ମହଙ୍ଗା ପଡିଲା ପର୍ଣ୍ଣ ଭିଡିଓ ସୁଟିଂ, ମୁମ୍ବାଇରୁ ଗିରଫ୍ ହେଲେ ବଲିଉଡ୍ ର ଏହି କମବୟଷ୍କା ଅଭିନେତ୍ରୀ ! ଦୟାକରି କମେଣ୍ଟ କରନ୍ତୁ ଏହି ଅଭିନେତ୍ରୀ କୁ କାର୍ଯ୍ୟ ପାଇଁ କି ଦଣ୍ଡ ମିଳିବା ଦରକାର ?

ଯୁଗ ବଦଳୁଛି ଆଉ ଯୁଗ ବଦଳିବା ସହିତ ମଣଷର ବିଚାର ତଥା ଚିନ୍ତାଧାରା ବଦଳୁଛି କିନ୍ତୁ ସତ କହିବାକୁ ଗଲେ ଆମ ଦେଶ ତଥା ଦୁନିଆ ଯେତେ ପ୍ରଗତି ଆଡକୁ ଯାଉଛି ଜଟିଳତା ସେତେ ଅଧିକ ବଢୁଛି । ବର୍ତ୍ତମାନର ଏହି ସୋସିଆଲ ମିଡିଆ ଯୁଗରେ ଲୋକମାନେ କେତବେଳେ କିଛି ବି ଅଶ୍ଳିଳ ଫୋଟ ତଥା ଭିଡିଓ ସୁଟ୍ କରି ପୋଷ୍ଟ କରି ଦେଉଛନ୍ତି, ଏଥିପାଇଁ ସେମାନଙ୍କୁ ଲଜ୍ଜା ଅଛି ନାଁ ଆଗାମୀ ଭବିଷ୍ୟତ ପାଇଁ ଚିନ୍ତା ଅଛି ।ଆପଣ ମାନେ ଜାଣିଥିବେ ବଲିଉଡ ଇଣ୍ଡଷ୍ଟ୍ରିରୁ ପ୍ରତ୍ୟେକ ଦିନ କିଛି ନାଁ କିଛି ରୋଚକପୂର୍ଣ୍ଣ ଖବର ସାମ୍ନାକୁ ଆସିଥାଏ । ଠିକ୍ ସେହିପରି ଗୋଟିଏ ଘଟଣା ବର୍ତ୍ତମାନ ସମୟରେ ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଆଚମ୍ବିତ କରିଛି ।

ଘଟଣାଟି ହେଉଛି ମୁମ୍ବାଇ ପୁଲିସର କ୍ରାଇମବ୍ରାଞ୍ଚ ଏକତା କପୁରଙ୍କ ୱେବ୍ ସିରିଜ୍ ‘ଗନ୍ଦି ବାତ୍’ର ପୁପୁଲାର୍ ଅଭିନେତ୍ରୀ ଗେହାନା ବସିଷ୍ଟଙ୍କୁ ନିଜ ୱେବସାଇଟରେ ଅଶ୍ଳୀଳ ଭିଡିଓ ସୁଟ୍ କରି ଅପଲୋଡ୍ କରୁଥିବା ଅଭିଯୋଗରେ ତାଙ୍କୁ ଗିରଫ କରିଛି ।

ସୂଚନାଯୋଗ୍ୟ, ଆଜି ପୋଲିସ ଅଭିନେତ୍ରୀଙ୍କୁ କୋର୍ଟରେ ହାଜର କରିବ । ଏହି ମାମଲାରେ ପୋଲିସ କିଛି ମଡେଲ ଏବଂ ପାର୍ଶ୍ୱ ଅଭିନେତ୍ରୀଙ୍କୁ ମଧ୍ୟ ଗିରଫ କରିଛି । 80 ଟି ବିଜ୍ଞାପନ, 7ଟି ୱେବ୍ ସିରିଜ୍ ଓ କିଛି ସିନେମାରେ କାମ କରିଥିବା ଗେହେନା ବଶିଷ୍ଟଙ୍କ ଏଭଳି କାମ ଦେଶର କଳାକାରଙ୍କୁ ଅପମାନିତ ତଥା ଲଜ୍ଜିତ କରିଛି । ତାଙ୍କୁ ଗିରଫ କରିବା ପରେ ତାଙ୍କ ସମ୍ପତ୍ତି ଉପରେ ବି ପୋଲିସ ଚଢାଉ ଆରମ୍ଭ କରିଛି ।

