ମୋଟାପଣ ଯୋଗୁଁ ଚିନ୍ତିତ କି ? ମୋଟାପଣ କୁ ଦୁରେଇବାକୁ ଚାହୁଁଥିଲେ ଆପଣାନ୍ତୁ ଏହି ଘୋରାଇ ଉପଚାର, ୧୦୦% ଗ୍ୟାରେଣ୍ଟି

ମୋଟାପଣ ଏକ ଏମିତି ସମସ୍ୟା ଯାହା ପ୍ରତିଦିନ ଆମ ଦେଶରେ ଲୋକ ମାନଙ୍କ କ୍ଷେତ୍ରରେ ବଢୁଥିବାର ଦେଖିବାକୁ ମିଳୁଛି। ଦିନକୁ ଦିନ ଏଥିରେ ଅନେକ ଲୋକ ଆକ୍ରାନ୍ତ ହେଉଛନ୍ତି। ଯାହା ପଛରେ ରହିଛି ଅନେକ କାରଣ। ଯେମିତି ଖାଦ୍ୟ ପେୟ ର ଅନିୟମିତତା ଏବଂ ବେପାରୁଆ ଜୀବନ ଶୈଳୀ ସାଙ୍ଗକୁ ଯୋଗ ଏବଂ ବ୍ୟାୟାମ ର ଅଭାବ ଆଦି।

ତେବେ ଏଥିଯୋଗୁଁ ଜଣେ ନିଜକୁ ସେହିଭଳି ଭାବରେ ପ୍ରସ୍ତୁତ କରାଇବାରୁ ବଞ୍ଚିତ ରହିଥାଏ ଯେମିତି ସେ ଚାହୁଁଥାଏ।ତେବେ ଏଥିପାଇଁ ବଜାରରେ ଅନେକ ପ୍ରକାର ର ଔଷଧ ଉପଲବ୍ଧ ରହିଛି ଯାହା କୁ ଅଧିକାଂଶ ଲୋକେ ଆଣି ସେବନ କରିଥାନ୍ତି।

ଏହିସବୁ ଔଷଧ କିଛି ସମୟ ପାଇଁ ତାର ପ୍ରଭାବ ପକାଇ ଥାଏ କିନ୍ତୁ ଏଥିରେ ଅନେକ ପାର୍ଶ୍ବ ପ୍ରତିକ୍ରିୟା ମଧ୍ୟ ରହିଥାଏ।ତେବେ ଏଥିପାଇଁ ସ ଏହିସବୁ ବଜାରରେ ଉପଲବ୍ଧ ଔଷଧ ମୋଟାପଣ କୁ କମାଇବା ପାଇଁ ଲାଭଦାୟକ ହୋଇ ନଥାଏ।ତେଣୁ ଆପଣ ମାନଙ୍କ ପାଇଁ ଆମେ ଆଜି ଏମିତି ଏକ ଘରୋଇ ଉପଚାର ନେଇ ଆସିଛୁ ଯାହା ଆପଣଙ୍କ ପାଇଁ ବେଶ୍ ଲାଭଦାୟକ ସାବସ୍ତ୍ୟ ହେବ ଏବଂ ବହୁତ ସହଜ ଉପାୟ ରେ ଆପଣ ଏହାକୁ ପ୍ରସ୍ତୁତ କରି ପାରିବେ।

ଏହାକୁ ସେବନ କରିବାର ମାତ୍ର ଗୋଟିଏ ସପ୍ତାହ ଭିତରେ ଆପଣ ଏହାର ଯାଦୁକାରୀ ପ୍ରଭାବ ବିଷୟରେ ଧାରଣା ପାଇ ପାରିବେ।ତେବେ ଆସନ୍ତୁ ଜାଣିବା ଏହି ଘରୋଇ ଉପଚାର ବିଷୟରେ ଏବଂ ଏହାର ପ୍ରସ୍ତୁତି ବିଧି।

କେମିତି କରିବେ ପ୍ରସ୍ତୁତି- ପ୍ରଥମେ ଏକ ପାତ୍ର କୁ ଆପଣ ହାଲକା ଆଞ୍ଚ ରେ ଗ୍ୟାସ୍ ରେ ବସାନ୍ତୁ।ଏହାପରେ ଏଥିରେ ୫୦ ଗ୍ରାମ ଲେଖାଏଁ ଜିରା ଏବଂ ଜୁଆଣି କୁ ନିଅନ୍ତୁ।ଏହାକୁ ହାଲକା ଆଞ୍ଚରେ ୨/୩ ମିନିଟ୍ ପର୍ଯ୍ୟନ୍ତ ଭାଜନ୍ତୁ।ଏହା ଭାଜି ଗଲା ପରେ ଏହାକୁ ଏକ ପାତ୍ର କୁ କାଢି ଅାନନ୍ତୁ।ଏହାପରେ ଏଥିରେ ଏକ ବଡ଼ ଖଣ୍ଡ ଡାଲଚିନି କୁ ମିଶାନ୍ତୁ।

ଏଥିରେ ଆପଣଙ୍କୁ ୪ ଚାମଚ କଳା ଲୁଣ ବା ବ୍ଲାକ ସଲ୍ଟ କୁ ମିଶାଇବା ପାଇଁ ପଡ଼ିବ।ଏହାପରେ ଏଥିରେ ଏକ ଚୁଟୁକି ହିଙ୍ଗୁ ମିଶାନ୍ତୁ ଏବଂ ଏହାକୁ ପାଉଡର କରିବା ପାଇଁ ଭଲ ଭାବରେ ପେଶନ୍ତୁ ବା ଗ୍ରାଇଣ୍ଡିଙ୍ଗ କରନ୍ତୁ।ତାପରେ ଏହାକୁ ଏକ କାଚ ଜାର ରେ ପୁରେଇ ଦିଅନ୍ତୁ ଏବଂ ବିଛଣା ପାଖରେ ଏହାକୁ ରଖି ଦିଅନ୍ତୁ।

ଏହି ଗୁଣ୍ଡ କୁ ଆପଣ ରାତ୍ରୀରେ ଖାଇବା ର ଏକ ଘଣ୍ଟା ପରେ ଅର୍ଥାତ୍ ଶୋଇବାର ଏକ ଘଣ୍ଟା ପୂର୍ବରୁ ଏକ ଚାମଚ ଖାଇବାକୁ ପଡିବ ଉଷୁମ ପାଣି ସହିତ। ସକାଳେ ଖାଲି ପେଟରେ ମଧ୍ୟ ଉଷୁମ ପାଣିରେ ଖାଇବାକୁ ପଡ଼ିବ। ଏହିଭଳି ଦିନକୁ ଦୁଇ ଥର ସେବନ କରିବା ଦ୍ଵାରା ୩ ଦିନ ମଧ୍ୟରେ ଆପଣ ଫରକ୍ ଜାଣି ପାରିବେ ନିଶ୍ଚିତ ଭାବରେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।