ଦେଖନ୍ତୁ ଭିଡ଼ିଓ ! ମୃତ୍ୟୁ ପୂର୍ବରୁ ପରୀ ଗାଇଥିଲା ଏହି ସଙ୍ଗୀତ, ଦେଖିଲେ ଆପଣଙ୍କ ଆଖିରୁ ଲୁହ ଆସିଯିବ…ଭିଡିଓ ଦେଖି ସମସ୍ତେ ଆଶ୍ଚର୍ଯ୍ୟ

ଏବେ ନୟାଗଡ଼ ରୁ ନୂଆଦିଲ୍ଲୀ ସବୁଆଡେ ଗୋଟିଏ ଚର୍ଚ୍ଚା ଜୋର ଧରିଛି ପରୀର ମୃତ୍ୟୁ ମାମଲା।ତେବେ ଏନେଇ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ କେବେ ସାମ୍ନା କୁ ଆସିବ ପରୀ ର ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ।ତେବେ ଏବେ ପରୀ ର ମୃତ୍ୟୁ ମାମଲା କୁ ନେଇ ସାରା ରାଜ୍ୟରେ ଏକ ଚର୍ଚ୍ଚା ଲାଗି ରହିଛି। ଏହାକୁ ନେଇ ସାରା ରାଜ୍ୟ ସମେତ ଦିଲ୍ଲୀ ରେ ମଧ୍ୟ ତାତି ବଢ଼ିବାରେ ଲାଗିଛି। ରାଜନୈତିକ ଉଷ୍ମତା ଦେଖିବାକୁ ମିଳୁଛି।

ରାଜନୈତିକ ସ୍ଥିତି ଏକ ପ୍ରକାରର ସରଗରମ ରହିଛି। ଆଉ ଏହି ସମୟରେ ଏକ ଭିଡିଓ ଭାଇରାଲ ହେବାର ଲାଗିଛି ଯାହାକୁ ନେଇ ଚର୍ଚ୍ଚା ପୁଣି ଜୋର୍ ଧରିଛି।

ତେବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓ ହେଉଛି ପରୀ ର ଶେଷ ଭିଡିଓ, ଯାହାକୁ ପରୀ ନିଜେ ରେକର୍ଡ କରିଥିଲା।ଏହି ଭିଡିଓ ରେ ପରୀ ଜାତୀୟ ସଙ୍ଗୀତ ଗାଉ ଥିବାର ଦେଖିବାକୁ ମିଳୁଛି। କୁନି ଝିଅ ତାର ମଧୁର ସ୍ୱର ରେ ଏହି ଗୀତ କୁ ଗାଉଛି ଯାହା ଶୁଣିବାକୁ ବହୁତ୍ ମଧୁର ଲାଗୁଛି।

ତେବେ ଯାହାକୁ ଶୁଣି ଏହା ଅନୁଭବ ହେଉଛି ଯେ ନିଜ ଜୀବନରେ କେତେ ଆଶା ଏବଂ ସ୍ବପ୍ନ ନେଇ ଏହି କୁନି ଝିଅଟି ଭବିଷ୍ୟତରେ ସଫଳତା ର ପାହାଚ ଚଢି ଥାଆନ୍ତା। କେବଳ ଏହି ସଂଗୀତ ଜନ, ଗଣ, ମନ, ଅଧିନାୟକ ଜୟ ହେ ସଙ୍ଗୀତ ନୁହଁ ବରଂ ଏହି କୁନି ଝିଅଟିର କିଛି ଲେଖା ମଧ୍ୟ ଭାଇରାଲ ହେବାରେ ଲାଗିଛି।

ଏହି ଲେଖାରେ ଏହି ଝିଅର ହସ୍ତାକ୍ଷର ରହିଛି। ଓଡ଼ିଆ ହସ୍ତାକ୍ଷର ରେ ସେ ଲେଖିଛି ପରୀ ଗୋଟିଏ ଭଲ ପିଲା। ଗଣିତ ରେ ମଧ୍ୟ ତାର ଏକ ଭଲ ଜ୍ଞାନ ରହିଥିଲା ବୋଲି ତାର ମାଆ କହିଛନ୍ତି।ସେ ଭଲ ଭାବରେ ଗଣିତ କଷି ଥାଆନ୍ତି ଏବଂ ସମସ୍ତ ପାଠକୁ ବହୁତ୍ ଜଲଦି ମନେ ରଖି ଦେଇ ପାରନ୍ତି। ତେବେ ତାଙ୍କର ଏକ ଗଣିତ ଖାତା ରେ ଗଣିତ ସମାଧାନ ର ଏକ ପେପର୍ ଭାଇରାଲ ହୋଇଛି। ସେଥିରେ ସେ ସବୁ ଠିକ୍ ଭାବରେ କରିଥିବା ଦେଖିବାକୁ ମିଳିଛି।

ତେବେ ପାରୀର ମାଆ ଙ୍କ କହିବା କଥା ଯେ ପରୀ ବହୁତ୍ ଭଲ ପାଠ ପଢେ।ସେ ଯେଉଁ ପାଠକୁ ମାତ୍ର ଥରେ ମନେ ରଖିଦିଏ ସେ ଆଉ ଏହାକୁ ଭୁଲି ନଥାଏ। ପରୀ କିନ୍ତୁ ବେଶୀ ଖେଳିବାକୁ ଭଲ ପାଇଥାଏ। କିନ୍ତୁ ଏହି ଖେଳିବା ସମୟରେ ମଧ୍ୟ ସେ ପାଠକୁ ମନେ ରଖିବାକୁ ଲାଗିଥାଏ।ସେ ଯେଉଁ ପାଠକୁ ଥରେ ଶୁନିଥାଏ ତାକୁ ମନେ ରଖି ଦେଇଥାଏ। ତେବେ ଭାଇରାଲ ହୋଇଥିବା ଏହି ଫଟୋ ରେ ପରୀ ହସ୍ତାକ୍ଷର ଲେଖିଛି, ଅଙ୍କ କଷିଛି କିନ୍ତୁ ତାର ଜୀବନ ବହି ରୁ ତାର ଆୟୁଷ ଈଶ୍ୱର ଏମିତି ଭାବରେ ଫେଡି ନେବେ ତାହା କଣ ଠିକ୍ ହୋଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।