ଦେଖନ୍ତୁ EXCLUSIVE :ଭିଡିଓ- ମୁଁ ହାତ ଯୋଡୁଛି ମୋ ଝିଅକୁ ମାରିଦିଅ ! ଏମିତି କହିଲେ ଝିଅର ମା ..ପୁରା କାହାଣୀ ଶୁଣିଲେ କାନ୍ଦିପକାଇବେ

ଏହି ଯନ୍ତ୍ରଣା ଆଉ ସହି ହେଉ ନାହିଁ ମତେ ମୁକ୍ତି ଦରକାର ସେଥିପାଇଁ ମତେ ସହଜ ମୃତ୍ୟୁ ଦିଅ ମୁଁ ଇଚ୍ଛା ମୃତ୍ୟୁ ନିବେଦନ କରୁଛି | କିଏ ଜୀଵନ ଜିଇଁବା ପାଇଁ ପ୍ରାର୍ଥନା କରେ କିନ୍ତୁ ମୁଁ ମୃତ୍ୟୁ ପାଇଁ ପ୍ରାର୍ଥନା କରୁଛି | ଏଭଳି ଭାବେ କିଛି କହି ଏକ ଯୁବତୀ ଜଣଙ୍କ ମିଡ଼ିଆ ସାମ୍ନାରେ କାନ୍ଦି କାନ୍ଦି ନିଜର ଦୁଃଖ ବଖାଣୁଛନ୍ତି | ଅନବରତ ଆଖି ରୁ ଲୁହ ଧାର ଝରି ଯାଉଛି ଆଉ ମୁଣ୍ଡ ରୁ ପାଦ ଯାଏଁ ଯନ୍ତ୍ରଣା ରେ ଫାଟି ପଡ଼ୁଛି ପାଖରେ ବସି ମା ଦେହ ମୁଣ୍ଡ ଘଷି ଦେଉଛନ୍ତି |

ଝାଡ଼ା ପରିସ୍ରା ଜନିତ ଅଜଣା ରୋଗ ରେ ପୀଡିତ ହୋଇ ଯୁବତୀ ଜଣଙ୍କ ମୃତ୍ୟୁ ସହିତ ସଂଗ୍ରାମ କରୁଛନ୍ତି | ତେବେ ଏହି ଯୁବତୀ ଜଣଙ୍କ ହେଉଛନ୍ତି ଯାଜପୁର ଜିଲ୍ଲା କୋରେଇ ବ୍ଲକ ଆଲିଆ ଗାଁ ର ଅର୍ଜୁନ ବେହେରା ଙ୍କ ଝିଅ ସାରଥୀ ବେହେରା |

ବର୍ଷ ପରେ ବର୍ଷ ମେଡିକାଲ ରୁ ମେଡିକାଲ ଦୌଡ଼ି ଦୌଡ଼ି ଆଉ ସୁସ୍ଥ ହେବେ ବୋଲି ତାଙ୍କର ଭରଷା ନାହିଁ | ଝିଅ କୁ ଏମିତି ଯନ୍ତ୍ରଣା ରେ ଦେଖି ମା ମଧ୍ୟ ଆଉ ସହ୍ୟ କରି ପାରୁ ନାହିଁ କାନ୍ଦି କାନ୍ଦି ହାତ ଯୋଡ଼ି ସରକାର ଙ୍କୁ ନିବେଦନ କରୁଛନ୍ତି କି ଯଦି ମୋ ଝିଅ ଭଲ ହେବ ନାହିଁ ତେବେ ତାକୁ ଇଚ୍ଛା ମୃତ୍ୟୁ ଦେଇ ଦିଅ |

 

ମା କହିଛନ୍ତି କି ଦୁନିଆଁ ଡାକ୍ତର ଙ୍କୁ ଦେଖେଇ ସାରିଲୁଣି କେତେ ମେଡ଼ିସିନ ସେ ଖାଇ ସାରିଲାଣି କିନ୍ତୁ କୌଣସି ମେଡ଼ିସିନ ରେ ସେ ଭଲ ହେଉ ନାହିଁ, ଆମର ପଇସା ବଳ ନାହିଁ ମଣିଷ ବଳ ନାହିଁ ତେଣୁ କରି ଡାକ୍ତର ମାନେ ଏତେ ଗୁରୁତ୍ୱ ଦେଉ ନାହାଁନ୍ତି | ହାତ ଯୋଡ଼ି କାନ୍ଦି କାନ୍ଦି କହୁଛନ୍ତି କି ସରକାର ତାକୁ ଯଦି ଭଲ କରିବେ ଭଲ କଥା ଆଉ ଯଦି ଭଲ ନ ହେବ ତାକୁ ମୃତ୍ୟୁ ଦେଇ ଦିଅ |

ଚାରି ବର୍ଷ ପୂର୍ବେ ସବୁ ଠିକଠାକ ଥିଲା ଭୁବନେଶ୍ୱର ରେ ରହି ସାରଥୀ ଚାକିରୀ କରୁ ଥିଲେ, ହଠାତ ପେଟ ଓ ଛାତିରେ ଅସହ୍ୟ ଯନ୍ତ୍ରଣା ହେବାରୁ ଡାକ୍ତର ପରୀକ୍ଷା କରି କହିଲେ ଯେ ଟ୍ୟୁମର ହୋଇଛି |

 

ପ୍ରଥମେ ମେଡ଼ିସିନ ରେ ସଫଳ ନ ମିଳିବାରୁ ଅପରେସନ ପରେ ଟ୍ୟୁମର କଢ଼ା ଗଲା ଆଉ ତାପରେ ସାରଥୀ ଙ୍କର ଏଭଳି ଅବସ୍ଥା ଦେଖିବା ପାଇଁ ମିଳିଛି | ନା ଶୋଇ ପାରୁଛନ୍ତି ନା ବସି ପାରୁଛନ୍ତି କେତେ ଆଉ ଔଷଧ ଖାଇବେ ତାଙ୍କୁ କୌଣସି ଆଉ ଉପସମ ମିଳୁ ନାହିଁ ଡାକ୍ତର ବି ରୋଗ ଚିହ୍ନି ପାରୁ ନାହାଁନ୍ତି ଆଉ ଶେଷରେ ସାଇକୋ ପେସେଣ୍ଟ କହି ଘରକୁ ଫେରାଇ ଦେଲେ | ଗୋଟିଏ ପଟେ ଚିକିତ୍ସା ଫଳପ୍ରଦ ହେଉ ନଥିବା ବେଳେ ଅନ୍ୟ ପଟେ ଅସହ୍ୟ ଯନ୍ତ୍ରଣା ସାରଥୀ ଙ୍କୁ ନିରାଶ କରି ଦେଇଛି, ଶେଷରେ ସେ ବାଧ୍ୟ ହୋଇ ମହା ମହିମ ରାଷ୍ଟ୍ରପତି, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳ ଙ୍କ ମାଧ୍ୟମ ରେ ନିବେଦନ କରିଛନ୍ତି |