ତେବେ କେବଳ ସେ ପର୍ଣ୍ଣ ଭିଡିଓ ସୁଟିଂ କରୁନଥିଲେ ବରଂ ଏକ ପର୍ଣ୍ଣରାକେଟ୍ ଚଳାଉଥିବା କଥା ପୋଲିସ ତାଙ୍କୁ ପଚରାଉଚରା ବେଳେ ଜାଣିବାକୁ ପାଇଛି । ରିପୋର୍ଟରେ ଦର୍ଶାଯାଇଛି , ମଡ ଦ୍ୱୀପରେ ଥିବା କିଛି କୋଠାକୁ ଫିଲ୍ମ ସୁଟିଂ ନାମରେ ଅଶ୍ଳୀଳ ଭିଡିଓ ସୁଟିଂ ପାଇଁ ବ୍ୟବହୃତ ହେଉଥିଲା । ଏ ନେଇ ପୋଲିସକୁ କିଛି ପୀଡ଼ିତା ଅଭିଯୋଗ କରିବା ପରେ ପୁଲିସ ଚଢ଼ାଉ ପାଇଁ ଯୋଜନା କରିଥିଲା ।

ଫେବ୍ରୁଆରି 5ରେ ପୋଲିସ ମଡ ଦ୍ୱୀପରେ ଚଢ଼ାଉ କରିବା ପରେ ଚାକିରି ପାଉନଥିବା ଯୁବକ-ଯୁବତୀଙ୍କୁ ଫିଲ୍ମ ଦେବାର ଲୋଭ ଦେଖାଇ ଗେହେନା ପର୍ଣ୍ଣ ଭିଡିଓ ସୁଟ୍ କରାଉଥିବା ଜଣାପଡ଼ିଥିଲା । ଚଢ଼ାଉ ସମୟରେ 2ଜଣ ଯୁବତୀଙ୍କୁ ଉଦ୍ଧାର କରିଥିଲା ବୋଲି ଜଣାପଡ଼ିଛି । ସେମାନଙ୍କୁ ପଚରାଉଚରା କରିବା ପରେ ଗେହେନାଙ୍କ କଳା କାରନାମା ସାମ୍ନାକୁ ଆସିଥିଳା।

ପୋଲିସର ସୂଚନା ଅନୁଯାୟୀ, ଗେହେନା କିଛି ପ୍ରଡକ୍ସନ ହାଉସ ସହ ମିଳିତ ଭାବେ ପର୍ଣ୍ଣ ଫିଲ୍ମ ସୁଟିଂ କରୁଥିଲେ । ଏହି ସିନେମାଗୁଡିକୁ ସେ ନିଜ ୱେବସାଇଟରେ ଅପଲୋଡ କରୁଥିଲେ । ପୁଲିସ ତାଙ୍କୁ ଗିରଫ୍ କରିବା ପରେ ମୁମ୍ବାଇର ମଲାଡ-ମାଲୱାନୀ ଅଞ୍ଚଳର ଗ୍ରୀନପାର୍କ ନାମକ ଏକ ବଙ୍ଗଳାକୁ ସିଜ୍ କରିଛି ।

ଏହି ବଙ୍ଗଳାରୁ ଦୁଇଜଣ ଅଭିନେତା, ଜଣେ ଲାଇଟମ୍ୟାନ୍, ଜଣେ ମହିଳା ଫଟୋଗ୍ରାଫର, ଦୁଇଜଣ ଗ୍ରାଫିକ୍ସ ଡିଜାଇନରଙ୍କୁ ଗିରଫ୍ କରିବା ସହ ଭିଡିଓ ସୁଟିଂ ପାଇଁ ବ୍ୟବହୃତ ଅନେକ ସାମଗ୍ରୀ ବି ଜବତ୍ କରିଛି ପୁଲିସ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।