ମୁହଁରେ ସମସ୍ତ ଦାଗର ଘରୋଇ ଉପଚାର । Dr. Saranya
ତେବେ ସେ ପୁରୁଷ ହେଉ କି ନାରୀ ସମସ୍ତେ ପ୍ରାୟ ସୁନ୍ଦର ଦେଖା ଯିବା ପାଇଁ ଚାହିଁ ଥାଆନ୍ତି | କାରଣ ସୋନ୍ଦର୍ଯ୍ୟ ହିଁ ଲୋକ ଙ୍କୁ ଆକର୍ଷିତ କରାଇ ଥାଏ ଆଉ ସେଥିରେ ନିଜକୁ ମଧ୍ୟ ଖୁବ ସୁନ୍ଦର ଅନୁଭୂତି ହୋଇ ଥାଏ | କିନ୍ତୁ ଆଜି ର ବ୍ୟସ୍ତ ବହୁଳ ଜୀବନ ରେ କେହି ବି ନିଜ ମୁହଁ ର ଠିକ ଭାବରେ ଯତ୍ନ ନେଇ ପାରୁ ନାହାଁନ୍ତି ଆଉ ଯାହା ଦ୍ୱାରା ସେମାନଙ୍କୁ ଅନେକ ଅସୁବିଧା ରେ ସମ୍ମୁଖୀନ ହେବାକୁ ପଡୁଛି |
ତେବେ କାହାର ମୁହଁ ରେ ଦାଗ ବାହାରି ଥାଏ ତ ଆଉ କାହା ମୁହଁରେ ଅଲଗା କିଛି ବାହାରି ମୁହଁ କୁ ଅସୁନ୍ଦର କରାଇ ଦେଇ ଥାଏ | ଆଉ ସବୁଠୁ ବଡ଼ କଥା ହେଉଛି ମୁହଁ ରେ ଯଦି ସାଧାରଣତଃ ହିଁ କିଛି ବାହାରି ପଡ଼େ ତେବେ ସଙ୍ଗେ ସଙ୍ଗେ ବ୍ୟକ୍ତି ତା ମୁହଁରେ କିଛି କେମିକାଲ କ୍ରିମ ୟୁଜ କରି ଦେଇ ଥାଏ | କିନ୍ତୁ କିଛି ଦିନ ପରେ ପୁଣି ମୁହଁ ଆହୁରି ବିଗିଡିବାରେ ଲାଗି ଥାଏ | ତେବେ ଆଜି ଆମେ ଜାଣିବା ମୁହଁ ରେ କେମିତି ଦାଗ ହୋଇ ଥାଏ ଏବଂ ଏହାର ଚିକିତ୍ସା କଣ ଅଟେ |
କଳା ଦାଗ ହେବାର କାରଣ କଣ :-
1. ଧଳା ଦାଗ :-ତେବେ ଯଦି ଜଣେ ବ୍ୟକ୍ତି ଅତ୍ୟଧିକ ମେଡ଼ିସିନ ଖାଇ ଥାଏ ବା ଅତ୍ୟଧିକ କୌଣସି ଟ୍ରିଟମେଣ୍ଟ ନେଇ ଥାଏ ତେବେ ତାଙ୍କ ଚେହେରା ରେ ଏଭଳି ଧଳା ଧଳା ଦାଗ ବାହାରି ଥାଏ |
2. କଳା ଦାଗ :- ଏମିତି ଲୋକ ଅଛନ୍ତି ଯେଉଁ ମାନେ କି ପ୍ରାୟ ସମୟରେ ନିଜ ମୁହଁରେ କିଛି ନା କିଛି କ୍ରିମ ଆଦି ଲଗାଇ ଥାଆନ୍ତି ଏବଂ ଜେଲ ବ୍ୟବହାର କରି ଥାଆନ୍ତି | ଏହା ସହିତ ପାର୍ଲର ରେ ଫେସିଆଲ ମଧ୍ୟ କରି ଥାଆନ୍ତି ଯାହା ଦ୍ୱାରା ତାଙ୍କ ମୁହଁରେ ବ୍ରଣ ବାହାରି ଥାଏ ଆଉ ତାର ଚି଼ହ୍ନ ରହି ଯାଇ ଥାଏ |
