ଦେଖନ୍ତୁ EXCLUSIVE : ମୁଁ ଖରାପ ଝିଅ , ମୁଁ ବାପାଙ୍କର ଗୋଟେ ଦୁଷ୍ଟ ଝିଅ “ସ୍ଵାତି ,ସୁପର ମଡେଲ

ତେବେ ଅନେକ ମଡେଲ୍ଲୀଙ୍ଗ ରହିଛନ୍ତି ଯାହାକି ଖୁବ ଚର୍ଚ୍ଚା ରେ ରହିଥାନ୍ତି | ତେବେ ସେଭଳି ଏକ ମଡେଲ୍ଲୀଙ୍ଗ ସାମ୍ନା କୁ ଆସିଛନ୍ତି ଯାହାଙ୍କୁ ଦେଖିଲେ ଆପଣ ମଧ୍ୟ ଖୁବ ପସନ୍ଦ କରିବେ | କାରଣ ସେ ଦେଖିବାକୁ ଯେମିତି ସୁନ୍ଦର ତାଙ୍କ କଥାରେ ମଧ୍ୟ ସେମିତି ସୁନ୍ଦରତା ଓ ଚୁଲବୁଲି ଭରି ରହିଛି | ମଡେଲିଙ୍ଗ ନାଁ ହେଉଛି ସ୍ଵାତି ଆଉ ସେ ଏକ ସାକ୍ଷାତକାର ରେ ନିଜ ସମ୍ପର୍କରେ କିଛି କହିଛନ୍ତି |

ତେବେ ସ୍ଵାତି କହିଛନ୍ତି କି, ମୁଁ ମଡେଲିଙ୍ଗ କୁ ଛାଡ଼ି ଦେଲା ପରେ ମୋର ଆଉ କେଉଁଥିରେ ବି ଇଚ୍ଛା ନାହିଁ ମୁଁ କେବଳ ବିଜନେସ ହିଁ କରିବାକୁ ଚାହେଁ | ଆଉ ମୋ ବାପା ହେଉଛନ୍ତି ଜଣେ ଗମେଣ୍ଟ କଣ୍ଟ୍ରାକ୍ଟର ତେଣୁ କରି ମତେ ମୋ ବାପା ସିଭିଲ ଇଞ୍ଜିନିଅର ରେ ପଢ଼ାଇଛନ୍ତି |

ଆଉ ମୋର ଏବେ ଏହି ମଡେଲ୍ଲୀଙ୍ଗ ଉପରେ ହିଁ ଫକସ କରିଛି ଏହି କ୍ୟାରିୟର ମୋର କେମିତି ଆଗକୁ ଯାଉ କାରଣ ମୁଁ ଓଡ଼ିଶାର ନୁହେଁ ମୁଁ ପୁରା ଇଣ୍ଡିଆ ରେ ହେବାକୁ ଚାହୁଁଛି | ଆଉ ମୋ ଲାଇଫ ରେ ବହୁତ ସାରା ସକିଙ୍ଗ ମୁମେଣ୍ଟ ଅଛି ଆଉ ମୁଁ ସେଥିରୁ ଗୋଟିଏ ହିଁ ସେୟାର କରିବି |

ଆପଣ ତ ଜାଣିଛନ୍ତି ଆମ ଓଡ଼ିଶା ର ଏବେ ସବୁଠାରୁ ଚର୍ଚ୍ଚିତ ନାଁ ହେଉଛି ଅର୍ଚନା ନାୟକ | ତ ଯେତେ ବେଳେ ଆମ ଘରେ ତାଙ୍କ ନ୍ୟୁଜ ଦେଖିଲେ ସେତେ ବେଳେ ମୋ ମାମା କୁହନ୍ତି କି ଦେଖ ଗୋଟେ ନ୍ୟୁଜ କେମିତି ଭାଇରାଲ ହେଉଛି | କିନ୍ତୁ ମୁଁ ଏତେ ଧ୍ୟାନ ଦିଏ ନାହିଁ କାରଣ ମୁଁ ଦେଖୁଛି କି ବର୍ଷା ଟୁଙ୍ଗୁରୁ କୁ ନେଇକି ପଳେଇଲା ଏମିତି ନ୍ୟୁଜ ସବୁ ବାହାରେ ତେଣୁ କରି ମୁଁ ଏତେ ମୁଣ୍ଡ ପୁରାଏ ନାହିଁ |


