ଦେଖନ୍ତୁ Shocking ଭିଡ଼ିଓ -ମୋ ସ୍ୱାମୀ ମୋ ଦେହକୁ ଭଲ ପାଉଥିଲା ଦେହର ଭୋକ ମେଣ୍ଟିଗଲା ପରେ ମତେ କଦଳୀ ଚୋପା ପରି ଫୋପାଡି ଦେଲା….

ମୁଁ ନୂଆ କରି ବାହା ହୋଇ ଥିଲି ହଜାର ହଜାର ସ୍ୱପ୍ନ କୁ ଆଖିରେ ସଜେଇ ଏକ ନୂଆ ଘରେ ପାଦ ଦେଇ ଥିଲି | ଝିଅ ଥିଲି ବୋହୂ ହେଲି ସେହି କୁଆଁରୀ ଦିନର ଅଭୁଲା ସ୍ମୃତି କୁ ହୋମ ନିଆଁ ରେ ଆହୁତି ଦେଇ ଏକ ନୂଆ ଜୀବନ ଗଢିବାର ଆଶା ରଖି ଥିଲି | ବାପା ମା ବଦଳ ରେ ଶାଶୁ ଶଶୁର ପାଇବି ଭାଇ ଭଉଣୀ ବଦଳ ରେ ନଣନ୍ଦ ଦିଅର ପାଇବି ସେଠି ସୁଖରେ ସଂସାର କରିବି | ଆଉ ମୁଁ ଯେତେ ବେଳେ ମୋ ଶାଶୁ ଘରେ ପାଦ ରଖି ଥିଲି ସେତେ ବେଳେ ଚାହିଁ ଥିଲି କି ଶାଶୁ ଘରେ ସମସ୍ତ ଙ୍କର ହୃଦୟ ଜିତିଵି |

ସବୁକିଛି ଭଲ ଲାଗୁ ଥାଏ ଖୁସିରେ ଖୁସିରେ କେତେ ବେଳେ ଗୋଟେ ମାସ ବିତି ଗଲା ତାହା ଜଣା ମଧ୍ୟ ପଡ଼ିଲା ନାହିଁ | ତାପରେ ଧୀରେ ଧୀରେ ମୋ ଦେହ ଖରାପ ହେଲା ବେଳେ ବେଳେ ମତେ ଜ୍ଵର ହେଉ ଥିଲା ମୋର ଏମିତି ଦେହ ଖରାପ ଦେଖି ମୋ ସ୍ୱାମୀ ମତେ ଡାକ୍ତର ଙ୍କ ପାଖକୁ ନେଇ ଯାଇ ଥିଲେ ସେଠାରେ ଚେକପ କଲେ କିନ୍ତୁ କିଛି ବି ରିପୋର୍ଟ ଆସିଲା ନାହିଁ, ପରେ ପରେ ମତେ ସିଗନିଲ ହୋଇ ଥିବାର ଜଣା ପଡ଼ିଲା | ଆଉ ଏକଥା ଶୁଣି ମୋ ସ୍ୱାମୀ ହଠାତ ଯେମିତି ବଦଳି ଗଲେ ଆଉ ମୋ ସ୍ୱାମୀ ଙ୍କ ସହ ମୋ ଶଶୁର ଘର ଲୋକ ମଧ୍ୟ ବଦଳି ଗଲେ |


ଆଉ ମୋ ଶାଶୁ ଘର ଲୋକ ମତେ ବାଧ୍ୟ କଲେ କି ଯା ତୋ ଘରୁ ଟଙ୍କା ଆଣିବୁ ସୁନା ଆଣିବୁ ଆଣିଲେ ଯାଇ ତୋର ଚିକିତ୍ସା ହେବ | ହେଲେ ମୋ ବାପା ତ ବହୁତ ଗରିବ ଲୋକ କେଉଁଠୁ ଏତେ ସୁନା ଆଣିବେ, ଯାହା ବି ଯେତେ ସଞ୍ଚୟ କରି ରଖି ଥିଲେ ତାହା ମୋ ବାହାଘର ବେଳେ ସବୁକିଛି ଖର୍ଚ୍ଚ ହୋଇ ଯାଇଛି |

ଏହି କଥାକୁ ନେଇ ମୁଁ ସବୁବେଳେ ଚିନ୍ତା ରେ ରହୁ ଥିବା ବେଳେ ମୋ ସ୍ୱାମୀ ଏହାକୁ ନେଇ ମୋ ସହ ସବୁବେଳେ ଝଗଡା କରନ୍ତି | ଦିନେ ମୋ ସ୍ୱାମୀ ମୋ ତଣ୍ଟି ଚିପି ମାରି ଦେବା ପାଇଁ ମଧ୍ୟ ଚେଷ୍ଟା କରୁଥିଲେ, ଏତିକି ରେ ତାଙ୍କ ମନ ବୁଝିଲା ନାହିଁ ଆଉ ମୋ ବାପା ଙ୍କୁ ଫୋନ କରିକି କହିଲେ ତମ ଝିଅ କୁ ରୋଗ ହୋଇଛି ତାକୁ ଏଠୁ ନେଇ ଯାଅ |

ଏକଥା ଶୁଣି ମୋ ବାପା ଯାଇଁ ମତେ ନେଇ ଆସିଲେ ଆଉ ମୁଁ ସେହି ଦିନ ଠାରୁ ମୁଁ ମୋ ବାପ ଘରେ ଅଛି ଯେତେ ଚେଷ୍ଟା କଲେ ବି ମୋ ସ୍ୱାମୀ ଆଉ ମତେ ନେଉ ନାହାଁନ୍ତି | ଏ ହେଉଛି ଗୋଟେ ନିରୀହ ଝିଅର ଦୁଃଖଭରା କାହାଣୀ ସେ ଏପରି କାନ୍ଦି କାନ୍ଦି ନିଜର ଦୁଃଖ ବଖାଣୁଛି, ସତରେ ଏହି ଦୃଶ୍ୟ ଖୁବ ହୃଦୟ ବିଦାରକ |

ବାଧ୍ୟ ହୋଇ ଶେଷରେ ପୀଡିତା ଜଣଙ୍କ ଥାନାର ଦ୍ୱାରସ୍ଥ ହୋଇଛନ୍ତି ଆଉ ଏଭଳି ଏକ ଘଟଣା ବଲାଙ୍ଗୀର ଜିଲ୍ଲା ରେ ଦେଖିବା ପାଇଁ ମିଳିଛି | ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ବ୍ଲକ ଶଗଡ଼ଘାଟ ଗାଁ ର ଝିଅ ସଙ୍ଗୀତା ସାହୁ ଙ୍କ ସହ ଏଭଳି କିଛି ହୋଇଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।