LIC ର ଶାନଦାର ଅଫର ! ମାତ୍ର ୫୭ ଟଙ୍କା ନିବେଶ କରି ପାଆନ୍ତୁ ୨୨ ଲକ୍ଷ ଟଙ୍କା, ତା ସହିତ ୬ ଲକ୍ଷ ଟଙ୍କା ର ବୀମା ରାଶି ଜାଣନ୍ତୁ କେମିତି……

ଆପଣମାନେ ଜାଣିଛନ୍ତି ଲାଇଫ ଇନସୁରାନ୍ସ କର୍ପୋରେସନ ଅଫ ଇଣ୍ଡିଆ (ଏଲଆଇସି) ଦେଶର ସବୁଠୁ ଭଲ ଏବଂ ବଡ଼ ବୀମା କମ୍ପାନୀ ମାନଙ୍କ ମଧ୍ୟରୁ ଗୋଟିଏ। ଯାହା ସମସ୍ତଙ୍କର ବିଶ୍ଵସ୍ତ ହୋଇ ପାରିଛି ତାର ସେବା ଏବଂ ଗ୍ରାହକ ମାନଙ୍କର ଆବଶ୍ୟକତା ଅନୁସାରେ ଯୋଜନାକୁ ଫଳପ୍ରଦ କରି। ଏହା ସରକାରଙ୍କ ଦ୍ଵାରା ସଞ୍ଚାଲିତ ହୋଇଥାଏ ଏବଂ ଏଥିରେ ନିବେଶ କରିବା ବହୁତ୍ ସହଜ ଅଟେ।

ସେହିଭଳି ଏକ ଭଲ ପଲିସି ହେଉଛି LIC ଜୀବନ ଆନନ୍ଦ ପଲିସି।ଆଜି ଆମେ ଏହି ପଲିସି ବିଷୟରେ ଜାଣିବା।ଏହା ଗ୍ରାହକ ମାନଙ୍କୁ କିଭଳି ଫାଇଦା ପ୍ରଦାନ କରିଥାଏ।

LIC ଜୀବନ ଆନନ୍ଦ ପଲିସିରେ ରିସ୍କ କଭର ର ସୁବିଧା ମିଳିବା ସହିତ ଏହି ପଲିସିର ମ୍ୟାଚୁରୁଟି ଉପରେ ସମ ଏୟୋଡ଼ ସହିତ ଅନ୍ୟ ଲାଭ ମଧ୍ୟ ଦିଆଯାଉଛି।ତେବେ ଏହା ଏକ ଏନଣ୍ଡୋମେଣ୍ଟ ପଲିସି ଅଟେ। ଏଥିପାଇଁ କିଛି ସର୍ତ୍ତ ରହିଛି କମ୍ପାନୀ ତରଫରୁ ଯଦି ଆପଣ ଏଥିରେ ନିବେଶ କରିବାକୁ ଚାହୁଁଛନ୍ତି।

ପ୍ରଥମତଃ ଆପଣ ଜଣେ ଭାରତୀୟ ନାଗରିକ ହୋଇଥିବା ଆବଶ୍ୟକ।ଏଠି ଆପଣଙ୍କ ବୟସ ୨୮ ବର୍ଷ ଭିତରେ ହୋଇଥିବା ନିହାତି ଆବଶ୍ୟକ ଓ ଏହି ପଲିସିଟି ୨୫ ବର୍ଷ ପର୍ଯ୍ୟନ୍ତ ଅଟେ।ତେବେ ୧୫-୩୫ ବର୍ଷ ଟର୍ମ ସହିତ ଆସିଥାଏ ଏହି ପଲିସି ଏବଂ ଏଥିରେ ସର୍ବନିମ୍ନ ସମ ଏୟୋଡ଼ ଏକ ଲକ୍ଷ ଟଙ୍କା ହୋଇଥିବା ବେଳେ ଅଧିକସୀମା କେତେ ରହିଛି ତାହା ନିର୍ଦ୍ଧାରିତ ହୋଇନାହିଁ।

