ମାତ୍ର ୪୦ ଟଙ୍କାରେ ପେଟପୂରା ଖାଇବା ଦେଉଥିବା ଏହି ବ୍ୟକ୍ତିଙ୍କ ବିଷୟରେ ଜାଣି ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ…କଣ ସତରେ ଏତେ
ଦୁନିଆରେ ଏମିତି ଅନେକ ଲୋକ ରହିଛନ୍ତି ଯେଉଁମାନେ ଅନ୍ୟର ଅସୁବିଧା ଏବଂ ସମସ୍ୟା ସମୟରେ ସହାୟତା ର ହାତ ବଢାଇଥାନ୍ତି ତ ପୁଣି କେତେବେଳେ ଅସହାୟ ଲୋକଙ୍କ ମୁହଁରେ ହସ ଫୁଟାଇବା ପାଇଁ ନିଜର ଖୁସି କୁ ମଧ୍ୟ ଜଳାଞ୍ଜଳି ଦେଇ ଦିଅନ୍ତି। କାରଣ ତାଙ୍କ ପାଇଁ ପରର ଖୁସି ବହୁତ୍ କିଛି ମାନେ ରଖେ। ସେହିଭଳି ଏବେ ସାମ୍ନା କୁ ଆସିଲା ଉଦାରତା ଏବଂ ମାନବିକତା ର ଆଉ ଏକ ନିଛକ ପ୍ରତିଛବି।
ଲୋକଙ୍କ ପ୍ରତି ରହିଥିବା ଲୋକଙ୍କ ଧାରଣା ସବୁବେଳେ ସମାନ ନୁହଁ ତାହା ଏହି ଘଟଣାରୁ ସ୍ପଷ୍ଟ ଭାବରେ ଅନୁମୟ କରା ଯାଇପାରେ। କାରଣ ଦୁନିଆରେ ସମସ୍ତେ ସମାନ ନୁହନ୍ତି।
ଆଜିର ଏହି ଦୁନିଆରେ ବି ବହୁତ୍ ଭଲ ଲୋକ ଅଛନ୍ତି। ଯେଉଁମାନେ କି ମାନବିକତା ଏବଂ ଉଦାରତା କୁ ବହୁତ୍ ଗୁରୁତ୍ଵ ଦେଇଥାନ୍ତି। ମଣିଷ କେବଳ ନିଜର ଆତ୍ମ ସମ୍ମାନ କୁ ହରାଇ ଆଘାତ ପାଇବା ପରେ କଠୋର ହୋଇ ଯାଏ ତାହା ନୁହେଁ ବରଂ ଅସୁବିଧା ସମୟରେ ମଧ୍ୟ ସେ ସହାୟତାର ହାତ ବଢ଼ାଇ ନିଜର ଦୟା ଭାବନା କୁ ପ୍ରଦର୍ଶନ କରିଥାଏ।
ସେହିଭଳି ଏକ ଘଟଣା ଘଟିଛି ଗୁଜରାଟ ର ମୁରବା ସହରରେ। ଏଠାରେ ବଚୁ ଦାଦା ନାମକ ଏକ ଢାବା ରହିଛି। ଯେଉଁ ଢ଼ାବା ଜଣେ ୭୨ ବର୍ଷୀୟ ବୃଦ୍ଧଙ୍କ ର ଯାହାଙ୍କ ନାମ ହେଉଛି ବଚୂ ଦାଦା, ସେ ଏହାକୁ ପରିଚାଳନା କରନ୍ତି। ତାଙ୍କର ଏହି ଢ଼ାବା କୁ ଅନେକ ଲୋକ ପ୍ରତିଦିନ ଖାଇବାକୁ ଆସନ୍ତି।
ଯେଉଁଭଳି ଭାବରେ ଆପଣ ଜାଣିଥିବେ କିଛି ଦିନ ତଳେ ବାବା କି ଢ଼ାବା ନାମକ ଏକ ରେଷ୍ଟୁରାଣ୍ଟ ଟି ଯାହା ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ଏବଂ ପରେ ସେଲିବ୍ରେ ଟି ମାନଙ୍କ ଦ୍ଵାରା ମଧ୍ୟ ତାର ପ୍ରଚାର ପ୍ରସାର ପରେ ଦୀର୍ଘଦିନ ଧରି ବନ୍ଦ ରହିଥିବା ଏହି ବୃଦ୍ଧ ଦମ୍ପତ୍ତି ଙ୍କ ଢ଼ାବା ଟି ପୁଣି ଖୋଲିଥିଲା।ତାପରେ ଅନେକ ଲୋକ ସେହି ଢ଼ାବା କୁ ଖାଇବାକୁ ଆସିଥିଲେ ଏବଂ ତାର ଚାହିଦା ବଢ଼ିବାରେ ଲାଗିଥିଲା। ଜଣେ ହେଲେ ବି ଆସୁ ନଥିବା ଏହି ଢ଼ାବା କୁ ପରେ ଲୋକଙ୍କ ଲମ୍ବା ଲାଇନ୍ ଲାଗିଥିଲା।
ଅର୍ଥାତ୍ ସୋସିଆଲ ମିଡ଼ିଆ ର ପାୱାର ଏମିତି ଯେ ଜଣଙ୍କୁ ଏହା ରାତାରାତି ଫେମସ କରି ଦେଇ ପାରିଲା। ସେହିଭଳି ଭାବରେ ବଚୁ ଦାଦା ଙ୍କ ଢ଼ାବା ବି ବହୁତ୍ ଫେମଶ ଅଟେ। ଏଠାରେ ୪୦ ଟଙ୍କାରେ ଜଣେ ପେଟ ପୂରା ଖାଇବା ଖାଇ ପାରିବ। ପୁଣି ଏହା ସୁସ୍ୱାଦୁ ଭୋଜନ।୨୦ ଟଙ୍କା ଦେଲେ ମଧ୍ୟ ଦାଦା ପେଟ ପୂରା ଖାଇବାକୁ ଦିଅନ୍ତି। ଅନେକ ଅଭାବୀ ଲୋକ ମାଗଣାରେ ଆସି ଏଠାରେ ଖାଇଥିଲେ ମଧ୍ୟ ଵଚୁ ଦାଦା ସେମାନଙ୍କୁ ଟଙ୍କା ମାଗନ୍ତି ନାହିଁ।
ବରଂ ପ୍ରତିଦିନ ଅନେକ ଅସହାୟ ଲୋକଙ୍କ ପେଟରେ ଦାନା ଦେଇ ବଚୁ ଦାଦା ବହୁତ୍ ଖୁସି ହୋଇଥାନ୍ତି। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।