ତାପରେ ଦିନେ ମୋ ମାମା କହୁଛି କି ସେ ଝିଅ କି ମୋହ ଲଗାଇଲା କି ତା ପଛରେ ସମସ୍ତେ ପାଗଳ ହୋଇ ଯାଇଛନ୍ତି | ତାପରେ ମୁଁ ଯେତେ ବେଳେ ଅର୍ଚନା ଙ୍କ ଭାଇରାଲ ନ୍ୟୁଜ ଦେଖିଲି ଆଉ ସବୁ ଜାଣିଲି ସେତେ ବେଳେ ମୁଁ ପୁରା ସକ ହେଇ ଗଲି |

କାରଣ ମୁଁ ଅର୍ଚନା ଙ୍କୁ ଫେସ ଟୁ ଫେସ ବି ଥରେ ଦେଖିଛି ଆଉ ଯେତେ ବେଳେ ଜାଣିଲି କି ସେହି ଅର୍ଚନା ଏବେ ଭାଇରାଲ ହେଉଛନ୍ତି ତାହା ଦେଖି ମୁଁ ପୁରା ଆଶ୍ଚର୍ଯ୍ୟ ହୋଇ ଗଲି | ମୁଁ ତାଙ୍କୁ ଜାଣି ନାହିଁ କିନ୍ତୁ ମୁଁ ନର୍ମାଲ ତାଙ୍କ ଘରକୁ ଥରେ ଯାଇଥିଲି ଆଉ ତାଙ୍କ ଘରେ 3କୋଟି ଟଙ୍କା ଖର୍ଚ୍ଚ ହୋଇଛି ପୁରା ବଡ଼ ଆକାରରେ ଘର |

ଆଉ ସେତେ ବେଳେ ଅର୍ଚନା ଆସି ଥିଲେ ମୁଁ ତାଙ୍କୁ ହାଏ କହି ଥିଲି ସେ ମତେ ହାଏ କହି ଥିଲେ ତାପରେ ସେ ପଲେଇ ଥିଲେ ମୁଁ ବି ପଲେଇ ଆସି ଥିଲି ବାସ ଏତିକି | ତେଣୁ କରି ମୁଁ ଯାହାକୁ ଏତେ ପାଖରେ ଦେଖି ଥିଲି ତାଙ୍କ ଭାଇରାଲ ନ୍ୟୁଜ ଦେଖି ମୁଁ ପୁରା ସକ ହୋଇ ଯାଇଥିଲି | ତେବେ ସ୍ଵାତି ଏହା ମଧ୍ୟ କହିଛନ୍ତି କି ମଡେଲ୍ଲୀଙ୍ଗ ହେବା ପାଇଁ ମତେ ଡାକି ଦିଅନ୍ତି ସ୍ୱପ୍ନ ଦେଖାଇ ଦିଅନ୍ତି କିନ୍ତୁ କେହି ବି କାମରେ କରନ୍ତି ନାହିଁ | ଆଉ ଏବେକା ନ୍ୟୁଜ କୁ ନେଇକି ମୁଁ କେବେ କେଉଁ ଡାଇରେକ୍ଟର କିମ୍ୱା ପ୍ରଡ୍ୟୁସର କୁ ଦୋଷ ଦେବି ନାହିଁ କାରଣ ଝିଅ ମାନେ ଯଦି ଏମିତି କରିବେ ତେବେ ଗୋଟେ ପୁଅ ବି ଦେଖିକି ସେମିତି ହେବ ନା ବୋଲି ସ୍ଵାତି କହିଛନ୍ତି |