ମତେ ବଞ୍ଚାଅ…Please ମୋ ବାପା ମତେ ମାରିଦେବେ… I Need help – ଯୁବତୀଙ୍କୁ ହତ୍ୟା ଧମକ ଦେଖନ୍ତୁ ପ୍ରମାଣ ସହିତ ଭିଡିଓ…
ଆମ ଜୀବନ ପ୍ରତି ବିପଦ ଅଛି,ମୋ ବାପା ଓ ପିଉସା ଆମ ଜୀବନ ନେବାକୁ ଚାହୁଛନ୍ତି,ଆମ ମୃତ୍ୟୁ ପଛରେ ସେମାନେ ହିଁ ଦାୟୀ ରହିବେ ।ଜାଣି ଆଶ୍ଚର୍ୟ୍ଯ ହେବେ ଏପରି ଜଣେ ଝିଅଟି ନିଜ ବାପା ନିଜ ପିଉସା ଙ୍କ ବିରୁଦ୍ଧରେ କହୁଛି ।ତେବେ କିଛି ତଳେ ଦେଖିବାକୁ ମିଳିଥିଲା ଜଣେ ଝିଅ ଭଲ ପାଇଥିଲେ ଓ ପରିବାର ଲୋକ କ୍ଷତି କରିବେ ବୋଲି ପ୍ରଟେକସନ ପାଇଁ ପୋଲିସ ସାହାଯ୍ୟ ନେଇ ଥିଲା ।ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିବା ବେଳେ ଆଉ ଗୋଟିଏ ଏମିତି ଘଟଣା ପୁଣି ସାମ୍ନାକୁ ଆସିଛି ।
ତେବେ କାହିଁକି ଏମିତି ଅଭିଯୋଗ ଆଣିଛନ୍ତି ଝିଆ ମାନେ ନିଜ ସମ୍ପର୍କୀୟ ମାନଙ୍କ ବିରୁଦ୍ଧରେ ଯେଉଁ ମାନେ ତାଙ୍କୁ ଏତେ ବଡ଼ କଲେ ସେମାନେ କଣ ଆଜି କେମିତି ତାଙ୍କ ଜୀବନ ନେବା ଏତେ ଆତୁର ।
ତେବେ ବର୍ତ୍ତମାନ ସମୟରେ ସବୁ ମୂଳରେ କଥା ହେଉଛି ଭଲପାଇବା, ହଁ ଆଜିର ଯୁବକ ଯୁବତୀ ମାନେ ତ ନିଜ ପସନ୍ଦ ଖୁବ ଜଲଦି ବାଛି ଦେଉଛନ୍ତି ।କିନ୍ତୁ ପରିବାର ଲୋକ ତାଙ୍କ ପସନ୍ଦ ର ପୁଅ ସହିତ ବିବାହ ନକଲେ ଏହି ପରି ଘଟଣା ଘଟିବାର ଲାଗୁଛି ।ତେବେ ଆଜି ଘଟଣା ବି ସେହି ପ୍ରେମ ବିବାହ ସହିତ ଜଡିତ କିନ୍ତୁ ଏଠାରେ ଝିଅଟି ନିଜ ପରିବାର ବିରୁଦ୍ଧରେ ଯାଇ ନିଜ ପ୍ରେମିକକୁ ବିବାହ କରି ସାରିଛି ।
ଆଉ ତା ପରେ ଯେଉଁ ସବୁ ଘଟଣା ଘଟିଛି ଓ ପରିବାର ଲୋକ କିପରି ଦାଉ ସାଧିଛନ୍ତି ତାକୁ ନେଇ ଗଣମାଧ୍ୟମ ରେ ଜଣାଇଛନ୍ତି ଓ ପୋଲିସ ପାଖରୁ ସହାୟତା ମାଗିଛନ୍ତି ।ଝିଅଟି କଣ କହିଛନ୍ତି ଗଣମାଧ୍ୟମରେ ଜାଣିବା,ତେବେ ଝିଅଟିର ନାମ ଆକାଂକ୍ଷା ପ୍ରିୟଦର୍ଶିନୀ ଯାହାଙ୍କୁ ତାଙ୍କ ବାପା ଓ ପିଉସା ମାରୀବାକୁ ଚାହୁଁଛନ୍ତି ବୋଲି ସେ କହୁଛନ୍ତି ଓ ପ୍ରଶାସନ କୁ ସୁରକ୍ଷା ମାଗିଛନ୍ତି ।
ତେବେ କଟକ ରିଆଳି ଥାନା ବରିମୁଣ୍ଡେଇ ଗାଁର ଝିଅ ଆକାଂକ୍ଷା ଯିଏ 10 ବର୍ଷ ଧରି ଗାଁର ଜଣେ ଯୁବକକୁ ଭଲପାଉଥିଲେ ଆଉ ଘରେ ତାଙ୍କୁ ବିବାହ କରିବେ ବୋଲି ଜଣେଇ ଥିଲେ ।ମାତ୍ର ପରିବାର ଲୋକ ସେଥିରେ ରାଜି ହେଇ ନଥିଲେ ଓ ଝିଅର ଅନ୍ୟ ଜାଗାରେ ବିବାହ ଠିକ କରି ଦେଇଥିଲେ ।ଆଉ ଝିଅ ନିଜ ବିବାହର କିଛି ଦିନ ଆଗରୁ ଘର ଛାଡ଼ି ନିଜ ପ୍ରେମିକ ସହ ପଳାଇ ଥିଲେ ।
ତାପରେ ସେମାନେ ମନ୍ଦିରରେ ଓ କୋର୍ଟ ମ୍ୟାରେଜ କରି ନେଇଥିଲେ ,ତେବେ ଏବେ କିନ୍ତୁ ଝିଅ କହୁଛନ୍ତି କି ତାଙ୍କ ବାପା ସମୀର କୁମାର ମଲ୍ଲିକ ଓ ପିଉସା ଦୁଷ୍ମନ୍ତ ମୁଦୁଲି ତାଙ୍କୁ କୋଜାଖୋଜି କରି ପହଁଚିଛନ୍ତି ଆଉ ତାଙ୍କୁ ମାରିବାକୁ ଚେଷ୍ଟା କରୁଛନ୍ତି ।ଆଉ ତାଙ୍କ ଶାଶୁଘର ଲୋକ ମାନଙ୍କ ସହିତ ବି ମାରପିଟ କରିଛନ୍ତି ,ତେବେ ଝିଅଟି କହିଛନ୍ତି ଯଦି ପ୍ରଶାସନ ତାଙ୍କୁ ସୁରକ୍ଷା ନଦେଵ ତାହେଲେ ସେମାନେ ଆତ୍ମହତ୍ୟା କରିନେବେ ଆଉ ଏହା ପଛରେ ଦାୟୀ ହେବେ ତାଙ୍କ ବାପା ଓ ପିଉସା ।