ସାମ୍ନାକୁ ଆସିଲା New Twist –ହ୍ୟୁମାନ ସାଗରଙ୍କ ମା କହୁଛନ୍ତି ବୋହୂ ମଦ ପିଏ ! ତା ମା ର ଅନ୍ୟ ପୁରୁଷ ସହ ସମ୍ପର୍କ ଅଛି ! ତେଣୁ ମୁଁ ସମାଧାନ କରିବନି

ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆ ରେ କେବଳ ଗାୟକ ହ୍ୟୁମାନ ସାଗର ଙ୍କ ପାରିବାରିକ ବିବାଦ କୁ ନେଇ ଚର୍ଚ୍ଚା ଯାହାକୁ ଯିଏ ବି ଶୁଣୁଛି ସେ ଆଶ୍ଚର୍ଯ୍ୟ ହୋଇ ଯାଉଛି | ତେବେ ଏହି ଘଟଣା କୁ ନେଇ ହ୍ୟୁମାନ ଙ୍କ ମା ମିଡ଼ିଆ ସାମ୍ନାରେ ନିଜର ମନ୍ତବ୍ୟ ରଖିଛନ୍ତି, ସେ କହିଛନ୍ତି କି ମୋ ବୋହୁ ମଦ ପିଇକି ଶୁଏ ସେ ଶାଶୁ, ତା ଝିଅ ଆଉ ସ୍ୱାମୀ ର କୌଣସି କାମ କରେ ନାହିଁ ଯାହାକୁ ମୁଁ ସବୁବେଳେ ସହି ଆସିଛି |

ତା ପରିବାର ଲୋକ ଆମ ଘରକୁ 8 ଦିନରେ ଥରେ ଆସିବେ ଆଉ ମଦ ପିଇବେ ଯାହାକି ସବୁ ମୁଁ ସହିଛି | ଯେତେ ବେଳେ ଘର କିଣିବା କଥା ହେଇ ଥିଲୁ ସେ ଘର ପଇସା ପତ୍ର କୁଆଡେ ଗଲା କହିଲା ଠୁ ଏମିତି ଝଗଡା ଆରମ୍ଭ ହୋଇଛି |

ମୁଁ ଚାକିରୀ କରିଛି ମୋ ପୁଅ ଗୀତ ଗାଇକି ଏତେ ପଇସା କମାଉଛି ସେଥିପାଇଁ ମୋ ପୁଅ କହିଲା କି ଆମର ଘର ନାହିଁ ତେଣୁ ଆମେ ଗୋଟେ ଘର କିଣିବା | ତାପରେ ପରେ ଉଭୟ ଙ୍କର କଣ ହୋଇଛି ମୁଁ ଠିକ ସେ ଜାଣିନି କିନ୍ତୁ ସେହି କଥାରୁ ହିଁ ଏମାନଙ୍କର ଝଗଡା ଆରମ୍ଭ ହୋଇଛି |

ଆଉ ଯେଉଁ ସେ ଧର୍ମ ପରିବର୍ତ୍ତନ ର ଅଭିଯୋଗ ନେଇକି ଆସିଛନ୍ତି ସେଇଟା ପୁରା ମିଛ କାରଣ 2015 ରୁ ଦୁହିଁଙ୍କର ବିବାହ ହେଲାଣି ମୁଁ କେବେ ହେଲେ ଧର୍ମ ପରିବର୍ତ୍ତନ କଥା କହି ନାହିଁ | ଆଉ ତାଙ୍କ ବାପା କହୁଛନ୍ତି କି ଆମେ ତାଙ୍କ ଠାରୁ ଥରେ 5 ଲକ୍ଷ ଆଉ ଗାଡ଼ି ନେଇଛୁ ଏସବୁ ମିଛ | କାରଣ ଆମର ଯାହା ବି ପଇସା ସବୁ ବୋହୁ ନାଁ ରେ ଅଛି ଗହଣା ବି ତା ନାଁ ରେ ରଖା ଯାଇଛି ଆଉ ପ୍ଲଟ ବି ଯୋଉ କିଣା ଯାଇଛି ଶ୍ରୀୟା ନାଁ ରେ ଗାଡ଼ି ବି ତା ନାଁ ରେ ହିଁ କିଣା ଯାଇଛି |

ଆଉ ସେମାନେ ଅଭିଯୋଗ ଆଣିଛନ୍ତି କି ମୋ ପୁଅ ମଦ ପିଇକି ମାଡ଼ ମାରେ ତଣ୍ଟି ଚିପି ଦିଏ ଏସବୁ ମିଛ କଥା | କାରଣ ହ୍ୟୁମାନ ମଦ ପିଏ ନାହିଁ ହ୍ୟୁମାନ କୁ ତା ଶାଶୁ ଶଶୁର, ଶଳା ଆଉ ଡ୍ରାଇଭର ତା ସ୍ତ୍ରୀ ଶ୍ରୀୟା ଜବରଦସ୍ତ ମଦ ପିଆନ୍ତି ଆଉ ଏସବୁର ପ୍ରମାଣ ମୋ ପାଖରେ ଅଛି | ଆଉ ଏହି ଯେଉଁ ଅଭିଯୋଗ ସେମାନେ କରୁଛନ୍ତି ତା ପଛରେ କାରଣ ରହିଛି ସେଇଟା ମୁଁ ପରେ କହିବି ଆଉ ଶ୍ରୀୟା ମମିର ଖରାପ କ୍ୟାରେଟର ଅଛି ସେଥିପାଇଁ ସେମାନେ ମୋ ପୁଅ ଉପରେ ଏହି ଅଭିଯୋଗ ଲଗାଉଛନ୍ତି |

ସେମାନେ ଦୁଇ ଜଣଙ୍କର ସମାଧାନ ହୋଇ ଗଲେ ଭଲ ମୁଁ ତାହା ହିଁ ଚାହୁଁଛି ମୋର କିଛି ଅସୁବିଧା ନାହିଁ ବୋଲି ହ୍ୟୁମାନ ସାଗର ଙ୍କ ମା କହିଛନ୍ତି | ଯାହାକି ଏବେ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବାରେ ଲାଗିଛି | ତେବେ ତଦନ୍ତ ପରେ ହିଁ କିଏ ସତ କହୁଛି ଆଉ କିଏ ମିଛ କହୁଛି ତାହା ସ୍ପଷ୍ଟ ଜଣା ପଡ଼ିବ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।