ମୋଦି ସରକାର ଙ୍କର ଝିଅଙ୍କ ପାଇଁ ବଡ ଯୋଜନା । ୧୦ରୁ କମ୍‌ ବୟସର ଝିଅଙ୍କ ପାଇଁ ଖୋଲନ୍ତୁ ଏହି ଖାତା : ବଡ଼ ହୋଇ ପିଲା କହିବ- ଥ୍ୟାଙ୍କ୍‌ ୟୁ ପାପା-ମାମା

ଆପଣ ଜାଣିଛନ୍ତି କେନ୍ଦ୍ର ସରକାରଙ୍କ ଲୋକାଭିମୁଖୀ ଯୋଜନା ମାନଙ୍କ ମଧ୍ୟରୁ ସୁକନ୍ୟା ସମୃଦ୍ଧି ଯୋଜନା ଅନ୍ୟତମ ଅଟେ। ଯାହା ସାଧାରଣ ଲୋକଙ୍କୁ କ୍ଷୁଦ୍ର ସଞ୍ଚୟରେ ବଡ ପୁଞ୍ଜି ଦେଇଥାଏ। ଏହି ଯୋଜନାରେ ଅନ୍ତର୍ଭୁକ୍ତ ବ୍ୟକ୍ତିଙ୍କୁ ୭.୬ ପ୍ରତିଶତ ବାର୍ଷିକ ସୁଧ ମିଳିଥାଏ। ଏହି ଯୋଜନାରେ ଅନ୍ତର୍ଗତ ୧ ରୁ ୧୦ ବର୍ଷ ପର୍ଯ୍ୟନ୍ତ କନ୍ୟା ସନ୍ତାନ ବା ଝିଅଙ୍କ ପାଇଁ ଆପଣ ଆକାଉଣ୍ଟ ଖୋଲି ପାରିବେ।

ଯେଉଁଥିରେ ନ୍ୟୁନତମ ୨୫୦ ଟଙ୍କା ରାଶିରୁ ନେଇ ଅଧିକତମ ଦେଢ଼ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟଙ୍କା ଜମା କରି ପାରିବେ ଆପଣ। ରୋଜଗାର ବହୁତ କମ୍‌ ଥିବା ଲୋକମାନେ ଏହି ଯୋଜାନାର ଲାଭ ଉଠାଇ ପାରିବେ।

ତେବେ ଏହି ଯୋଜନା ଅନୁଯାୟୀ ଆପଣ ଅଧିକତମ ରାଶି ଜମା କରି ୬୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରାଶି ପ୍ରାପ୍ତ କରିପାରିବେ।ତେବେ ସୁକନ୍ୟା ସମୃଦ୍ଧି ଯୋଜନାରେ ଜମା କରିବାରେ ସର୍ତ୍ତ କିଛି ରହିଛି।ଏହି ଯୋଜନାର ଖାସିୟତ ହେଉଛି ଏଥିରେ କେବଳ ୧୪ ବର୍ଷ ପର୍ଯ୍ୟନ୍ତ ଟଙ୍କା ଜମା କରିବାକୁ ପଡିଥାଏ।

୧୮ ବର୍ଷ ବୟସରେ ଆବଶ୍ୟକତା ପଡିବା ପରେ ବାପା-ମାଆ ୫୦% ରାଶି ଉଠାଇ ନେଇପାରିବେ। ସେହିପରି ଯଦି ଝିଅର ୨୧ ବର୍ଷ ବୟସ ପୂରିଯାଏ ତାହେଲେ ପରିପକ୍ୱତା ମୁଲ୍ୟ ବା ମ୍ୟାଚୁରିଟୀ ରାଶି ମିଳିବ।କେନ୍ଦ୍ର ସରକାର ଏହି ଯୋଜନାରେ ୭.୬ ପ୍ରତିଶତ ବାର୍ଷିକ ସୁଧ ଦେଉଥିବା ବେଳେ ଏହି ସୁକନ୍ୟା ସମୃଦ୍ଧି ଯୋଜନାରେ ନ୍ୟୁନତମ ୨୫୦ ଟଙ୍କା ଜମା କରି ପାରିବେ।ତେବେ ଆପଣ ସର୍ବାଧିକ ଦେଢ଼ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜମା ରଖି ପାରିବେ।

ବୟସ ସୀମା-

ସୁକନ୍ୟା ସମୃଦ୍ଧି ଯୋଜନା ଅନୁଯାୟୀ ଝିଅର ବୟସ ୧ ବର୍ଷରୁ ନେଇ ୧୦ ବର୍ଷ ପର୍ଯ୍ୟନ୍ତ ରଖାଯାଇଛି। ଯୋଜନାର ଖାସିୟତ ହେଉଛି ଏଥିରେ ସୁଧ ଦର ପ୍ରତି ତିନି ମାସରେ ରିଭାଇଜ୍‌ କରାଯାଇଥାଏ। ଏହି ଯୋଜନାରେ ନିବେଶ କରୁଥିବା ଲୋକଙ୍କୁ ୮୦ସି ଅନୁଯାୟୀ ଇନକମ୍‌ ଟ୍ୟାକ୍ସରେ ରିହାତି ପ୍ରଦାନ କରାଯାଇଥାଏ। ଏହାସହିତ ହିଁ ୧୮ ବର୍ଷ ବୟସରେ ୫୦% ଧନରାଶି ବାହାର କରିବାରେ ମଧ୍ୟ ସୁବିଧା ଏହି ଯୋଜନାରେ ଦିଆଯାଉଛି।

ଯୋଜନାରେ ଆବଶ୍ୟକୀୟ ଡକୁମେଣ୍ଟ।

ସୁକନ୍ୟା ସମୃଦ୍ଧି ଯୋଜାନରେ ଆକାଉଣ୍ଟ ଖୋଲିବା ପାଇଁ ଆପଣଙ୍କୁ ନିକଟସ୍ଥ ପୋଷ୍ଟ ଅଫିସରେ ସମ୍ପର୍କ କରିବାକୁ ପଡିବ। ଯୋଜନା ଅନ୍ତର୍ଗତ ଏହି ଯୋଜାନାରେ ଆକାଉଣ୍ଟ ଖୋଲିବା ପାଇଁ ଜନ୍ମ ପ୍ରମାଣ ପତ୍ର, ମାତା-ପିତାଙ୍କ ଆଧାର, ତିନୋଟି ଫଟୋ ଆବଶ୍ୟକ ପଡିଥାଏ।ଏହା ଦ୍ବାରା ଆପଣ ସମସ୍ତ କାଗଜ ପତ୍ରକୁ ଠିକ୍ ଭାବରେ ପୂରଣ କରି ଏହାର ଲାଭ ଉଠାନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।