ମିଳିଲା ଶ୍ରଦ୍ଧାଙ୍କର କଟା ମୁଣ୍ଡ । ସନ୍ଧାନି କୁକୁର ଖୋଜି ଖୋଜି ଯାଇ ପହଞ୍ଚିଥିଲା ଶ୍ରଦ୍ଧାଙ୍କ ପାଖରେ
ମିଳିଲା ଶ୍ରଦ୍ଧାଙ୍କର କଟା ମୁଣ୍ଡ । ଏକ କଳା ପଲିଥିନ ଭିତରେ ଥିଲା ଶ୍ରଦ୍ଧାଙ୍କର କଟାମୁଣ୍ଡ । ସନ୍ଧାନୀ କୁକୁର ଖୋଜି ଖୋଜି ଯାଇ ପହଞ୍ଚିଥିଲା ଶ୍ରଦ୍ଧାଙ୍କ ପାଖରେ ।ଥଣ୍ଡା ଅନ୍ଧାରରେ ଦିଲ୍ଲୀର ଛାତି ଉପରେ ଏମିତି ଏକ ଘଟଣା ଘଟିଗଲା ଯାହା ଏବେ ପର୍ଯ୍ୟନ୍ତ ସମସ୍ତଙ୍କ ମନକୁ ଆନ୍ଦୋଳିତ କରୁଛି । ପୂରା ଦେଶ ଏବେ ଏହି ଆଘାତରୁ ବାହାରି ପାରୁନି । ପୂରା ଦେଶରେ ଏବେ ଗୋଟିଏ କଥା ଶ୍ରଦ୍ଧାଙ୍କୁ ନେଇ ଚର୍ଚ୍ଚା । ପ୍ରେମ କ୍ଷଣିକରେ କେମିତି ପିଶାଚ ପାଲଟିଯାଏ ତାହା ରାଜଧାନୀ ଦିଲ୍ଲୀ ସମସ୍ତଙ୍କୁ ଦେଖାଇ ଦେଲା । ତେବେ ଦିନ ଯେତେ ଗଢୁଛି ସେତେ ଗୋଟିଏ ପରେ ଗୋଟିଏ ରହସ୍ୟ ସାମ୍ନାକୁ ଆସୁଛି ।
ଏହାରି ଭିତରେ ପୋଲିସ ଖୋଜୁଥିବା ଶ୍ରଦ୍ଧାଙ୍କ କଟାମୁଣ୍ଡ ଗୁଡଗାଁଓ ସ୍ଥିତ ଏକ ଜଙ୍ଗଲରୁ ପାଇଛି । ଅଭିଯୁକ୍ତ ଅଫତାବ ପୁନୱାଲା ପୂର୍ବରୁ ଗୁରଗାଓଁର ଡିଏଲଏ ଫେଜ୍ 2ରେ ଥିବା ଏକ ଘରୋଇ ଆଇଟି କମ୍ପାନୀରେ ଚାକିରି କରିଥିଲା । ଶ୍ରଦ୍ଧାଙ୍କୁ ହତ୍ୟା କରିବା ପରେ ସେଠାରେ ଥିବା ଏକ ଜଙ୍ଗଲରେ ଶ୍ରଦ୍ଧାଙ୍କର ଖଣ୍ଡ ଖଣ୍ଡ ଦେହକୁ ଫୋପାଡି ଥିବା ଜେରା ସମୟରେ ପୋଲିସକୁ କହିଛି ।
ଏହାପରେ ପୋଲିସ ସେହି ଜଙ୍ଗଲକୁ ଯାଇ ସନ୍ଧାନୀ କୁକୁର ସହ ତଦନ୍ତ କରିବା ବେଳେ ଏକ ଜରି ପ୍ୟାକେଟ ପାଇଥିଲା । ସେହି କଳା ପଲିଥିନରେ ଏକ କଟା ମୁଣ୍ଡ ଥିଲା । ଯାହା ଶ୍ରଦ୍ଧାଙ୍କର ହୋଇଥାଏ ପାରେ ବୋଲି ପୋଲିସ ସନ୍ଦେହ କରୁଛି । ତେବେ ମୁଣ୍ଡଟି ପଚି ଯାଇଥିବାରୁ ତାହା ଶ୍ରଦ୍ଧାଙ୍କର କି ନାହିଁ ଡିଏନଏ ଟେଷ୍ଟ ପରେ ଜଣା ପଡିବ । ସେଥିପାଇଁ ପୋଲିସ କଟାମୁଣ୍ଡ ଟିକୁ ଫରେନସିକ୍ ଲ୍ୟାବକୁ ପଠାଇୟଛି ।
