ବ୍ରଣ (Brana) ସମସ୍ୟାକୁ ନେଇ ଚିନ୍ତିତି କି ? | Dr. G. Subashini

ଆପଣମାନେ ଜାଣିଥିବେ ପୁରୁଷ ହୁଅନ୍ତୁ ବା ନାରୀ ସମସ୍ତେ ଚାହାନ୍ତି ତାଙ୍କ ଚେହେରା ସବୁଦିନ ସୁନ୍ଦର ରହୁ,କିନ୍ତୁ ଏହା ସମ୍ଭବ ହେଇ ପାରେ ନାହିଁ ।ଅନେକ କାରଣ ଯୋଗୁ ଅନେକ ସମୟରେ ଫେସରେ ବ୍ରଣ ଦେଖିବାକୁ ମିଳିଥାଏ ।ଆଉ ଏହି ବ୍ରଣ ସହଜରେ ଭଲ ହୁଏ ନାହିଁ ଯଦି ବି ଭଲ ହେଲା ତେବେ ଦାଗ ରହି ଫେସକୁ ଆହୁରି ଅସୁନ୍ଦର କରିଦିଏ ।ଆଉ ବର୍ତ୍ତମାନ ର ଯୁବପିଢ଼ି ଙ୍କ ପାଖରେ ଏହି ସମସ୍ୟା ସବୁବେଳେ ଦେଖିବାକୁ ମିଳିଥାଏ ।

ତେବେ କଣ ପାଇଁ ଏହି ବ୍ରଣ ହୁଏ ଆଉ କେମିତି ଏହାର ଚିକିତ୍ସା କରାଯିବ ତା ପାଇଁ ଆଜିର ଏହି ବିଶେଷ ନିୟମ ନିଶ୍ଚିତ ମାନନ୍ତୁ ।ତେବେ ବ୍ରଣ ର ଚିକିତ୍ସା କେମିତି କରିବେ ସେ ବିଷୟରେ ଜାଣିବା ଆଗରୁ ଆଜି ଜାଣି ରଖନ୍ତୁ ବ୍ରଣ ହେବା ପଛରେ କାରଣ କଣ କଣ ରହିଛି ।

-ତେବେ ପ୍ରଥମରେ ବ୍ରଣ ସମସ୍ତ ଙ୍କ ଫେସରେ ହେଇଥାଏ ଆଉ ତାହା ଏକ ନିର୍ଦ୍ଦିଷ୍ଟ ବୟସରେ ଦେଖିବାକୁ ମିଳିଥାଏ ।ଯାହାକୁ ବୟସ ବ୍ରଣ କୁହାଯାଏ, ଆଉ ଏହି ବ୍ରଣ ପ୍ରାୟ 25 ବର୍ଷ ବୟସରେ ଫେସରେ ବାହାରେ ।ତେବେ ଏହା ପଛରେ କାରଣ ହେଉଛି ପ୍ରଦୂଷଣ,ତେଲ ଜାତୀୟ ଖାଦ୍ୟ ଇତ୍ୟାଦି ।

-ତେବେ ଅନ୍ୟ ଏକ କାରଣ ହେଉଛି ରାତି ଅନିଦ୍ରା ରହିବା ଓ ଚିନ୍ତା ଯୋଗୁଁ ବି ଫେସରେ ତେବେ ବ୍ରଣ ବାହାରିଥାଏ ।ଅଧିକ ସମୟରେ ବ୍ରଣ ଭଲ କରିବାକୁ ଯାଇ ବି ଏହା ଅଧିକ ଭରିଯାଏ ଫେସରେ ।

ବ୍ରଣ ଚିକିତ୍ସା:-

-ତେବେ ଯେତେବେଳେ ଫେସରେ ହାତ ଦେଲେ ଦାନା ପରି ଲାଗେ ଆଉ ସେହି ବ୍ରଣର ରଙ୍ଗ ଆପଣଙ୍କ ଫେସ ରଙ୍ଗ ପରି ହେଇଥାଏ ସେହି ବ୍ରଣ ଖୁବ କମ ସମୟ ଚିକିତ୍ସା ରେ ଭଲ ହେଇଯାଏ ।ଆଉ ସେଥିପାଇଁ ଆପଣଙ୍କୁ ହରମୋନାଲ ପିସିଓଏସ ଚିକିତ୍ସା ପ୍ରଥମେ କରିବା ପାଇଁ ପଡେ ତାପରେ ସେହି ବ୍ରଣ ଭଲ ହେଇଯିବ ।

-ଆଉ ଏକ ବ୍ରଣ ଦେଖାଯାଏ ଯାହା ଲାଲ ଓ ଉପରର ପୂଜ ଦେଖାଯାଏ ସେହି ବ୍ରଣ କ୍ଲିଣ୍ଡାମାଇସିନ ବ୍ୟବହାର ଦ୍ୱାରା ଭଲ ହେଇଥାଏ ।

ବ୍ରଣ ସମୟରେ ଫେସର ଯତ୍ନ କେମିତି ନେବେ:-


-ପ୍ରଥମେ ବ୍ରଣ ଭଲ କରିବାକୁ ଯାଇ ମୋବାଇଲ ଦେଖି କିଛି ବି ଫେସରେ ଲଗାନ୍ତୁ ନାହିଁ ।ଯଦି କିଛି ଘରୋଇ ଉପାୟ ଆପଣ ଅନ୍ୟ କେହି କରିଛନ୍ତି ତେବେ ସେହି ଉପାୟ କରିପାରିବେ ।

-ବ୍ରଣରେ ବାରମ୍ବାର ହାତ ମାରନ୍ତୁ ନାହିଁ ନହେଲେ ଅଧିକ ଦାଗ ହେଇଯିବ ।

-ବ୍ରଣ ହେବା ସମୟରେ କିଛି ପ୍ରସାଦନ ସାମଗ୍ରୀ ଫେସରେ ଲଗାନ୍ତୁ ନାହିଁ ।

-ତେବେ ବ୍ରଣର ଦାଗ ଭଲ କରିବା ପାଇଁ ଆପଣ ସେହି ସମୟରେ ଓରାଲ ଖାଇ ପାରିବେ ଓ ଫେସରେ ତାହାକୁ ଲଗାଇ ପାରିବେ ।ଏସବୁ ବ୍ୟତୀତ ଆପଣ ରୋଲିଙ୍ଗ କରିପାରିବେ ଲେଜର ଟ୍ରିଟମେଣ୍ଟ କରିପାରିବେ ।