ମାତ୍ର ୨ ମିନିଟରେ (ଥଣ୍ଡା,କାଶ,ଜ୍ୱର) ଭଲ ହୋଇଯିବ | Cold, Cough and Flu Home Remedies

ସାମାନ୍ୟ ଋତୁ ପରିବର୍ତ୍ତନ ହେବା ସହିତ ଆପଣଙ୍କୁ ଥଣ୍ଡା, କାଶ ଏବଂ ଜ୍ୱର ଭଳି ସମସ୍ୟା କୁ ସମ୍ମୁଖୀନ ହେବାକୁ ପଡ଼ିଥାଏ। ଛୋଟ ବଡ଼ ସମସ୍ୟା ସମସ୍ତଙ୍କୁ ହୋଇଥାଏ। ଏମିତି ଅଳ୍ପ ଥଣ୍ଡା ଜ୍ୱର ହେଲେ ଆପଣ ଡାକ୍ତର ପାଖକୁ ଦୌଡ଼ି ଯାଆନ୍ତି ଏବଂ ବିଭିନ୍ନ ପ୍ରକାରର ମେଡିସିନ ର ବ୍ୟବହାର କରି ଚାଲନ୍ତି। ଥଣ୍ଡା ଜ୍ୱର ତ ଭଲ ହୋଇଯାଏ। ହେଲେ ସେହି ମେଡିସିନ୍ ର ବ୍ୟବହାର ଦ୍ୱାରା ଆପଣଙ୍କୁ ଅନ୍ୟ ରୋଗ ମାଡ଼ି ବସିଥାଏ। କାରଣ ଏଲୋପାତି ମେଡିସିନ ରୁ ଆପଣଙ୍କୁ ବହୁତ ସାଇଡ୍ ଇଫେକ୍ଟ ଦେଖିବାକୁ ମିଳିଥାଏ। ହେଲେ କେବେ ଆପଣ ପ୍ରାକୃତିକ ଉପାୟରେ ଥଣ୍ଡା ଜ୍ୱର କୁ ଦୂରେଇବା ପାଇଁ ଚେଷ୍ଟା କରିଛନ୍ତି। ଯଦି ନା, ତାହେଲେ ଆଜି ଆମେ ଆପଣଙ୍କୁ ଏମିତି ଏକ ରେମିଡି ପ୍ରସ୍ତୁତି ବିଷୟରେ ଜଣେଇବୁ ଯାହା ଆପଣଙ୍କ ଥଣ୍ଡା, କାଶ, ଓ ଜ୍ୱର ଭଳି ସମସ୍ୟା କୁ ଗୋଟିଏ ଦିନରେ ଠିକ୍ କରି ପାରିବେ।

ଆଉ ସବୁଠାରୁ ବଡ଼ କଥା, ଆପଣଙ୍କୁ ଏଥିରେ କୌଣସି ସାଇଡ୍ ଇଫେକ୍ଟ ଦେଖିବାକୁ ମିଳେ ନାହିଁ। ଛୋଟ ବଡ଼ ସମସ୍ତେ ଏହାର ସେବନ କରି ପାରିବେ। ତେବେ ଜାଣିବା ଏହାର ପ୍ରସ୍ତୁତି ବିଷୟରେ ଏବଂ ଏହାର ସେବନ କିପରି ଜାଣିବା?
ପ୍ରସ୍ତୁତି –
ପ୍ରଥମ ସାମଗ୍ରୀର ଆବଶ୍ୟକତା ପଡିବ ତାହା ହେଉଛି ଗୋଲମରିଚ। ଏହା ଆପଣଙ୍କ ରୋଷେଇ ଘରୁ ବହୁତ ସହଜରେ ମିଳିଯିବ। ତେବେ ଏଥିପାଇଁ ଆପଣ ଏକ ଚାମଚ ଗୋଲମରିଚ ନିଅନ୍ତୁ। ଏବେ ଆପଣଙ୍କୁ ଦ୍ୱିତୀୟ ସାମଗ୍ରୀର ଆବଶ୍ୟକତା ପଡିବ ତାହା ହେଉଛି ଶୁଣ୍ଠି ଯାହାକୁ ଆମେ ଓଡ଼ିଆରେ ଶୁଖିଲା ଓଦା କହିଥାଉ।

ଏଥିରେ ଏକ ଇଞ୍ଚ୍ ର ଶୁଣ୍ଠି ବ୍ୟବହାର କରନ୍ତୁ। ତୃତୀୟ ସାମଗ୍ରୀର ଆବଶ୍ୟକତା ପଡିବ ତାହା ହେଉଛି ଡାଲଚିନି ଖଣ୍ଡ। ଏହାର ମଧ୍ୟ ଏକ ଇଞ୍ଚ୍ ର ଡାଲଚିନି ନିଅନ୍ତୁ। ଚତୁର୍ଥ ସାମଗ୍ରୀ ହେଉଛି ଗୁଜୁରାତି। ଆପଣ ଚାରୋଟି ଗୁଜୁରାତି ନିଅନ୍ତୁ। ପଞ୍ଚମ ସାମଗ୍ରୀ ହେଉଛି ଲବଙ୍ଗ। ୪ ରୁ ୫ ଟି ଲବଙ୍ଗ ନିଅନ୍ତୁ।

ଷଷ୍ଠ ସାମଗ୍ରୀ ହେଉଛି ଏକ ଚାମଚ ଗୋଟା ଧଣିଆ ନିଅନ୍ତୁ। ଆଉ ସପ୍ତମ ସାମଗ୍ରୀ ହେଉଛି ଅଧା ଚାମଚରୁ ଟିକିଏ ଅଧିକ ଜିରା ପ୍ରୟୋଗ କରନ୍ତୁ। ଆଉ ଶେଷ ସାମଗ୍ରୀ ହେଉଛି ଅଧା ଚାମଚ ଜୁଆଣୀ ନିଅନ୍ତୁ। ଏହି ସମସ୍ତ ଜିନିଷକୁ ଗ୍ରାଇଣ୍ଡିଂ କରି ଏକ ଚୂର୍ଣ୍ଣ ପ୍ରସ୍ତୁତ କରନ୍ତୁ। ତାପରେ ଆପଣ ଏକ ଲିଟର ପାଣି କୁ ଅଳ୍ପ ଫୁଟାଇ ସେଥିରେ ସେହି କରିଥିବା ଗୁଣ୍ଡକୁ ପକେଇ ଦିଅନ୍ତୁ। ଆଉ ଏହାକୁ ୧୦ ମିନିଟ୍ ପର୍ଯ୍ୟନ୍ତ ଫୁଟାନ୍ତୁ। ତାପରେ ଅଳ୍ପ ଥଣ୍ଡା ହେଲା ପରେ ଏହାକୁ ଏକ କପ୍ କୁ ଛାଣି ନିଅନ୍ତୁ। ଏହାକୁ କଷାୟ ଡ୍ରିଙ୍କ୍ କହିଥାଉ।

କିପରି ସେବନ କରିବେ –ଏହାକୁ ଆପଣ ଗୋଟିଏ ଦିନରେ ଦୁଇ ଥର ବନେଇ କୌଣସି ବି ସମୟରେ ସେବନ କରି ପାରିବେ। ଯଦି ୬ ବର୍ଷରୁ କମ୍ ପିଲାଙ୍କୁ ଦେଉଛନ୍ତି ତାହଲେ ଅଧା କପ ଦିଅନ୍ତୁ ଏବଂ ବଡ଼ ମାନେ ଏହାକୁ ପୁରା ଗୋଟିଏ କପ୍ ସେବନ କରି ପାରିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।