ମହା ପଞ୍ଚୁକ ଏହି କାମ କଲେ ମହାପୁଣ୍ୟ ପ୍ରାପ୍ତି ହେବ |

କାର୍ତ୍ତିକ ମାସ ଶୁକ୍ଳପକ୍ଷ ଏକାଦଶୀ ଠାରୁ ପୁରୁଷ ସ୍ତ୍ରୀ, ଯୁବକ ଏବଂ ଯୁବତୀ ସମସ୍ତେ ଦୃଢ଼ ମନ ସହିତ ପ୍ରାତଃ ସ୍ନାନ ସହିତ ପାଞ୍ଚ ଦିନ ପଞ୍ଚୁକ ପାଳନ କରନ୍ତି | ପିତାମହ ଭୀଷ୍ମ ବାସୁଦେବ କୃଷ୍ଣ ଙ୍କ ଠାରୁ ପ୍ରତି ବର୍ଷ କାର୍ତ୍ତିକ ମାସ ଶେଷ 5 ଦିନ ବ୍ରତ ରଖି ପଞ୍ଚୁକ ପାଳନ କରିବା ପାଇଁ କହି ଥିଲେ | ସେହି ଅନୁସାରେ ବ୍ରତ ର ନାମକରଣ ଭୀଷ୍ମ ପଞ୍ଚୁକ ବୋଲି ହୋଇ ଅଛି | ତେବେ ଆପଣ ନିଜର ସବୁ ମନସ୍କାମନା ପୂରଣ କରିବା ପାଇଁ ଚାହୁଁଛନ୍ତି ତେବେ ଏହି ପଞ୍ଚୁକ ପାଞ୍ଚ ଦିନରେ କରନ୍ତୁ | ଏହା ଦ୍ୱାରା ଘରେ କେବେ ଧନର ଅଭାବ ରହିବ ନାହିଁ ମା ଲକ୍ଷ୍ମୀ ଆପଣଙ୍କ ଘରେ ସର୍ବଦା ସୁଖ ସମୃଦ୍ଧି ବଢ଼ାଇବେ |

1.ପ୍ରଥମ ଉପାୟ, କାର୍ତ୍ତିକ ମାସ ପଞ୍ଚୁକ ରେ ପ୍ରଭୁ ରାଧାକୃଷ୍ଣ ଙ୍କର ପୂଜା ଅର୍ଚନା କରନ୍ତୁ ଏବଂ ପୂଜା କଲା ବେଳେ ରାଧାକୃଷ୍ଣ ଙ୍କୁ ତୁଳସୀ କାଠରେ ଚନ୍ଦନ ଘୁରାଇ ଲଗାନ୍ତୁ | ଏହା କରିବା ଦ୍ୱାରା ପ୍ରଭୁ ରାଧାକୃଷ୍ଣ ଆପଣଙ୍କ ଉପରେ ପ୍ରସନ୍ନ ହେବ |

2.ଏହି ପଞ୍ଚୁକ ରେ ଆପଣ ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ସକାଳେ ଭୋର ଭୋର ଉଠି ନିଜର ଘରକୁ ସଫା କରି ଦିଅନ୍ତୁ, ଏହାପରେ ଘର ଚାରି ପଟେ ବାଡ଼ି ବଗିଚା କୁ ତାକୁ ଝାଡ଼ୁରେ ଓଳାଇ ସଫା କରି ଦିଅନ୍ତୁ | ସବୁଆଡେ ଝାଡ଼ୁରେ ଓଳାଇ ପରିଷ୍କାର ରଖିବା ଦ୍ୱାରା ଭଗବାନ ବିଷ୍ଣୁ ଏବଂ ମା ଲକ୍ଷ୍ମୀ ଖୁସି ହୋଇ ତାଙ୍କର କୃପା ଦୃଷ୍ଟି ଆପଣଙ୍କ ଉପରେ ପକାନ୍ତି |

3.ଆପଣ ଏହି ପଞ୍ଚୁକ ରେ ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ପ୍ରାତଃ ସ୍ନାନ କରି ଚଉରା ପୂଜା ବା ତୁଳସୀ ପୂଜା କରନ୍ତୁ ଏବଂ ପୂଜା କରି ସାରିବା ପରେ ଆପଣ ଚଉଁରା ପାଖରେ ବା ରାଧାକୃଷ୍ଣ ଙ୍କ ପାଖରେ ମୁରୁଜ ପକାନ୍ତୁ | ଏହା କରିବା ଦ୍ୱାରା ଆପଣ ଙ୍କର ସମସ୍ତ ମନସ୍କାମନା ପୂରଣ ହୋଇଥାଏ |

