ଦେଖନ୍ତୁ EXCLUSIVE – ମହିଳା ଜଣଙ୍କର ଅଜବ ପ୍ରଶ୍ନ ରାସ୍ତାରେ ଟଇଲେଟ ନାହିଁ ମୁଁ ପରିସ୍ରା ଆଉ ଝାଡା ଯିବି କୁଆଡେ |
ଓଡ଼ିଶା ଡ୍ରାଇଭର ମହାସଂଘ ଯେଉଁ ଦଶଦଫା ଦାବି ନେଇକି ସ୍ଟେରିଙ୍ଗ ଛାଡ଼ ଆନ୍ଦୋଳନ କୁ ଓହ୍ଲେଇଲା ଏବଂ ଅନିର୍ଦ୍ଧିଷ୍ଟ କାଳ ପାଇଁ ଏହି ଯେଉଁ ଆନ୍ଦୋଳନ କୁ ଓହ୍ଲାଇଛନ୍ତି ତାହାକୁ ନେଇ ସେମାନେ ସୂଚନା ଦେଇ ଥିଲେ କି ଶାନ୍ତି ଶୃଙ୍ଖଳା ସହିତ ଏହି ଆନ୍ଦୋଳନ କରାଯିବ | ଏହି ଆନ୍ଦୋଳନ କୁ ଓଡ଼ିଶା ବସ ମାଲିକ ସଂଘ ସହିତ ଯେଉଁ ବେସରକାରୀ ବସ ମାଲିକ ସଂଘ ସେ ଏହି ଆନ୍ଦୋଳନ କୁ ସମର୍ଥନ କରୁ ନାହାଁନ୍ତି ବୋଲ କହିଲେ ଏବଂ ଯାତ୍ରୀ ମାନଙ୍କ ପାଇଁ ବସ ଚଳାଚଳି ହେବ |
କିନ୍ତୁ ସେମାନଙ୍କର ଅଭିଯୋଗ କି ଯେ ଯେଉଁ ଡ୍ରାଇଭର ମାନେ ଗାଡ଼ି ଚଳାଇକି ଗଲେ ସେମାନଙ୍କୁ ଓଡ଼ିଶା ମହାସଂଘ ର ଚାଳକ ମାନେ ଯେଉଁ ମାନେ ଆନ୍ଦୋଳନ କରିଛନ୍ତି ଗାଡିକୁ ଅଟକାଇଲେ ଏବଂ ସେହି ଡ୍ରାଇଭର ମାନଙ୍କୁ ଅପମାନିତ କଲେ ଯାହାକି ପୁଣି ପୋଲିସ ଉପସ୍ଥିତ ରେ ସେମାନେ ତାଙ୍କୁ ଅପମାନିତ କରି ଥିଲେ |
ଯାହାକି ଏବେ ପୋଲିସ ର ନିଷ୍କ୍ରିୟତା କୁ ନେଇ ବଡ଼ ପ୍ରଶ୍ନ ଉଠିଛି, କିନ୍ତୁ ଏପଟେ ସ୍ଟେରିଙ୍ଗ କୁ ଛାଡ଼ି ଯିଏ ଆନ୍ଦୋଳନ କୁ ଓହ୍ଲାଇଛନ୍ତି ସେମାନେ ତାଙ୍କ ଜିଦ ରେ ଅଟଳ ଅଛନ୍ତି | ତାଙ୍କର ଦାବି ହେଉଛି ସରକାର ସେମାନଙ୍କ ସହ ଆଲୋଚନା କରିବା ଦରକାର ଏବଂ ସେମାନଙ୍କର ଯେଉଁ ଦାବି ରହିଛି ଯୁକ୍ତିଯୁକ୍ତ ଦାବି ଯେତେ ଦିନ ପର୍ଯ୍ୟନ୍ତ ଆଲୋଚନା ନ ହୋଇଛି ସେମାନେ ଏହି ଆନ୍ଦୋଳନ ରୁ ଓହରିବେ ନାହିଁ |
ସାରା ରାଜ୍ୟ ରେ ଆପଣ ମାନେ ମଧ୍ୟ ଚିତ୍ର ଦେଖି ଥିବେ କି ଗତ କାଲି ଠାରୁ ଆଜି ପର୍ଯ୍ୟନ୍ତ ବିଭିନ୍ନ ବସ ଷ୍ଟାଣ୍ଡ ରେ ଯାତ୍ରୀ ମାନେ ହନ୍ତସନ୍ତ ହେଉଛନ୍ତି ଏବଂ ବିଭିନ୍ନ ଅତ୍ୟାବସିକ ସାମଗ୍ରୀ ବଜାର ରୁ ଉଭାନ ହୋଇ ଗଲାଣି | ଅନେକ ପିଆଜ ଆଳୁ ଗାଡ଼ି ଆଦି ଅଟକିଛନ୍ତି ଯାହାକି ଅତ୍ୟାବସିକ ସାମଗ୍ରୀ ଅଟକି ଯାଇଛି |
ସେପଟେ ଆଉ ଏକ ଅଭିଯୋଗ ଆସି ଥିଲା କି ଯେଉଁ ଅନଲାଇନ ଅଟୋ ଚାଳକଙ୍କୁ ଏହି ଓଡ଼ିଶା ମହାସଂଘ ଡ୍ରାଇଭର ସେମାନଙ୍କୁ ଅଟକାଇଲେ, ସେମାନଙ୍କୁ ଫୁଲ ମାଳ ପିନ୍ଧାଇଲେ ଏବଂ ସେମାନଙ୍କୁ ଲେଖା କରେଇଲେ ସେ ମୁଁ ଡ୍ରାଇଭର ଜାତି ପାଇଁ ଏକ କଳଙ୍କ ଏଭଳି କିଛି ଅଭିଯୋଗ ଆସି ପହଞ୍ଚି ଥିଲା | ଏହି ଆନ୍ଦୋଳନ ରେ ଅନେକ ପୁରୁଷ ଡ୍ରାଇଭର ଅଛନ୍ତି କିନ୍ତୁ ସେହି ପୁରୁଷ ଙ୍କ ମଧ୍ୟରେ ଜଣେ ମହିଳା ଡ୍ରାଇଭର ମଧ୍ୟ ଏହି ଆନ୍ଦୋଳନ ରେ ସାମିଲ ହୋଇଛନ୍ତି |
ତେବେ ସେହି ମହିଳା ଡ୍ରାଇଭର ଜଣଙ୍କ କହିଛନ୍ତି ଆମର ଏହି ମିଳିତ ସଂଘ କୁ ନେଇ ସରକାର କିଛି ଆଲୋଚନା କରନ୍ତୁ ଆଉ ତାହାର ପଦକ୍ଷେପ ମଧ୍ୟ ନିଅନ୍ତୁ କାରଣ ଆଜିକାଲି ଯେମିତି ଦୁର୍ଘଟଣା ହେଉଛି ତାହାକୁ ନେଇ ଅନେକ ସମସ୍ୟା ଦେଖା ଯାଉଛି ଆଉ ଏହି ଡ୍ରାଇଭର ଙ୍କୁ ନେଇକି ହିଁ ସମସ୍ତଙ୍କର ଜୀଵନ ତେଣୁ ସରକାର କିଛି ପଦକ୍ଷେପ ନିଅନ୍ତୁ, ପୁଣି ରାସ୍ତା ରେ ଟଇଲେଟ ନାହିଁ ମୁଁ ମହିଳା ହେଇକି ଯିବି କୁଆଡେ ବୋଲି ସେ କହିଛନ୍ତି |