ତେଣଉ ଦିଲ୍ଲୀର ପୋଲିସ ର ଏକ ଟିମ୍ ସେଠାକୁ ଯାଇ ଉକ୍ତ ଆଇଟି କମ୍ପାନୀର ସହକର୍ମୀ ପଚରା ଉଚରା କରୁଛି । ସେପଟେ ଅଫତାବର ନୂଆ ଦିଲ୍ଲୀ ଫ୍ଲାଟରେ ଥିବା ଏକ କଳା ପଲିଥିନରୁ ଦିଲ୍ଲୀ ପୋଲିସ ଧାରୁଆ ଅସ୍ତ୍ର ଜବତ କରିଛି । ସେହି ଧାରୁଆ ଅସ୍ତ୍ର ରେ ଶ୍ରଦ୍ଧାଙ୍କୁ ଖଣ୍ଡ ଖଣ୍ଡ କରି କଟା ଯାଇ ଥିବା ଅନୁମାନ କରା ଯାଉଛି ।
ତେବେ ଏହି ହତ୍ୟାକାଣ୍ଡ ସେତେବେଳେ ଘଟିଥିଲା ଯେତେବେଳେ ଲିଭଇନ୍ ରେ ରହୁଥିବା ଅଫତାବ ଏବଂ ଶ୍ରଦ୍ଧାଙ୍କ ମଧ୍ୟରେ ଝଗଡା ଆରମ୍ଭ ହୋଇଥିଲା । ଝଗଡା ଏଥିପାଇଁ ଆରମ୍ଭ ହୋଇଥିଲା କାରଣ ଶ୍ରଦ୍ଧା ଅଫତାବଙ୍କୁ କହୁଥିଲେ ବାହା ହେବା ପାଇଁ କିନ୍ତୁ ଅଫତାବ ମାନୁ ନଥିଲେ । କାରଣ ଅଫତାବ ଶ୍ରଦ୍ଧାଙ୍କୁ ଛାଡି ଆଉ ଜଣଙ୍କ ସହିତ ଡେଟିଂ ଆପ୍ ରେ ସଂପର୍କ ଗଢିବାକୁ ଲାଗୁ ଥିଲେ ।
ବୋଧ ହୁଏ ଅଫତାବଙ୍କ ଏହି ସବୁ କାରନାମା ଶ୍ରଦ୍ଧାଙ୍କୁ ଜଣା ପଡି ଯାଇ ଥିଲା । ସବୁଠାରୁ ବଡ କଥା ହେଉଛି ଅଫତାବ ଡ୍ରଗ୍ସ ବ୍ୟାପାର ମଧ୍ୟ କରୁଥିଲେ । ଯେତେବେଳେ ଘରେ ଶ୍ରଦ୍ଧା ରହୁ ନଥିଲେ ସେତେବେଳେ ଅଫତାବ ନିଜ ଘରେ ଡ୍ରଗ୍ସର ଆଡ୍ଡା କରୁଥିଲେ, ଲୋକଙ୍କୁ ନିଜ ଘରକୁ ଡାକି ଡ୍ରଗ୍ସ ଦେଉ ଥିଲେ । ଯାହା ସବୁ କଥା ଶ୍ରଦ୍ଧା ଜାଣି ସାରିଥିଲେ । ଆଉ ସେଥାଫଇଂ ଶ୍ରଦ୍ଧାଙ୍କୁ ହତ୍ୟା କରିଥିଲା ଅଫତାବ ପୁନୱାଲା ।