ମୁଁ ଓଡ଼ିଶାର ହିରୋଇନ ଥିଲି ଫିଲ୍ମ କରୁଥିଲି ..ମୋତେ ଟର୍ଚର କରି ମୋର ଅବସ୍ଥା ଏମିତି କରିଦେଲେ….
ପେଟରେ ବଢୁଛି ପିଲା। ମା ମାଗୁଛି ନ୍ୟାୟ।୯ ମାସର ଗର୍ଭକୁ ନେଇ ଥାନର ଦ୍ୱାରସ୍ଥ ହେଲେ ମହିଳା। ଯେଉଁ ସମୟରେ ମହିଳାଙ୍କ ପାଖରେ ତାଙ୍କ ସ୍ବାମୀଙ୍କ ରହିବା ଅଧିକ ଆବଶ୍ୟକତା ରହିଛି ସେହି ସମୟରେ ମହିଳାଙ୍କ ପାଖକୁ ତାଙ୍କ ସ୍ବାମୀଙ୍କୁ ଛାଡି ଦେବା ପାଇଁ ବାରମ୍ବାର ଧମକ ଆସୁଛି। ଯାହାକୁ ନେଇ ମହିଳା ଥାନାର ଦ୍ୱାରସ୍ଥ ହୋଇଛନ୍ତି।
ତେବେ ମହିଳା ଜଣକ ନିଜକୁ ଜଣେ ଓଡ଼ିଆ ଅଭିନେତ୍ରୀର ପରିଚୟ ଦେଉଛନ୍ତି । ଏକାଧିକ ଓଡ଼ିଆ ସିନେମା ସେ କରିଛନ୍ତି ବୋଲି କହୁଛନ୍ତି ଆଉ ଯାହାର ପ୍ରମାଣ ମଧ୍ୟ ସେ ପୋଲିସକୁ ଦେଇଛନ୍ତି। ମହିଳାଙ୍କ କହିବା ଅନୁଯାୟୀ ତାଙ୍କର ପ୍ରକୃତ ଘର ପଶ୍ଚିମବଙ୍ଗର କଲିକତା ସହରରେ।
ଓଡ଼ିଶାକୁ ସେ ସେନେମା କରିବା ପାଇଁ ଆସିଥିଲେ ଆଉ ସେ ଓଡ଼ିଶାରେ ଏକାଧିକ ସିନେମାରେ କାମ କରିଛନ୍ତି। ତେବେ ମହିଳା ଜଣକ ସୁଟିଂ ସମୟରେ ତାଙ୍କ ସ୍ୱାମୀଙ୍କ ସହିତ ଦେଖା ହୋଇଥିଲା ଆଉ ଏହା ପରେ କଥା ବାର୍ତ୍ତା ଓ ମିଳା ମିଶା ପରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା।୨୦୧୫ ମସିହାରେ ତାଙ୍କ ସ୍ବାମୀ ତାଙ୍କୁ ପ୍ରୋପୋଜ କରିଥିଲେ ଏହା ପରେ ଏକ ବର୍ଷ ପ୍ରେମ ସମ୍ପର୍କରେ ରହିବା ପରେ ୨୦୧୬ ମସିହାରେ ଏକ ମନ୍ଦିରରେ ବିବାହ କରିଥିଲେ।
ତେବେ ବିବାହ ବିଷୟରେ ଉଭୟଙ୍କ ପରିବାରଙ୍କୁ ମଧ୍ୟ ଜଣାଥିଲା। ଦୁହେଁ ଏକାଠି ମଧ୍ୟ ରହୁଥିଲେ। ତେବେ ବିବାହର ବର୍ଷେ ପରେ ମହିଳା ଜାଣିବାକୁ ପାଇଥିଲେ କି ତାଙ୍କ ସ୍ଵାମୀ ପୂର୍ବରୁ ବିବାହିତ। ତେବେ ମହିଳାଙ୍କ କହିବା କଥା ହେଉଛି କି ତାଙ୍କ ସ୍ଵାମୀଙ୍କ ପ୍ରଥମ ସ୍ତ୍ରୀ ସେମାନଙ୍କ ବିବାହ କଥା ଜାଣି ମଧ୍ୟ ଏକ ବର୍ଷ ଯାଏ ଚୁପ୍ ରହିଥିଲେ କିଛି ବି ପ୍ରତିବାଦ କରି ନ ଥିଲେ।
କିନ୍ତୁ ବର୍ତ୍ତମାନ ସମୟରେ ବିବାହକୁ ୮ ବର୍ଷ ପୂରି ଯାଇଥିବା ବେଳେ ମହିଳାଙ୍କୁ ତାଙ୍କ ସ୍ବାମୀଙ୍କୁ ଛାଡି ଦେବା ପାଇଁ ବାରମ୍ବାର ଧମକ ଆସୁଛି। ଏମିତିକି ତାଙ୍କ ସ୍ଵାମୀଙ୍କ କିଛି ସମ୍ପର୍କୀୟ ମହିଳାଙ୍କୁ ଟର୍ଚର କରିବା ସହିତ ଏକ ଗାଡ଼ି ଭିତରେ ବନ୍ଦ କରି ମାଡ ମାରିଥିବା ଅଭିଯୋଗ କରିଛନ୍ତି ମହିଳା।ଆଉ ଏହି ସମୟରେ ମହିଳା ଜଣଙ୍କ ୯ ମାସର ଗର୍ଭବତୀ ମଧ୍ୟ ରହିଛନ୍ତି।
ଏବଂ ମହିଳାଙ୍କ ସହିତ ତାଙ୍କ ସ୍ଵାମୀ ମଧ୍ୟ ଯୋଗାଯୋଗରେ ନାହାଁନ୍ତି ଏମିତି କି ମହିଳାଙ୍କ ନମ୍ୱର ମଧ୍ୟ ବ୍ଲକ କରି ଦେଇଛନ୍ତି। ଯାହାକୁ ନେଇ ମହିଳା ଥାନାର ଦ୍ୱାରସ୍ଥ ହୋଇଛନ୍ତି।ତେବେ ଆଜିର ଦିନରେ ଆମ ସମାଜରେ ଏହି ଭଳି ଅନେକ ଘଟଣା ସାମ୍ନାକୁ ଆସିବାରେ ଲାଗିଛି। ଯାହା ସମାଜ ଉପରେ କୁପ୍ରଭାବ ପକାଉଛି। ତେବେ ଦେଖିବାକୁ ବାକି ରହିଲା ନିଜକୁ ଅଭିନେତ୍ରୀର ପରିଚୟ ଦେଉଥିବା ମହିଳାଙ୍କୁ କେବେ ନ୍ୟାୟ ମିଳୁଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।