400 କୋଟି ମହଲାରେ ରହୁଛନ୍ତି ମୋଦିଙ୍କ ମନ୍ତ୍ରୀ,…କାନ୍ଥରେ ଦିଆଯାଇଛି ସୁନା ଓ ରୂପାର ଲେପ
ମୋଦୀ ଙ୍କ ମନ୍ତ୍ରୀ ଙ୍କ ବିଳାଶପୂର୍ଣ୍ଣ ମହଲ । ଯାହାର ମୂଲ୍ୟ ଚାରି ହଜାର କୋଟି ।ଯେଉଁ ମହଲକୁ ସଜାଇବାକୁ କାନ୍ଥରେ ଲାଗିଛି କୁଇଣ୍ଟାଲ କୁଇଣ୍ଟାଲ୍ ସୁନା ଆଉ ରୂପା ।ଯେଉଁ ମହଲକୁ ଦେଖିଲେ ଆଖି ଝଲସି ଉଠିବ । କାରୁକାର୍ଯ୍ୟ ଏମିତି ହୋଇଛି ଯେ ଥରେ ଏଠାକୁ ଆସିଲେ ଫେରିବାକୁ ମନ ହେବନି ।ସେହିଭଳି ଏକ ଭବ୍ୟ ମହଲରେ ରହୁଛନ୍ତି କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ।ମୋଦୀ ସରକାରରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆ ହେଉଛନ୍ତି ଗ୍ୱାଲିୟର ସିନ୍ଧିଆ ରାଜବଂଶର ।
ଦେଶରେ ଗଣତନ୍ତ୍ର ଶାସନ ଚାଲୁଥିଲେ ମଧ୍ୟ ଗ୍ୱାଲିୟରରେ ସିନ୍ଧିଆ ବଂଶଜ କୁ ରାଜ ପରିବାର ଭାବେ ମାନି ଆସନ୍ତି ଲୋକେ ।ଆଉ ଜ୍ୟୋତିରାଦିତ୍ୟ ଙ୍କୁ ମହାରାଜ ଭାବେ ମାନି ଆସୁଛନ୍ତି ଜନତା ।
ଗ୍ୱାଲିୟରେ ଥିବା ଏହି ବିଳାଶମୟ ମହଲ ର ନାମ ହେଉଛି ଜୟ ବିଳାଶ ।1874 ମସିହାରେ ଏହି ମହଲର ନିର୍ମାଣ କରାଯାିଥିଲା ।ସେତେବେଳେ ଜୟ ଜୟା ସିନ୍ଧିଆ ଏହି ମହଲର ନିର୍ମାଣ କରିଥିଲେ ।ମହଲର ଡିଜାଇନ୍ ବ୍ରିଟେନର ପ୍ରସିଦ୍ଧ ଡିଜାଇନର ମାଇକେଲ୍ ଫିଲସ ପ୍ରସ୍ତୁତ କରିଥିଲେ ।କୁହାଯାଏ ଏହି ବିଶାଳକାୟ ମହଲ ପ୍ରିନ୍ସ ଜର୍ଜ ଓ ପ୍ରିନ୍ସେସ ମ୍ୟାରି ଙ୍କ ସ୍ୱାଗତ ପାଇଁ କରାଯାଇଥିଲା ।
1876 ରେ ଏମାନେ ଭାରତ ଆସିଥିଲେ ।ଜୟ ବିଳାଶ ପ୍ୟାଲେସ ରେ ଚାରିଶହ ଟି କଠୋରୀ ରହିଛି ।ଆଉ ସବୁଠୁ ବଡ କଥା ହେଉଛି ମହଲର ଛାତରେ ସୁନା ଲେପ ଦିଆଯାଇଛି । ତିନି ମହଲା ବିଶିଷ୍ଟ ଏହି ଭବ୍ୟ ମହଲ ର ଭିତର ପାର୍ଶ୍ୱକୁ ଆକର୍ଷଣୀୟ କରିବାକୁ 560 କିଲୋର ସୁନା ଲେପ ଦିଆଯାଇଛି ।ଚାରିଶହଟି କଠୋରୀ ମଧ୍ୟରୁ 40 ଟି କଠୋରୀ କୁ ଏବେ ମ୍ୟୁଜିୟମ କରାଯାଇଛି ।ମ୍ୟୁଜିୟମ ଭିତରେ ଏମିତି କିଛି ସାମଗ୍ରୀ ରହିଛି ଯାହା ସିନ୍ଧିଆ ରାଜବଂଶର ସମୃଦ୍ଧି କୁ ଦର୍ଶାଇଥାଏ ।
