Exclusive ମୋ ଶ୍ୱଶୁର ରଚିଥିଲା ପ୍ଲାନ ଆଉ ଫାଇଦା ଦେଖି ମୋର ,ସବୁ ସର୍ବନାଶ କରିଦେଲା ଏବେ ମୋତେ କିଏ ବା ….ଛିଃ ଛିଃ ଏମିତି ପାପ କରାଯାଏ ?
ମୋତେ ଛାଡ଼ପତ୍ର ପଠାଇଲା ଆଉ ବାପା ସହ ମିଶି ମୋ ଘରେ କଳାକନା ବୁଲାଇଲା, ସ୍ୱାମୀ କୁ ତ ଗିରଫ କଲ ଏବେ ଶଶୁର କୁ ମଧ୍ୟ ଗିରଫ କର | ମୋ ଶଶୁର ଏବେ ଖୁଲମ ଖୁଲା ବୁଲୁଛି ତେଣୁ ମୋ ଶଶୁର ହାତରେ ହାତ କଡ଼ି ପିନ୍ଧାଅ ଆଉ ମୋ ଶଶୁର କୁ ଥାନାକୁ ଟାଣି ଟାଣି ନିଅ | ଏପରି କିଛି ଅଭିଯୋଗ ବୋହୁ ଜଣଙ୍କ କରିଛନ୍ତି କିନ୍ତୁ ଅଭିଯୋଗ କରିବା ପଛରେ କାରଣ କଣ ରହିଛି, ଆସନ୍ତୁ ଏହି ସମ୍ପର୍କ ରେ ଆଲୋଚନା କରିବା |
ଅନୁଗୁଳ ଜିଲ୍ଲା ନାଲକୋ ରେ ରହୁଥିବା ବାଲକୃଷ୍ଣ ଝାଲ ଟାଟା ଷ୍ଟିଲ କମ୍ପାନୀ ରେ ଚାକିରୀ କରୁଥିଲେ | ସେ 8 ବର୍ଷେ ପୂର୍ବେ ସେହି ବିହାର ପ୍ରଦେଶ ର କୌସୁପ ଝା ଙ୍କୁ ବୈଦିକ ରୀତିନୀତି ରେ ବିବାହ କରିଥିଲେ ଆଉ ବିବାହ ର ଦେଢ଼ ବର୍ଷ ପର୍ଯ୍ୟନ୍ତ ସବୁକିଛି ଠିକ ଚାଲିଥିଲା |
କିନ୍ତୁ ଏହାରି ଭିତରେ ତାଙ୍କ ଜୀଵନ ରେ ଯେମିତି ଅନ୍ଧକାର ର ବାଦଲ ମାଡ଼ି ଆସିଥିଲା ଯାହାକି ଶଶୁର ଓ ସ୍ୱାମୀ ମିଶି ବୋହୁ ଙ୍କୁ ନିର୍ଯାତନା ଦେଇ ଥିଲେ | ଶେଷରେ ନିର୍ଯାତନା ସହି ନ ପାରି ପ୍ରାୟ 6 ବର୍ଷରୁ ଅଧିକ ସମୟ ହେବ ନିଜ ବାପାଙ୍କ ଘରେ ରହି ଆସୁଥିଲେ |
କିନ୍ତୁ ଖୁସୁବୁ ଙ୍କ ଭାଇଙ୍କର ବିବାହ ପରେ ଖୁସୁବୁ ନିଜ ବାପା ଙ୍କ ଘରେ ନରହି ପୁଣି ସ୍ୱାମୀ ଙ୍କ ଘରେ ଆସି ରହିବାକୁ ସ୍ୱାମୀଙ୍କ ପାଖରେ ଜିଦ କରିଥିଲେ | ଏହାପରେ ସ୍ୱାମୀ ସ୍ତ୍ରୀ ଏକ ଭଡ଼ା ଘରେ ରହୁଥିଲେ ସେପଟେ କିନ୍ତୁ ବାଲକୃଷ୍ଣ ଝା ବିହାର ରେ ଛାଡ଼ପତ୍ର ପାଇଁ କୋର୍ଟର ଦ୍ୱାରସ୍ଥ ହୋଇ ଥିଲେ |
ବିହାର କୋର୍ଟରୁ ଖୁସୁବୁ ଙ୍କ ପାଖକୁ ଏକ ନୋଟିସ ଆସିଥିଲା ଯାହା ଫଳରେ ସେ ବିହାର ଯାଇଥିବା ସମୟରେ ବାଲକୃଷ୍ଣ ଓ ତାଙ୍କ ବାପା ଖୁସୁବ ରହୁଥିବା ଘରେ କଳାକନା ବୁଲାଇ ଆସି ଥିଲେ |
ସେ ରଖିଥିବା ସୁନା ରୂପା ଓ ଦରକାରୀ କାଗଜ ପତ୍ର ମଧ୍ୟ ସବୁ ଚୋରି କରି ନେଇ ଆସି ଥିଲେ | ପରେ ପରେ ଘର ମାଲିକ ମଧ୍ୟରେ ଖୁସୁବୁ ଙ୍କୁ ଅତି ନିର୍ଦୟ ଭାବେ ଘରୁ ବାହାର କରି ଦେଇ ଥିଲେ ଯାହାକି ଖୁସୁବୁ ଏବେ ମୁଣ୍ଡ ଗୁଞ୍ଜିବା ପାଇଁ ବାର ଦୁଆର ହେଉଛନ୍ତି |
ଏବେ ବେସାହାରା ହୋଇ ଖୁସୁବୁ ଥାନାରେ ଅଭିଯୋଗ କରି ଥିଲେ ନାଲକୋ ପୋଲିସ ବାଲକୃଷ୍ଣ ଙ୍କୁ ଚୋରି ଅଭିଯୋଗ ରେ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ତାଙ୍କ ଶଶୁର ଏବେ ବଜାର ରେ ଖୁଲମ ଖୁଲା ବୁଲୁଛନ୍ତି | ଏବେ ଖୁସୁବୁ ଙ୍କୁ ଜୀଵନ ରୁ ମାରି ଦେବେ ବୋଲି ଧମକ ମଧ୍ୟ ଦେଉଛନ୍ତି ଯାହାକି ବର୍ତ୍ତମାନ ଶଶୁର ଙ୍କର ଗିରଫ ଦାବି କରି ଖୁସୁବୁ ଥାନାର ଦ୍ୱାରସ୍ଥ ହୋଇଛନ୍ତି |