ଦେଖନ୍ତୁ ଭିଡିଓ – ମାତ୍ର ୩ ବର୍ଷ ବୟସରେ ବାଳିକା ଜଣକ ଏପରି କିଛି କରି ଦେଖାଇଲେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ…ସେୟାର ନକରି ରହିପାରିବେନି….

ସମଗ୍ର ବିଶ୍ୱରେ ସମସ୍ତ ଲୋକ ଏକା ପରି ନୁହନ୍ତି ସମସ୍ତଙ୍କ ମଧ୍ୟରେ ବ୍ୟକ୍ତିଗତ ପାର୍ଥକ୍ୟ ରହିଛି କିନ୍ତୁ ଭଗବାନ ସମସ୍ତଙ୍କୁ କିଛିନା କିଛି ପ୍ରତିଭା ଦେଇଛନ୍ତି। କୌଣସି ବ୍ୟକ୍ତି ବିନା ପ୍ରତିଭାରେ ଜନ୍ମ ହୋଇନଥାନ୍ତି। କିଛିନା କିଛି ପ୍ରତଭାି ସେମାନଙ୍କ ମଧ୍ୟରେ ରହିଥାଏ, କିଛି ଲୋକଙ୍କ ଠାରେ ସ୍ପଷ୍ଟ ଭାବରେ ଜଣାପଡେ ଓ କିଛି ଲୋକଙ୍କ ପ୍ରତିଭା ଲୁକ୍କାୟିତ ଭାବରେ ଥାଏ।

ଆହୁରି ଅନେକ ଲୋକଙ୍କ ଠାରେ ପ୍ରତିଭା ରହିଛି କିନ୍ତୁ ଆର୍ଥିକ ଅନାଟନ ଏବଂ ଦାରିଦ୍ର୍ୟର ସୀମାରେଖା ତଳେ ଚାପିହୋଇ ଯାଏ କିମ୍ବା ନିଜର ପ୍ରତିଭାକୁ ଦେଖେଇବା ପାଇଁ ସେମାନେ କୌଣସି ସୁଯଗ ପାଆନ୍ତି ନାହିଁ।

ବର୍ତ୍ତମାନ ଆଧୁନିକ ସମାଜରେ ବଡ ଲୋକଙ୍କ ପ୍ରତିଭା ଅପେକ୍ଷା କୁନି କୁନି ପିଲାମାନେ ଏପରି କରିଦେଖାଉଛନ୍ତି ଯାହା ଶୁଣିଲେ ଆଶ୍ଚର୍ଯ୍ୟଚକିତ ହୋଇଯାଉଛି। ପ୍ରତ୍ୟେକ ଦିନ ଆପଣମାନେ ସୋସିଆଲ ମେଡିଆରେ ଏପରି କିଛି ଫୋଟୋ, ଭିଡ଼ିଓ ଦେଖିବାକୁ ପାଉଥିବେ କିନ୍ତୁ ଆଜି ଆମେ ଏପରି ଏକ ଛୋଟ ପିଲାର ପ୍ରତିଭା ବିଷୟରେ କହିବୁ ଯାହା ଜାଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ।

ତେବେ ପିଲାଟି ଘର ଓଡିଶା ଏବଂ ସୋହିନି ନାମରେ ପରିଚିତ। ବୟସ ମାତ୍ର ୩ ବର୍ଷ ଏତେ କମ ବୟସରେ ପିଲାମାନେ ଠିକ ଭାବରେ କଥା କହି ପାରନ୍ତିନି ସେ ମଧ୍ୟ ଠିକ ଭାବରେ କଥା କହି ପାରୁନାହିଁ ପାଟି ଲାଗି ଯାଉଛି , କିନ୍ତୁ ସେ ଅନର୍ଗଳ ଭାବରେ ସବୁ ଦେଶର ନାମ ଏବଂ ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରପତିଙ୍କ ନାମ ନିର୍ଭୁଲ ଭାବରେ କହିପାରୁଛି। ସୌରମଣ୍ଡଳରେ ସମସ୍ତ ଗୃହ ବିଷୟରେ କହିପାରୁଛି ଆଉ ତା ସହ ଅନେକ ମନ୍ତ୍ର ମଧ୍ୟ ଉଚ୍ଚାରଣ କରି ପାରୁଛି।

ଡ୍ୟାନ୍ସ ମଧ୍ୟ କରୁଛି ଦେଖିଲେ ଆଖି ଲାଖିଯିବ। ତେବେ ଆଶ୍ଚର୍ଯ୍ୟକର କଥା ଏତେସବୁ ମନେ ରଖୁଛି କିପରି ? ତାଙ୍କ ପିତାମାତାଙ୍କ କହିବା ଅନୁସାରେ ସେମାନେ ଲକଡାଉନରେ ଏହିସବୁ ଶିଖାଉଥିଲେ। ପିଲାକୁ ବିଭିନ୍ନ ଛବି ଦେଖାଉଥିଲେ ଏହିପରି ଭାବରେ ସେ ଶିଖିଯାଇଛି ଏବଂ ପ୍ରାଞ୍ଜଳ ଭାବରେ କହିପାରୁଛି । ତେବେ ବାପା ମାଆ ବିଡ଼ିଓ କରି ବିଶ୍ୱ ରେକଡ଼କୁ ଠେଇଥିଲେ ସେଠାରେ ଏହି ଭିଡ଼ିଓକୁ ବହୁତ ପ୍ରଶଂସା କରିବା ସହିତ ସୋହିନି କୁ ସମ୍ମାନିତ କରିଲେ। ବର୍ତ୍ତମାନ ସୋହିନି ବିଶ୍ୱ ଗିନିସ୍ ବୁକରେ ନାମ ଲେଖାଇବାକୁ ଚେଷ୍ଟା ଜାରି ରହିଛି।

ସୋହିନି ଆମ ଓଡ଼ିଶା ପାଇଁ ଗର୍ବ ଆଉ ଗୌରବ ଏକ ଉଦାହରଣ ସୃଷ୍ଟି କରିଛନ୍ତି। ସୋହିନିଙ୍କ ବାପା ମାଆ ବ୍ୟତୀତ ତାଙ୍କ ପରିବାର ଲୋକ ବହୁତ ଖୁସି ଅଛନ୍ତି ଏବଂ ସେମାନେ ଚେଷ୍ଟାକରୁଛନ୍ତି ସେ କିପରି ଆଗକୁ ଯିବ ସେଥିପାଇଁ ସୋହିନିଙ୍କୁ ଅଭିପ୍ରେରିତ କରୁଛନ୍ତି। ସୋହିନିଙ୍କ ପାଇଁ ପ୍ରଥର୍ନା କରିବା ଆମ ମାନଙ୍କର କର୍ତ୍ତବ୍ୟ। ତେବେ ସୋହିନି ଭିଡ଼ିଓଟି ଏତେ ମାତ୍ରାରେ ଭାଇରାଲ ହେବାରେ ଲାଗିଛି ଯେକେହି ଦେଖୁଛନ୍ତି ପ୍ରଶଂସା ନକରି ରହିପାରୁନାହାନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।