Vastu Shastra – ମୁହଁର ସୌନ୍ଦର୍ୟ୍ଯକୁ କେମିତି ଚାରିଗୁଣା ବଢେଇବେ ତାର ପ୍ରତିକାର….

ଆଧୁନିକ ସମାଜରେ ସମସ୍ତ ବ୍ୟକ୍ତିମାନେ ନିଜର ସୁନ୍ଦରତାକୁ ନେଇ ବହୁତ ଚିନ୍ତିତ ରହିଥାନ୍ତି , ଏବଂ ସୁନ୍ଦରତାକୁ ବଜାଇ ରଖିବା ପାଇଁ ଅନେକ ପ୍ରକାର ପ୍ରଚେଷ୍ଟା ଜାରିରଖିଥାନ୍ତି । ଯଦିଓ ଭଗବାନ ଆମକୁ ଏକ ପ୍ରାକୃତିକ ରୂପ ଦେଇଛନ୍ତି , କିନ୍ତୁ କେତେକ ବାହ୍ୟ ଉପାଦାନ ର ଫଳାଫଳ ଯୋଗୁଁ ଆମର ଏହି ସୁନ୍ଦରତା ଉପରେ ପ୍ରଶ୍ନବାଚୀ ଆସିଥାଏ । ତେବେ ଆମ ଶରୀର ରେ ହାତରୁ ଆରମ୍ଭ କରି ଗୋଡ଼ ମୁହଁ ପର୍ଯ୍ୟନ୍ତ କିଛି ନା କିଛି ସମସ୍ୟା ଦେଖା ଦେଇଥାଏ ଏବଂ ଆମେ ଏହି ତ୍ୱଚା ର ଉପଚାର ପାଇଁ ଅନେକ ପ୍ରକାରର ଔଷଧ ସେବନ କରିଥାଉ ।

ଅନେକ କ୍ରିମ ମଧ୍ୟ ବ୍ୟବହାର କରିଥାଉ । ମହଙ୍ଗା ଡାକ୍ତର ଙ୍କ ପାଖକୁ ଯାଇଥାଉ କିନ୍ତୁ ତଥାପି ଏହି ତ୍ୱଚା ଜନିତ ସମସ୍ୟା ଦୂର ହୁଏ ନାହିଁ ଏବଂ ଅନେକ ସମୟରେ ଯେତେ ପର୍ଯ୍ୟନ୍ତ ଆମେ ଔଷଧ ସେବନ କରିଥାଉ ଆମର ତ୍ୱଚା ସମସ୍ୟା ଭଲ ହୋଇ ଯାଏ । ଯେବେ ଔଷଧ ସେବନ ବନ୍ଦ କରିଦେଉ ସେତେବେଳେ ଫୁଣି ଥରେ ଏହି ସମସ୍ୟା ମାନ ଦେଖାଯାଏ ।

ଏହି ସବୁ ଔଷଧ ର ମୂଲ୍ୟ ମଧ୍ୟ ବହୁତ ଅଧିକ ହୋଇ ଥାଏ । ତେବେ ଅନେକ ସମୟରେ ଆମ ତ୍ୱଚା ରେ ଏଭଳି ସମସ୍ୟା ଦେଖାଯାଏ । ଯାହାକୁ ଯେତେ ଚେଷ୍ଟା କଲେ ମଧ୍ୟ ତାହା ଭଲ ହୁଏ ନାହିଁ । ତେବେ ଆମ ତ୍ୱଚା ରେ ଯେତେବେଳେ ଗୋଟିଏ ବ୍ରଣ ଆସିଥାଏ ତେବେ କିଛି ପିଲା ଭାବନ୍ତି କି ଯଦି ତାକୁ ଚିପି ଦେବା ତେବେ ସେହା ଭଲ ହୋଇଯିବ ଏବଂ ଆଉ ବ୍ରଣ ହେବ ନାହିଁ କିନ୍ତୁ ଏପରି ହୋଇ ନଥାଏ ।


ତେଣୁ ଆଜି ଆମେ ଆପଣ ମାନଙ୍କୁ ଜଣେଇବୁ କି କିଭଳି ଭାବରେ ଆପଣ ମାନେ ପ୍ରାକୃତିକ ଉପାୟ ରେ ପ୍ରାକୃତିକ ଉପଚାର ରେ ଆପଣ ଙ୍କ ସୌନ୍ଦର୍ୟ୍ଯ କୁ ଆହୁରି ଚାରି ଗୁଣା ବଢେଇ ପାରିବେ। ସେଥିପାଇଁ ଆପଣ ମାନଙ୍କୁ ଅଧିକ କିଛି ଖର୍ଚ୍ଚ କରିବା ପାଇଁ ବି ପଡିବନି କେବଳ କିଛି ରୋଷେଇ ଘରେ ଉପଲବ୍ଧ ଥିବା 2 ଟି ଜିନିଷ ଦ୍ବାରା ଏହା ହୋଇ ପାରିବ। କିନ୍ତୁ ଏହି ଉପାୟ ଟି କୁ ଆପଣ ଙ୍କୁ ପ୍ରତିଦିନ କରିବା ପାଇଁ ପଡିବ। ଏହା ସହିତ ଆପଣ ଙ୍କୁ ନିଜର ଖାଦ୍ୟପେୟ ଉପରେ ବିଶେଷ ଧ୍ଯାନ ଦେବାକୁ ମଧ୍ଯ ହେବ। ତେବେ ଚାଲନ୍ତୁ ଜାଣି ନେବା ସେହି ଚମତ୍କାର ଉପାୟ ବିଷୟରେ,

ଜ୍ଯୋତିଷଶାସ୍ତ୍ର ଅନୁସାରେ ଯେଉଁମାନଙ୍କର ଜାତକରେ, ଲଗ୍ନରେ ଶୁକ୍ର ରହିଥିଲେ ସେମାନେ ବହୁତ ସୁନ୍ଦର ଦେଖାଯାଆନ୍ତି। ଏହାଛଡା ମିଥୁନ, କନ୍ଯା, ଏବଂ କର୍କଟ ରାଶିର ଲୋକମାନେ ବହୁତ ସୁନ୍ଦର ହୋଇଥାନ୍ତି। ତେବେ ଏସବୁ ବ୍ଯତିତ ଯଦି ଆପଣ ପ୍ରତିଦିନ 1

 

ଚାମଚ କଞ୍ଚା କ୍ଷୀରରେ ଗୁଜୁରାତି ଗୁଣ୍ଡ ମିଶାଇ ବୁଧ ଏବଂ ଶୁକ୍ରଙ୍କର ମନ୍ତ୍ର ଜପ ଓଁ ବୁଁ ବୁଧାୟ ନମ ଏବଂ ଓଁ ସୁଁ ଶୁକ୍ରାୟ ନମଁ କୁ ଜପ କରି ସେହି କ୍ଷୀର ଏବଂ ଗୁଜୁରାତିକୁ ଆଙ୍ଗୁଠି ରେ ନେଇ ମୁହଁ ରେ ଲଗେଇବେ ଏହାପରେ କିଛି ସମୟ ରଖି ଧୋଇଦେବେ। ଏପରି ପ୍ରତିଦିନ କରନ୍ତୁ ଦେଖିବେ ମୁହଁର ସୌନ୍ଦର୍ୟ୍ଯ ବଢିଯିବ।