର ଟିଆରପି କୁ ପଛରେ ପକାଇ ଦେଇ ଥିଲା | ତେବେ ସମ୍ଭାଜି ନଗର ଏୟାରପର୍ଟ ରେ ଯେତେ ବେଳେ ଅରୁନ କଭୀଲ ନିଜ ପତ୍ନୀ ଙ୍କ ସହ ଆସୁ ଥିଲେ ସେତେ ବେଳେ ଏହି ମହିଳା ଜଣଙ୍କ ଚାଲି ଆସି ଥିଲେ ଆଉ ଆଖିରୁ ଲୁହ ବାହାରି ଆସି ଥିଲା |

ନିଜର ଭାବ ବିହ୍ଵଳ କୁ ସେ ଅଟକେଇ ପାରୁ ନଥିଲେ ଆଉ ତାଙ୍କର ଆଖିର ଲୁହରେ ପ୍ରଭୁ ଶ୍ରୀ ରାମଚନ୍ଦ୍ର ଙ୍କର ପାଦ କୁ ଧୋଇ ପକାଇ ଥିଲେ | ରାମଚନ୍ଦ୍ର ଙ୍କର ଜୀବନ୍ତ ଭାବେ ସେ ଉପସ୍ଥାପିତ କରି ଥିଲେ ଯିଏ ଏଭଳି ଏକ ଚରିତ୍ର କୁ କେହି ବି ଉପସ୍ଥାପିତ କରି ନାହାଁନ୍ତି |

ଆଉ ସେଥିପାଇଁ ଆଜି ଭକ୍ତ ର ହୃଦୟ ବ୍ୟାକୁଳ ହୋଇ ଉଠି ଥିଲା ଆଉ ଯେତେ ମନା କରି ଥିଲେ ବି ଏହି ମହିଳା ଜଣଙ୍କ ଶୁଣି ନଥିଲେ ଆଉ ପରିଶେଷରେ ମହିଳା ଙ୍କ ଭକ୍ତି କୁ ଦେଖି ଅରୁନ ଗଭୀଲ ଙ୍କ ଆଖୁରୁ ଲୁହ ଚାଲି ଆସିଥିଲା | ବେଳେ ବେଳେ ଦେଖିଥିବା ଏକ ଚରିତ୍ର ଆମ ମନରେ ଘର କରି ରହି ଯାଇଥାଏ ଆଉ ସେତେବେଳେ ସେହି ଚରିତ୍ର ଯଦି ମର୍ଯ୍ୟାଦା ପ୍ରଭୁ ରାମଚନ୍ଦ୍ର ଙ୍କର ଥାଏ ତେବେ ତାକୁ ନିର୍ବାହ କରୁଥିବା ବ୍ୟକ୍ତି ହିଁ ଆମ ପାଇଁ ଭଗବାନ ପାଲଟି ଯାଏ |