ଡାକ୍ତର ଶୁଭଶ୍ରୀ କରଙ୍କ ମୃତ୍ୟୁ, କାରଣ ଅସ୍ପଷ୍ଟ । ରାତି ୨ଟା ପର୍ଯ୍ୟନ୍ତ ଡାକ୍ତରଖାନାରେ ଭୋଜିର ଆୟୋଜନ କରାଯାଇଥିଲା

ସବୁଠି ଇଂରାଜୀ ନବବର୍ଷ କୁ ଧୂମଧାମ ରେ ରେ ପାଳନ କରାଯାଉ ଥିବା ବେଳେ କେନ୍ଦୁଝର ଜିଲ୍ଲା ଯୋଡ଼ା ପୌରାଞ୍ଚଳ ସରକାରୀ ଡାକ୍ତରଖାନା ରେ ବି ଏହି ନୂତନ ନବବର୍ଷ କୁ ଖୁବ ଧୂମଧାମ ରେ ପାଳନ କରାଯାଉ ଥିଲା | ଡାକ୍ତରଖାନା ରେ କାମ କରୁଥିବା ସମସ୍ତ ଡାକ୍ତର, ଡାକ୍ତରାଣୀ ଏବଂ କର୍ମଚାରୀ ମାନେ ମିଶିକି ଗେଟ ଟୁଗେଦର କରୁ ଥିଲେ ଯାହାକୁ ପରିବାର ମିଳନ ବୋଲି କୁହାଯାଏ |

ଆଉ ଯେଉଁଥିରେ ଡାକ୍ତର ଶୁଭଶ୍ରୀ କର ଯୋଗ ଦେଇ ଥିଲେ ଆଉ ନୂଆବର୍ଷ କୁ ସ୍ୱାଗତ କରିବା ପାଇଁ ଡାକ୍ତରଖାନା ରେ ଯେଉଁ ଭୋଜି ଭାତର ଆୟୋଜନ କରାଯାଇ ଥିଲା ତାହା ଶେଷ ହେଲା ବେଳକୁ ରାତି 2ଟା ବାଜି ଯାଇଥିଲା |

ଆଉ ଏହାପରେ ଡାକ୍ତର ଶୁଭଶ୍ରୀ କର ନିଜ କ୍ଵାଟର କୁ ଫେରି ଥିଲେ ହେଲେ ସକାଳ ବହୁ ବିଳମ୍ବ ପର୍ଯ୍ୟନ୍ତ ସେ କବାଟ ଖୋଲି ନଥିଲେ | ସକାଳ ଯାଇଁ ସନ୍ଧ୍ୟା ହେଲା ସାଥି କର୍ମଚାରୀ ମାନେ ସନ୍ଦେହ କରି ପୋଲିସ କୁ ଖବର ଦେଇ ଥିଲେ |

ଆଉ ପୋଲିସ ଘଟଣା ସ୍ଥଳରେ ପହଞ୍ଚି କବାଟ ଭାଙ୍ଗି ଦେଖିଲା ବେଳକୁ ଡାକ୍ତର ଶୁଭଶ୍ରୀ କର ଆଉ ଏହି ଦୁନିଆଁ ରେ ନଥିଲେ | ଏମିତି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଯୋଡ଼ା ସହର ଅନ୍ତର୍ଗତ ବନେଇକଳା ରେ ଥିବା ସହରାଞ୍ଚଳ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ | ଆଉ ସେହି ସ୍ୱାସ୍ଥ୍ୟ କେନ୍ଦ୍ର ଉପର କ୍ଵାଟର ରୁ ଡାକ୍ତର ଶୁଭଶ୍ରୀ ଙ୍କର ମୃତ ଦେହ ମିଳିଲା | ଏଠି କହି ରଖିବାକୁ ଚାହିଁବୁ କି ଡାକ୍ତର ଶୁଭଶ୍ରୀ କର ଙ୍କର ଘର କଟକ ର ବୋଲି ଜଣା ପଡ଼ିଛି |

ସେ ଗତ ଏପ୍ରିଲ ମାସ ଠାରୁ ସେ ଏହି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ରେ କାମ କରୁ ଥିଲେ | ଆଉ ଏହି ବନେଇ କଳା ଡାକ୍ତର ଖାନା ଟି ଏକ ଭଡ଼ା ଘରେ ଚାଲୁ ଥିଲା ତଳେ ରୋଗୀ ସେବା ହେଉ ଥିବା ବେଳେ ଉପର ମହଲା କୁ କ୍ଵାଟର ଭାବରେ ବ୍ୟବହାର କରାଯାଉ ଥିଲା ଆଉ ଯେଉଁଠାରେ ଡାକ୍ତର ଶୁଭଶ୍ରୀ ରହୁ ଥିଲେ |

ନୂଆବର୍ଷ ପୂର୍ବ ଦିନ ରାତିରେ ଭୋଜି ଭାତର ଆୟୋଜନ ହୋଇ ଥିଲା, ଡାକ୍ତରଖାନା ତଳେ ଡାକ୍ତରଖାନା ର କର୍ମଚାରୀ ମାନେ ସମସ୍ତେ ଭୋଜି ଭାତର ଆୟୋଜନ କରି ଥିଲେ | ଭୋଜି ଭାତ ଖାଇ ସମସ୍ତେ ଖୁସିରେ ଥିଲେ ହେଲେ ଭୋଜି ଭାତ ସାରିଲା ବେଳକୁ ରାତି 2ଟା ବାଜି ଯାଇଥିଲା |

ଆଉ ଭୋଜି ଭାତରେ ଖୁବ ନାଚ ଗୀତର ମଧ୍ୟ ଆସର ଜମି ଥିଲା ଆଉ ଏହାପରେ ସବୁ କାମ ସାରି ଡାକ୍ତର ଶୁଭଶ୍ରୀ କ୍ଵାଟର କୁ ଫେରି ଥିଲେ | ହେଲେ କଣ ହେଲା କେଜାଣି ସକାଳକୁ ଆଉ କବାଟ ଖୋଲିଲା ନାହିଁ ଆଉ ରାତିରେ ବୋଧହୁଏ ଟାଏଡ ହୋଇ ଯାଇଥିବେ ସେଥିପାଇଁ କାର୍ଯ୍ୟାଳୟ କୁ ଆସି ନାହାଁନ୍ତି ଯାହାକୁ କର୍ମଚାରୀ ମାନେ ଅନୁମାନ କରିଥିଲେ |

ଆଉ ଅପରାହ୍ନ ପର୍ଯ୍ୟନ୍ତ କବାଟ ଖୋଲିଲା ନାହିଁ ଯାହାକୁ ନେଇ କର୍ମଚାରୀ ପୋଲିସ କୁ ଖବର ଦେଲେ ଆଉ ଯୋଡ଼ା ଥାନା ପୋଲିସ ପହଞ୍ଚି କବାଟ ଭାଙ୍ଗିଲା ଆଉ ଖଟ ଉପରେ ଡାକ୍ତର ଶୁଭଶ୍ରୀ ଙ୍କର ମୃତ ଦେହ ପଡିଥିଲା | ଶବ ବିବେଚ୍ଛଦ ରିପୋର୍ଟ ଆସିବା ପରେ ହିଁ ମୃତ୍ୟୁ ର ପ୍ରକୃତ କାରଣ ଜଣା ପଡ଼ିବ ବୋଲି ପୋଲିସ କହୁଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।