ଦେଖନ୍ତୁ shocking ଭିଡ଼ିଓ … ଆମ ଗେଟ ଠେଲି ଘରେ ପଶିଗଲେ ..ପ୍ୟାଣ୍ଟ ଖୋଲିଲେ ଆମ ଆଗରେ ଡ୍ୟାନ୍ସ କଲେ ଏବଂ ପରିସ୍ରା ମଧ୍ୟ କଲେ….ଆଉ ତା ପରେ..ଭିଡିଓ viral
ଆଜି ଏଭଳି ଏକ ଘଟଣା ସମ୍ପର୍କ ରେ କହିବୁ ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବା ସହିତ ଏଭଳି କିଛି ଲୋକ ଙ୍କ ପାଇଁ ଭୟ ମଧ୍ୟ ଅନୁଭବ କରିବେ | ଘଟଣା ଟି ହେଉଛି ଏକ ଘର ବାହାରେ ଦୁଇ ଗୋଷ୍ଠି ମିଶି ମଦ ପିଉ ଥିଲେ ଏବଂ କୌଣସି ଘଟଣା କୁ ନେଇ ଉଭୟ ଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇ ଥିଲା | ଯାହାକୁ ଦେଖି ପାଖର ଜଣେ ପଡୋଶୀ ବିରୋଧ କରି ଥିଲେ, କିନ୍ତୁ ବିରୋଧ ଟି ଏତେ ଅସମ୍ଭାଳ ରୂପ ନେଇ ଥିଲା ଯାହାକୁ ଶୁଣିଲେ ଆପଣ ବିଶ୍ୱାସ ମଧ୍ୟ କରି ପାରିବେ ନାହିଁ | ଏଭଳି ଏକ ଦୃଶ୍ୟ ମଞ୍ଚେଶ୍ୱର ଥାନା ସମେଇଗାଡ଼ିଆ ଠାରେ ଦେଖିବା ପାଇଁ ମିଳିଛି |
ମଦ ପିଇ ସେମାନେ ଅସଭ୍ୟ ଭାଷା ରେ ଯେତେ ବେଳେ ଝଗଡା ଲାଗି ଥିଲେ ସେତେ ବେଳେ ହିଁ ପରିବାର ଲୋକ ତାହାକୁ ବିରୋଧ କରି ଥିଲେ, କିନ୍ତୁ ବିରୋଧ କାରିବାରୁ ଦୁର୍ବୁତ୍ତ ମାନେ ଯେଉଁ ପ୍ରତିଫଳନ ଦେଇ ଥିଲେ ତାହା ଏବେ ଖୁବ ଚର୍ଚ୍ଚା ର ବିଷୟ ପାଲଟିଛି |
ତେବେ ସେହି ଘରେ ରହୁଥିବା ଜଣେ ମହିଳା କହିଛନ୍ତି କି ଗତ କାଲି ରାତି ରୁ ଏହି ଘଟଣା ଘଟିବା ପରେ ଆମେ ଏପର୍ଯ୍ୟନ୍ତ ସବୁ ଥରୁଛୁ ଆମର ଖାଇବା ପିଇବା କିଛି ନାହିଁ ଆଉ ପୋଲିସ ସାମ୍ନାରେ ଯେତେବେଳେ ସବୁ ଏହି କାର୍ଯ୍ୟ କଲେ ଆମେ ନିଜକୁ କେମିତି ଆଉ ସୁରକ୍ଷିତ ଭାବିବୁ |
ସେମାନଙ୍କ ସହିତ ଆମର କିଛି ସମ୍ପର୍କ ନାହିଁ ସେ କିଏ ଆମେ ଜାଣି ନାହୁଁ ସେମାନେ ଯେତେବେଳେ ମଦ ପିଇ ଅସଭ୍ୟ ଭାଷାରେ ଗାଳି ଗୁଲଜ କରୁ ଥିଲେ ଆଉ ଲଙ୍ଗଳା ହେଇକି ନାଚିଲେ ସେତେବେଳେ ଆମେ ପିସିଆର କୁ ଡକାଇ ଥିଲୁ |
ଆଉ ପିସିଆର ଯେତେବେଳେ ପହଞ୍ଚିଲେ ଆମେ ସେତେବେଳେ ଗେଟ ପାଖକୁ ଗଲୁ କିନ୍ତୁ ସେମାନେ ସେହି ପିସିଆର ସାମ୍ନାରେ ହିଁ ଆମ ଗେଟ କୁ ବାଡ଼ାବାଡ଼ି କଲେ ଆଉ ଖୁବ ଅଶ୍ଳୀଳ ଭଷାରେ ଆମକୁ ଶୋଧିଲେ | ଆଉ ଏହାପରେ ଧକ୍କା ମାରିକି ଘରକୁ ପଶି ଗଲେ ଆଉ ମୋ ମା ର ଆଉ ମୋର ବେକରୁ ଚେନ ଟାଣି ନେଇ ଆମକୁ ଧକ୍କା ମାରି ତଳକୁ ପକାଇ ଦେଲେ |
ଏତେ ସବୁ ହେଲା ପରେ ଆମେ ଥାନାରେ ତାଙ୍କ ନାଁ ରେ ଏଫାୟାର ମଧ୍ୟ ଦେଇ ଥିଲୁ କିନ୍ତୁ ପୋଲିସ ଏପର୍ଯ୍ୟନ୍ତ ସେମାନଙ୍କୁ ଆରେଷ୍ଟ କରି ନାହିଁ | ଏମିତି କି ସେ ଶେଷରେ ଗଲା ବେଳେ ଆମକୁ ଧମକ ମଧ୍ୟ ଦେଇକି ଯାଇଛନ୍ତି କି ତମକୁ ଆମେ ଏଠି ରଖେଇ ଦେବୁନି ବୋମ ପକେଇକି ଉଡେଇ ଦେବୁ |
ତେବେ ପରିବାର ଲୋକେ ଏବେ ଦାବି କରିଛନ୍ତି କି ସେଭଳି ଦୁର୍ବୁତ୍ତ ମାନଙ୍କୁ ଦଣ୍ଡ ଦେବା ନିହାତି ଆବଶ୍ୟକ ନଚେତ ଏମାନଙ୍କ ପାଇଁ ସାଧାରଣ ଲୋକ ଏମିତି ହଇରାଣ ହେଉ ଥିବେ | ତେବେ ବର୍ତ୍ତମାନ ସମୟରେ କେବଳ ଦେଖିବାକୁ ବାକି ରହିଲା ଏହି ଘଟଣା କୁ ନେଇ ପୋଲିସ ସେମାନଙ୍କ ଉପରେ କିପରି କାର୍ଯ୍ୟନୁଷ୍ଠାନ ନେଉଛି