ମୂଷାଙ୍କ ପାଇଁ ଚିନ୍ତାରେ ରହୁଛନ୍ତି କି ? ଆଜି ହିଁ କରନ୍ତୁ ଏହି ଗୋଟିଏ ଉପାୟ ମାତ୍ର ୫ ମିନିଟ୍ ରେ ମୂଷା ଘରୁ ସମ୍ପୂର୍ଣ୍ଣ ଗାଏବ ହୋଇଯିବ….

ଆପଣଙ୍କ ଘରେ ମୂଷା ରହିଛନ୍ତି କି? ସେମାନେ ଆପଣଙ୍କୁ ହଇରାଣ କରୁଛନ୍ତି କି?ଆଉ ଏଥିପାଇଁ ଆପଣ କିପରି ମୂଷା ଗୁଡ଼ିକୁ ଘରୁ ବାହାର କରିବେ ସେଥିପାଇଁ ଯଦି ଚିନ୍ତିତ ଅଛନ୍ତି ତେବେ ଆଉ ଚିନ୍ତା କରନ୍ତୁ ନାହିଁ। କାରଣ ଆଜିର ଏହି ଲେଖାରେ ଆମେ ଜାଣିବା କିପରି ସହଜ ଉପାୟ ଅବଲମ୍ବନ କରି ଆପଣମାନେ ମୂଷା କୁ ଘରୁ ବାହାର କରି ପାରିବେ।ଏହି ଉପାୟ କରିବା ଦ୍ଵାରା ୫ ମିନିଟ୍ ବି ଲାଗିବ ନାହିଁ ଆପଣଙ୍କ ଘରୁ ସବୁ ମୂଷା ବାହାରି ବାହାରକୁ ପଲାଇ ଯିବେ।ତେବେ ଆସନ୍ତୁ ଜାଣିବା ସେହି ଉପାୟ ବିଷୟରେ।

ଘରେ ମୂଷା ଆମର ଅନେକ କିଛି କ୍ଷତି କରିଥାଏ। ଆମର କପଡ଼ା କାଟି ଦିଏ। ଅସାବାପତ୍ର ସହ ଖାଦ୍ୟ ସାମଗ୍ରୀ ମଧ୍ୟ କାଟି ନଷ୍ଟ କରିଦେଇ ଥାଏ। ତେଣୁ ଆମେ ମୂଷା କୁ ଘରୁ ବାହାର କରିବା ପାଇଁ ଚେଷ୍ଟାକରୁ। ତେଣୁ ଆପଣ ଯଦି ଚାହୁଁଛନ୍ତି ଏହି ସମସ୍ୟା ରୁ ମୁକ୍ତି ପାଇବା ପାଇଁ ତେବେ ଆପଣ ଏହି ସହଜ ଘରୋଇ ଉପାୟ ଅବଲମ୍ବନ କରି ପାରିବେ ଏବଂ ଏହାର ଫାଇଦା ପାଇ ପାରିବେ।ଏହା ଦ୍ବାରା ମୂଷା ଆପଣଙ୍କ ଘରୁ ଜଲଦି ବାହାରି ପଳାଇ ଯିବ।

ଆବଶ୍ୟକୀୟ ଉପକରଣ- ୧ ପ୍ୟାକେଟ ଗୁଟଖା, ଘିଅ ଏବଂ ବେସନ ସହିତ ପାଣି।

ପ୍ରସ୍ତୁତି- ପ୍ରଥମେ ଆପଣଙ୍କୁ ୧ ଟଙ୍କା ବା ୨ ଟଙ୍କାରେ ବଜାରରେ ମିଳୁଥିବା ଗୁଟଖା ଏକ ପ୍ୟାକେଟ କିଣନ୍ତୁ। ଏହାକୁ ଏକ ଗିନା ରେ ଢ଼ାଳି ଦେଇ ଆପଣ ଏଥିରେ ୨ ଛୋଟ ଚାମଚ ଘିଅ କୁ ମିଶାଇବେ। ଏହାପରେ ଆପଣଙ୍କୁ ଏହାକୁ ଭଲ ଭାବରେ ଗୋଳାଇ ଦେବାକୁ ପଡ଼ିବ।ଏହାପରେ ଏଥିରେ ଆପଣଙ୍କୁ ଦେଢ଼ ଚାମଚ ବେସନ ମିଶାଇ ବାକୁ ପଡ଼ିବ ।

ଏହାକୁ ଅଟା ଚକଟିଲା ଭଳି ଆପଣଙ୍କୁ ଚକଟି ବାକୁ ପଡ଼ିବ।ଆଉ ଏହି ସମୟରେ ଯେତିକି ପାଣିର ଆବଶ୍ୟକ ଆପଣ ଏଥିରେ ସେତିକି ମାତ୍ରାରେ ପାଣି ମିଶାଇ ପାରିବେ। ଯେମିତି ଏହା ବେଶି ଟାଣ ହେବ ନାହିଁ ଏବଂ ନରମ ରହିବ। ତେଣୁ ଆପଣ ଏହାକୁ ସେହି ଅନୁସାରେ ଚକଟିବାକୁ ଚେଷ୍ଟା କରନ୍ତୁ।ଏହାପରେ କିଛି ସମୟ ପରେ ଏହା ନରମ ହେବା ପରେ ଏହାକୁ ଛାଡ଼ି ଦିଅନ୍ତୁ।

ତାପରେ ଆପଣ ଏହାକୁ ଦୁଇ ପାପୁଲିରେ ନେଇ ରୋଲ୍ କରନ୍ତୁ। ଏବଂ ଯେମିତି ଆକାରର ଗୋଲ୍ କରିବାକୁ ଚାହୁଁଛନ୍ତି ସେମିତି ଆକାରର ଗୋଲ୍ କରନ୍ତୁ।ଆଉ ଏହି ଗୋଲି କୁ ମୂଷା ଅଧିକ ଆସୁଥିବା ସ୍ଥାନରେ ରଖି ଦିଅନ୍ତୁ। ଗୋଳି କରି ସାରିବା ପରେ ଅଳ୍ପ ଘିଅରେ ଏହାକୁ ଥରେ ବୁଲାଇ ଦିଅନ୍ତୁ। ଘିଅର ବାସ୍ନା ମୂଷା ମାନଙ୍କୁ ବହୁତ୍ ଭଲ ଲାଗିଥାଏ। ତେଣୁ ମୂଷା ଏହାକୁ ଖାଇବା ପାଇଁ ଆଗ୍ରହ ପ୍ରକାଶ କରି ଆସିବା ପରେ ଏହାକୁ ଖାଇ ସେମାନେ ନିଶାରେ ଦୋୖଡି ପଳାଇବାକୁ ଚେଷ୍ଟା କରିବେ ଓ ଘରୁ ବାହାରି ଯିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।