ଏଥିରେ ଝାନ୍ସି ରାଣୀଙ୍କର ଛତା ଏବଂ ଔରଙ୍ଗଜେବଙ୍କର ଓ ଶାହାଜାନ ଙ୍କର ଅସ୍ତ୍ର ରହିଛି ।ଏହା ଛଡା ଦେଶ ଓ ବିଦେଶର ଅନେକ କଳାକୃତି ଏଥିରେ ସ୍ଥାନ ପାଇଛି ।ଏହି ମହଲର ଶୋଭାକୁ ଦୁଇ ଗୁଣିତ କରିଛି ଭିତରେ ଲାଗିଥିବା ଝୁମର ।ମହଲ ଭିତରେ ଦୁଇଟି ଝୁମର ଲାଗିଛି ।ଯାହାର ଓଜୋନ 3500 କିଲୋଗ୍ରାମ ରୁ ଅଧିକ । ଏହି ସୁନ୍ଦର ଝୁମରକୁ ବେଲଜିୟମ କଳାକାର ନିର୍ମାଣ କରିଥିଲେ ।କୁହାଯାଏ , ଏହି ଝୁମର କୁ ଛାତରେ ଝୁଲାଇବାକୁ ଦଶଟି ହାତୀ ଛାତ ଉପରକୁ ଚଢା ଯାଇଥିଲା ।
ଛାତ ଝୁମର ର ଓଜୋନ କୁ ସମ୍ଭାଳି ପାରିବକି ନାହିଁ ତାହା ପରୀକ୍ଷା କରିବା ପାଇଁ ଏଭଳି କରାଯାଇଥିଲା ।ଗୋଟିଏ ସପ୍ତାହ ଧରି ଏହି ପ୍ରକ୍ରିୟା ଚାଲିବା ପରେ ଛାତରେ ଝୁମର ଲଗା ଯାଇଥିଲା ।
ଜୟ ବିଳାଶ ମହଲର ସଂଗ୍ରହାଳୟରେ ରୂପାର ରେଳ ରହିଛି । ଆଉ ଏହି ରୂପା ଟ୍ରେନ ର ଟ୍ରାକ ଡାଇନିଙ୍କ ଟେବଲ ଉପରେ ରହିଛି । କୌଣସି ବିଶିଷ୍ଟ ଅତିଥି ଆସିଲେ ଏହି ଡାଇନିଙ୍ଗ ଟେବୁଲ ରେ ରୂପା ରେଳରେ ଖାଦ୍ୟ ପରସା ଯାଇଥାଏ । ଏହି ମହଲ ମଧ୍ୟରେ ଏକ ଦରବାର ହଲ୍ ମଧ୍ୟ ରହିଛି ।ଯେଉଁ ମହାରାଜ ଙ୍କର ଦରବାର ବସିଥାଏ ।ଯେତେବେଳେ ଏହାର ନିର୍ମାଣ ହୋଇଥିଲା ସେତେବେଳେ ଏଥିପାଇଁ କୋଟିଏ ଟଙ୍କା ଖର୍ଚ୍ଚ ହୋଇଥିଲା ।
କିନ୍ତୁ ଏବେ ଏହି ମହଲର ମୂଲ୍ୟ ପାଖାପାଖି ଚାରି ହଜାର କୋଟିରେ ପହଞ୍ଚିଛି । ଏଠାକୁ ବୁଲିବା ପାଇଁ ଭାରତୀୟ ବ୍ୟକ୍ତିଙ୍କୁ 150 ଟଙ୍କାର ଟିକେଟ୍ ଏବଂ ବିଦେଶୀ ବ୍ୟକ୍ତିଙ୍କୁ 800 ଟଙ୍କାର ଟିକେଟ୍ କାଟିବାକୁ ପଡିଥାଏ ।