4.କାର୍ତ୍ତିକ ମାସ ପଞ୍ଚୁକ ପାଞ୍ଚ ଦିନରେ ଭଗବାନ ଶ୍ରୀଜଗନ୍ନାଥ ଙ୍କ ପାଖରେ ନୀଳ ଅପରାଜିତା ଫୁଲ ନେଇ ଅର୍ପଣ କରନ୍ତୁ ଏହା କରିବା ଦ୍ୱାରା ଜଗନ୍ନାଥ ଙ୍କର ମହିମା ଆପଣ ଙ୍କୁ ପ୍ରାପ୍ତ ହେବ |

5.ପଞ୍ଚୁକ ର ଶେଷ ଦିନ ଡଙ୍ଗା ଭଷା ଦିନ ହୋଇ ଥାଏ ଆଉ ଏହି ଡଙ୍ଗା ଭସା ରେ ଛୋଟରୁ ବଡ଼ ଯାଏଁ ସମସ୍ତେ ଡଙ୍ଗା ଭସାଇ ଥାଆନ୍ତି | ଆପଣ ଯଦି ଏହି ଦିନ କଦଳୀ ପଟୁଆ ତିଆରି କରି ଡଙ୍ଗା ଭସାଇବେ ତେବେ ଆପଣ ଙ୍କର ସବୁ ମନସ୍କାମନା ପୂରଣ ହେବ | ଆଉ ଯଦି ଆପଣ କାଗଜ କିମ୍ବା ସୋଲ ଡଙ୍ଗା ଭସାଉଛନ୍ତି ତେବେ ଧ୍ୟାନ ରଖିବେ କି ଦୀପ ରେ ଯେମିତି ଡଙ୍ଗା ଜଳି ନଯାଏ ଏହା ହେବା ଦ୍ୱାରା କୌଣସି ମନସ୍କାମନା ପୂରଣ ହୋଇ ନଥାଏ |

ପଞ୍ଚୁକରେ କେଉଁ କାର୍ଯ୍ୟ କରିବେ ନାହିଁ :-
1.ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପଞ୍ଚୁକ ରେ ଖଟ ଉପରେ ବସି କୌଣସି ମନ୍ତ୍ର ଉଚ୍ଚାରଣ କରିବା ପାଇଁ ମନା କରାଯାଏ, କାରଣ ଏହା ଶୁଭ ହୋଇ ନଥାଏ | ଏହି କାମ କରିବା ଦ୍ୱାରା କୌଣସି ସଙ୍କଟ ଆସି ଥାଏ |

2.ପଞ୍ଚୁକ ରେ ଯେଉଁ ସମୟରେ ଧନୀଷ୍ଟା ନକ୍ଷତ୍ର ର ସମୟ ହୋଇ ଥାଏ ସେହି ସମୟରେ ଜଳୁ ଥିବା ବସ୍ତୁ କୁ ଏକାଠି କରନ୍ତୁ ନାହିଁ, ଏହା ଅଶୁଭ ହୋଇ ଥାଏ |

3.ଏହାଛଡ଼ା ପଞ୍ଚୁକ ରେ ମଧ୍ୟ ଦକ୍ଷିଣ ଦିଗକୁ ଯାତ୍ରା କରିବା ଉଚିତ ମାନା ଯାଏ ନାହିଁ କାରଣ ଏହି ଦିଗରେ ଯମ ଙ୍କର ବାସ ହୋଇଥାଏ |

4.ପଞ୍ଚୁକ ରେ ଯେବେ ରେବତୀ ନକ୍ଷତ୍ର ଲାଗିଥାଏ ସେହି ସମୟରେ ଘରର ଛାତ ପକାନ୍ତୁ ନାହିଁ |

5.ପଞ୍ଚୁକ ରେ ଶବର ଅନ୍ତିମ କରିବା ପୂର୍ବରୁ କୌଣସି ଯୋଗ୍ୟ ପଣ୍ଡିତ ର ପରାମର୍ଶ ନେବା ଦରକାର ଏବଂ କିଛି ଶୁଭ କାର୍ଯ୍ୟ ମଧ୍ୟ ଏହି ପଞ୍ଚୁକ ରେ କରିବା ଦରକାର |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।