3. ଆଖି ତଳ ଦାଗ :-ଆମ ମୁହଁରେ ପ୍ରଥମ ନଜର ଆଖିରେ ହିଁ ପଡ଼ି ଥାଏ ଆଉ ଆଖି ଆକାର୍ଷଣୀୟ ମଧ୍ୟ ହୋଇ ଥାଏ | ଯଦି ଆମେ ଠିକ ସମୟରେ ନ ଶୋଇବା କିମ୍ବା ରାତିରେ ରେ ଅନିଦ୍ରା ରହିବା ତେବେ ଆମ ଆଖିରେ କଳା ଦାଗ ପଡ଼ି ଯାଇ ଥାଏ |
ଚିକିତ୍ସା ର ଉପାୟ :-
1. ଲାଳ :- ଆପଣ ମାନେ ତ ବେସ ଭଲ ଭାବରେ ଜାଣିଛନ୍ତି କି ଲାଳ କେଉଁ ଔଷଧ ରୁ କମ ନୁହେଁ | ଏଣୁ ଆପଣ ଯେତେ ବେଳେ ସକାଳେ ଉଠୁଛନ୍ତି ସେତେବେଳେ ନିଜ ମୁହଁ କୁ ନ ଧୋଇ ପ୍ରଥମେ ନିଜ ପାଟିରୁ ଲାଳ କୁ ଆଣି ନିଜ ଆଖି ତଳେ ଏବଂ ମୁହଁରେ 10 ରୁ 15 ମିନିଟ ପର୍ଯ୍ୟନ୍ତ ମସାଜ କରନ୍ତୁ | ଏମିତି ପ୍ରତିଦିନ କରନ୍ତୁ ଯଦି ଆପଣଙ୍କର ଦାଗ ବହୁତ ପୁରୁଣା ହୋଇ ଥିବ ତେବେ ଏହା ଦୂର ହେବା ପାଇଁ ଏକ ବର୍ଷ ଲାଗିବ ଆଉ କିଛି ଦିନର ହୋଇ ଥିଲେ ଏହା ଦୁଇ କି ତିନି ମାସ ଲାଗିବ |
2. କ୍ଷୀର :- ତେବେ ଆମେ କ୍ଷୀର କୁ ଖାଦ୍ୟ ରୂପରେ ଗ୍ରହଣ କରି ଥାଉ କିନ୍ତୁ ଏହା ଆମ ମୁହଁରେ ଥିବା ଦାଗକୁ ମଧ୍ୟ ଦୂର କରି ଦେଇ ଥାଏ | ତେବେ ଆପଣ କିଛି କ୍ଷୀର ନିଅନ୍ତୁ ଆଉ ଏହାକୁ ଧୀରେ ଧୀରେ ମୁହଁରେ ମସାଜ କରନ୍ତୁ ଦେଖିବେ ଆପଣଙ୍କ ମୁହଁରେ ଦାଗ ଦୂର ହୋଇ ଯିବ |
3. ଗାଈ ମୂତ୍ର :-
ଯେଉଁ ଗାଈ ର ପିଲା ଜନ୍ମ ହୋଇ ନଥିବ ସେହି ଗାଈ ର ମୂତ୍ର କୁ ଆଣି ଏକ ବୋତଲ ରେ ରଖନ୍ତୁ | ଆଉ ଏହି ମୂତ୍ର କୁ ସପ୍ତାହ ରେ ଥରେ କିମ୍ବା 15 ଦିନରେ ଥରେ ମୁହଁରେ ଲଗାନ୍ତୁ ଦେଖିବେ ଆପଣଙ୍କ ଦାଗ ସମ୍ପୂର୍ଣ୍ଣ ରୂପେ ଦୂର ହୋଇ ଯିବ |
4. ଏଲଭେରା ଜେଲ :- ଏହାକୁ ଆପଣ ସପ୍ତାହ ରେ ଦୁଇ କି ତିନି ଥର ମୁହଁରେ ମସାଜ କରନ୍ତୁ ଦେଖିବେ ଏହା ଦ୍ୱାରା ମଧ୍ୟ ଦାଗ ଦୂର ହୋଇ ଯିବ |