ମୋ ଘର ବର୍ବାଦ କରିଦେଇ ସୋନାଲି ଚାଲିଗଲା..ଏତେ ସବୁ ପ୍ରମାଣ ଥାଇବି କିଛି ହେଲାନି”: ସୌମ୍ୟାଙ୍କ ବାପା
ଜାନୁଆରୀ ୩୦ ତାରିଖ ଇମ୍ପସିଟି ଥାନା ନନ୍ଦନ ବିହାର ଅଞ୍ଚଳରେ ରହୁଥିଲେ ସୌମ୍ୟରଞ୍ଜନ ପାଣିଗ୍ରାହୀ ଓ ତାଙ୍କ ପରିବାର ।କିନ୍ତୁ ୩୦ ତାରିଖ ଦିନ ସକାଳୁ ସୌମ୍ୟରଞ୍ଜନ ଙ୍କ ମୃତ ଦେହ ତାଙ୍କ ଘରୁ ପୋଲିସ ଜବତ କରିଥିଲେ। ଆଉ ଯେତେବେଳେ ସେ ସୁଇସାଇଡ କରିବା କଥା କୁହାଯାଇଥିଲା ଏବଂ ସୁଇସାଇଡ ନୋଟ୍ ମଧ୍ୟ ଜବତ କରିଥିଲା ପୋଲିସ। ଘଟଣାର ତଦନ୍ତ କରାଗଲା ଏବଂ ତାଙ୍କର ଯିଏ ବାନ୍ଧବୀ ରହିଥିଲେ ,ସେହି ବାନ୍ଧବୀ ଙ୍କ ସୌମ୍ୟରଞ୍ଜନ ସୁଇସାଇଡ କରିଥିବା ସେହି ନୋଟ୍ ରେ ଲେଖା ହୋଇଥିଲା। କିନ୍ତୁ ଏହାରି ସୌମ୍ୟରଞ୍ଜନ ଙ୍କ ମୃତ୍ୟୁ କୁ ୬ ମାସ ବିତି ଗଲାଣି।
ଏହି ଘଟଣା ପାଇଁ ସୌମ୍ୟଙ୍କ ପରିବାର ହାଇକୋର୍ଟ ର ଦ୍ୱାରସ୍ଥ ମଧ୍ୟ ହୋଇଛନ୍ତି। କିନ୍ତୁ ଏପର୍ଯ୍ୟନ୍ତ ଯେଉଁ ପ୍ରକାର ତଦନ୍ତ ଚାଲିଥିଲା ସେହି ତଦନ୍ତ ପ୍ରକ୍ରିୟା କୁ ନେଇ ତାଙ୍କ ପରିବାର ପୁରା ଅସନ୍ତୋଷ ପ୍ରକାଶ କରିଛନ୍ତି।
ଏହି ତଦନ୍ତ ପ୍ରକ୍ରିୟା ନେଇ ସୌମ୍ୟରଞ୍ଜନ ଙ୍କ ବାପାଙ୍କ ସୂଚନା ଅନୁଯାୟୀ ,ଘଟଣାକୁ ୬ ମାସ ବିତି ଗଲାଣି କିନ୍ତୁ ଏପର୍ଯ୍ୟନ୍ତ ତାର କୌଣସି ଭଲ ଭାବରେ ତଦନ୍ତ ହୋଇପାରି ନାହିଁ ବୋଲି କହିଥିଲେ। ଆଉ ଯାହାବି ତଦନ୍ତ ଆରମ୍ଭ ହୋଇଥିଲା ସେଥିରେ ସେ ସନ୍ତୋଷ ନଥିଲେ। ଶେଷରେ ସେମାନେ ଇମ୍ପସିଟି ଥାନା ର ଆଶ୍ରୟ ନେଇଥିଲେ ଏବଂ ତାପରେ ହାଇକୋର୍ଟ ର ଆଶ୍ରୟ ନେଇଥିଲେ। କିନ୍ତୁ ସେ ପର୍ଯ୍ୟନ୍ତ ମଧ୍ୟ କିଛି ନିଷ୍ପତ୍ତି ଆସି ନଥିଲା।
ସେମାନେ ପ୍ରଥମେ ପ୍ରଶାସନ କୁ ଅଭିଯୋଗ କରିଥିଲେ। କିନ୍ତୁ ପ୍ରଶାସନ ପକ୍ଷରୁ କିମ୍ବା ହାଇକୋର୍ଟ ପକ୍ଷରୁ କୌଣସି ପଦକ୍ଷେପ ନେଇ ନଥିଲେ। ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନାହାନ୍ତି ବୋଲି ତାଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ। ଆଜି ପର୍ଯ୍ୟନ୍ତ ତାଙ୍କ ମା ଙ୍କ ଆଖିରୁ ଲୁହ ଶଖୁନି।
ରାତିଇ ପାହିଲେ ରାକ୍ଷୀ ଭଉଣୀ କାହା ହାତରେ ରାକ୍ଷୀ ବାନ୍ଧିବ ବୋଲି ବାପା ପ୍ରଶ୍ନ କରିଥିଲେ। ଆଉ ସେହି ଝିଅ ପାଇଁ କଣ କୌଣସି ଦଣ୍ଡ ନାହିଁ ବୋଲି କହିଥିଲେ। ଏହା ବ୍ୟତୀତ ସେ କହିଥିଲେ ଯଦି ବଡ଼ ବଡ଼ ନେତା ବା ସେଲିବ୍ରେଟି ର ପୁଅ ହୋଇଥାନ୍ତି ତାହେଲେ ଏ ପର୍ଯ୍ୟନ୍ତ ସେହି କେସ୍ ର ଅନ୍ତ ଘଟି ସାରନ୍ତାଣି। କିନ୍ତୁ ସୌମ୍ୟଙ୍କ ପରିବାର ର ଲୋକ ଜଣେ ଜଣେ ସାଧାରଣ ଲୋକ ସେଥିପାଇଁ ତାଙ୍କୁ ଏପର୍ଯ୍ୟନ୍ତ କୌଣସି ପ୍ରକାର ନ୍ୟାୟ ମିଳି ପାରୁ ନାହିଁ।