ତେବେ ଆପଣ ଯଦି ଏହି ପଲିସି ରେ ନିବେଶ କରୁଛନ୍ତି ତେବେ ଏହି ପଲିସିରେ ଆପଣଙ୍କୁ ମାତ୍ର ପ୍ରତ୍ୟେକ ଦିନ ୫୭ ଟଙ୍କା ନିବେଶ କରିବାକୁ ପଡ଼ିବ ଏବଂ ବଦଳରେ ଆପଣ ୨୨ ଲକ୍ଷ ଟଙ୍କା ପାଇ ପାରିବେ। ଧରି ନିଅନ୍ତୁ ଆପଣଙ୍କ ବୟସ-୨୯ ଏବଂ ଟର୍ମ ହେଉଛି ୩୧ ବର୍ଷର।

ଏଡ଼ିଡ଼ିଏବି ହେଉଛି ୬୦୦୦୦୦,ତେବେ ଡେଥ ସମ ଏୟୋଡ଼ ହେଉଛି ୭୫୦୦୦୦, ବେସିକ ସମ ଏୟୋଡ଼ ହେଉଛି ୬୦୦୦୦୦ ଏବଂ ପ୍ରଥମ ବର୍ଷ ପ୍ରିମୀୟର ୪.୫% ସହିତ ଆପଣଙ୍କ ବାର୍ଷିକ ନିବେଶ ଓ ଲାଭ ୨୧୪୮୭ ଅର୍ଥାତ୍ (୨୦୫୬୨+୯୨୫) ଏବଂ ଅର୍ଦ୍ଧ ବାର୍ଷିକ ହେଉଛି (୧୦୩୯୧+୪୬୮) ଓ ତ୍ରୟମାସିକ ହେଉଚି ୫୪୮୬, ଅର୍ଥାତ୍ (୫୨୫୦+୨୩୬) ଏବଂ ମାସିକ ହେଉଛି (୧୭୫୦+୭୯) ଟଙ୍କା।

ତେବେ ଏଥିରେ ଆପଣଙ୍କୁ ବାଇଏଲବାଇ ମୋଡ଼ ଅସତ ପ୍ରିମୀୟମ ବାବଦକୁ ପ୍ରତିଦିନ ୫୭ ଟଙ୍କା ଦେବାକୁ ପଡିବ ଏବଂ ଏହାପରେ ମୋଟ ଆନୁମାନିକ ଦେୟ ପ୍ରିମୀୟମ ରହିବ ୬୫୨୨୩୭ ଟଙ୍କା।ଏବଂ ଆପଣ ମେଚ୍ୟୁରିଟି ସମୟରେ ମୋଟ ଆନୁମାନିକ ଫେରସ୍ତ ପାଇବେ ସମ ଏୟୋଡ଼ ୬ ଲକ୍ଷ ଟଙ୍କା ଏବଂ ବୋନସ ୮୫୫୬୦୦ ଟଙ୍କା।

ଏହାସହିତ ଫାଇନାଲ ଏଡ଼ିସନାଲ ବୋନସ ରହିବ ୭୮୦୦୦୦ ଟଙ୍କା।ତେବେ ସର୍ବମୋଟ ମେଚ୍ୟୁରିଟି ସମୟରେ ମୋଟ ଆନୁମାନିକ ଫେରସ୍ତ ରହିବ ୨୩୩୫୬୦୦ ଟଙ୍କା ଓ ଏହାସହ ଆପଣ ଲାଇଫ ଟାଇମ ୬ ଲକ୍ଷ ଟଙ୍କାର ସିସ୍କ କଭର ମଧ୍ୟ ପାଇ ପାରିବେ। ତେଣୁ ଆପଣ ଏହାକୁ ଭଲ ଭାବରେ ବୁଝି ସାରି ନିବେଶ କରନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।