ବୋଉ ଲୋ ମୁଁ ଝିଅ ବୋଲି ତୁ ମନ ଦୁଃଖ କରୁଛୁ କି ମୁଁ ପୁଅମାନଙ୍କ ଠାରୁ କିଛି କମ ନୁହେଁ |

ବୋଉଲୋ ଏ ବୋଉ ମୁଁ ଗୋଟେ ଝିଅ ହୋଇ ଜନ୍ମ ନେଇଛି ବୋଲି ତୁ ମତେ ବୋଝ ବୋଲି ଭାବୁଛୁ ନା, ନାଇ ଲୋ ବୋଉ କେବେ ବି ସେମିତି ଭାବିବୁ ନାହିଁ | ପୁଅ ଟିଏ ହୋଇକି ମୁଁ ତୋର ଯେତିକି କାମ କରି ଥାଆନ୍ତି ନା ଝିଅ ଟିଏ ହୋଇ ତା ଠୁ ଅଧିକ କାମ କରି ଦେବି | ପୁଅ ବଡ଼ ହୋଇ ଥିଲେ ତୋ ପାଇଁ ସବୁ କାମ କରିଥାନ୍ତା କିନ୍ତୁ ମତେ ଦେଖ ଏ କୁନି ବୟସରୁ ମଧ୍ୟ ମୁଁ ତୋ ପାଇଁ ସବୁ କାମ କରି ଦେବି | ଘର ଅଳେଇବା ଠାରୁ ଆରମ୍ଭ କରି ବାସନ ମଜା ପର୍ଯ୍ୟନ୍ତ ମୁଁ ତୋର ସବୁ କାମରେ ତତେ ସାହାଯ୍ୟ କରିବି |

ମୋର ବୟସ 4 ବର୍ଷ ହେଲେ କଣ ହେଲା ମୁଁ ଚାରି ଜଣଙ୍କର କାମକୁ ଏକା ଥରକେ କରି ଦେବି | ତୁ ଜମା ବି ବ୍ୟସ୍ତ ହଅନି ଲୋ ବୋଉ ମୁଁ ତୋ ପାଇଁ କେବେବି ବୋଝ ହେବି ନାହିଁ |

ଏ ଦୁନିଆଁର ରୀତିନୀତି ମୁଁ ସବୁ ଜାଣିଛି ସମସ୍ତେ ଏଠି କେବଳ ପୁଅଟିଏ ପାଇବା ପାଇଁ ମନରେ କେତେ ଆଶା ରଖିଥାନ୍ତି ଝିଅଟିଏ ହୋଇ ଗଲେ କେତେ ମନ କଷ୍ଟ କରିଥାନ୍ତି | କାରଣ ପୁଅଟିଏ ବଡ଼ ହୋଇ ଗଲା ପରେ ସେ ବାପା ମା ଙ୍କୁ ପୋଷିବ ନିଜ ଇନକମ କରି ବାପା ମା ଙ୍କୁ ଭଲରେ ରଖିବ ଆଉ ବୁଢ଼ା ବୟସରେ ତାଙ୍କର ସାହାରା ସାଜିବ |

ସେଥିପାଇଁ ଏଠାରେ ସମସ୍ତେ କେବଳ ପୁଅଟିଏ ପାଇବା ପାଇଁ ଅନେଇ ରହିଥାନ୍ତି, କିନ୍ତୁ ବୋଉ ତୁ କହିଲୁ ମୁଁ କଣ ଗୋଟେ ଝିଅଟିଏ ହୋଇ ତତେ ପୁଅ ପରି ପୋଷି ପାରିବି ନାହିଁ | ଆଜିକାଲି ପୁଅ ମାନେ ବାପା ମାଙ୍କୁ ଆଉ ଭଲ କରି ପଚାରୁବି ନାହାଁନ୍ତି ନିଜ ମୁଣ୍ଡକୁ ହାତ ପାଇଗଲା ପରେ ସେମାନେ ବାପା ମାଙ୍କୁ ପର କରି ଦେଉଛନ୍ତି |

ମୁଁ କିନ୍ତୁ ତୋର ସବୁ କରି ଦେବି ତୁ ରୋଷେଇ କଲା ବେଳେ ମୁଁ ତୋ ପାଇଁ ପାଣି ଆଣି ଦେବି ବାସନ ମାଜି ଦେବି, ଦେଖିବୁ ମୁଁ ଭଲ ପାଠ ପଢି ବଡ଼ ମଣିଷ ହେବି ଆଉ ଭଲ ରୋଜଗାର କରି ତତେ ବହୁତ ଭଲରେ ରଖିବି |

ଆଉ ମୁଁ ଏ ଦୁନିଆଁ କୁ ବି ଦେଖେଇ ଦେବି ଝିଅ ବି କୌଣସି ଗୁଣରେ କମ ନୁହେଁ | ତେବେ ଏହି ହୃଦୟସ୍ପର୍ଶି ଭିଡ଼ିଓ ଟିକୁ ଦେଖିଲେ ଆପଣ ନିଜେ ହିଁ ଜାଣି ପାରିବେ ଯେଉଁଠି ଏକ କୁନି ଝିଅଟି ତା ମା ପାଇଁ କେମିତି ପାଣି ବୋହି ଆଣୁଛି |

ବୟସ ମାତ୍ର 4 ବର୍ଷ କିନ୍ତୁ ତାର କାମକୁ ଦେଖିଲେ ବୟସ୍କ ମାନେ ବି ହାର ମାନି ଯିବେ | ଏହି ଭିଡ଼ିଓ ଟିରେ ଅତି ସୁନ୍ଦର ଭାବେ କୁନି ଝିଅଟି କାଖରେ କଳସୀ ଧରି ହାତରେ ବାଲ୍ଟି ଧରି ହଲି ହଲିକି କେମିତି ଆସୁଛି | ସତରେ ଏହି ଭିଡ଼ିଓ ଟିକୁ ଦେଖିଲେ ହୃଦୟ କୁ ପୁରା ଛୁଇଁ ଯିବ ଯାହାକି ଏବେ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।