ମାତ୍ର ୨ ଥର ପିଇ ନିଅନ୍ତୁ ଏହି ପାଣି, ହାତ ଗୋଡ ବିନ୍ଧା, ଅଣ୍ଟା ବିନ୍ଧା,ରକ୍ତ ଅଭାବ, ମୋଟାପଣ, ଚର୍ବି ରୋଗ ୯୦ ବର୍ଷ ପର୍ଯ୍ୟନ୍ତ ହେବ ନାହିଁ – Health Tips

ମଣିଷ ଜୀବନ ହେଉଛି ବ୍ୟସ୍ତ ବିବ୍ରତ ତଥା ଜଞ୍ଜାଳ ମୟ l ତେଣୁ ଏହି ବ୍ୟସ୍ତ ପୂର୍ଣ୍ଣ ସମୟ ମଧ୍ୟରୁ ଆମ ନିଜ ଶରୀର ଯତ୍ନ ନେବା ତଥା ଆମର ନିଜ ସ୍ୱାସ୍ଥ୍ୟ ପ୍ରତି ଯତ୍ନ ବାନ ହେବା ଆବଶ୍ୟକ l ଏବେ ସମସ୍ତେ ନିଜ କର୍ମ ଉପରେ ଅଧିକ ଧ୍ୟାନ ଦେଉଛନ୍ତି କିନ୍ତୁ ନିଜ ସ୍ୱାସ୍ଥ୍ୟ ପ୍ରତି ସେତେ ଧ୍ୟାନ ଦେଉନାହାନ୍ତି l ସମସ୍ତେ ଅଧିକ ଅର୍ଥ ଉପାର୍ଜନ କରିବାରେ ଲାଗିଛନ୍ତି l ସେଥିପାଇଁ ନିଜ ସ୍ୱାସ୍ଥ୍ୟ ପ୍ରତି ସେତେଟା ସମୟ ବାହାର କରିପାରୁନାହାନ୍ତି l

ସେଥିପାଇଁ ଏବେ ଲୋକମାନେ ମଧ୍ୟ ଏତେଟା ଶାରୀରିକ କାର୍ଯ୍ୟ ମଧ୍ୟ କରୁନାହାନ୍ତି l ଯାହା ଦ୍ୱାରା ଲୋକମାନେ ବିଭିନ୍ନ ପ୍ରକାରର ରୋଗ ଯଥା, ଆଣ୍ଠୁ, ଗଣ୍ଠି, ଅଣ୍ଟା ବିନ୍ଧା ତଥା ମୋଟପଣ ର ଶିକାର ହେଉଛନ୍ତି l ଏହା ସହିତ ରକ୍ତ ଅଭାବ ମଧ୍ୟ ହେଉଛି l

ଯଦି ଆପଣ ଏହି ସବୁ ରୋଗରେ ଆକ୍ରାନ୍ତ ଅଛନ୍ତି ତେବେ ଏହି ଘରୋଇ ଉପଚାର ବ୍ୟବହାର କରିବା ଦ୍ୱାରା ଆପଣଙ୍କର ସବୁ ରୋଗ ଦୂର ହୋଇପାରିବ l ଏମିତି ଏକ ଉପଚାର ଯାହା ଆପଣ ଶୁଣିଲେ ଖୁସି ହୋଇଯିବେ l ଏହି ଆଣ୍ଠୁ, ଗଣ୍ଠି ଏବଂ ଅଣ୍ଟା ଦରଜ ସାଧାରଣତଃ ଆମ ଶରୀରରେ କ୍ୟାଲସିୟମର ଅଭାବରୁ ହିଁ ହୋଇଥାଏ l ତେବେ ଚାଲନ୍ତୁ ଜାଣିବା ଏହି ଘରୋଇ ଉପଚାର ଯାହା ବ୍ୟବହାର କରି ସବୁ ବିନ୍ଧା ଯନ୍ତ୍ରଣା ଆପଣଙ୍କର ଦୂରୀଭୂତ ହୋଇପାରିବ l

ଏଥିପାଇଁ ପ୍ରଥମେ ଶୁଣ୍ଠୀ ପାୱଡର ର ଆବଶ୍ୟକତା ରହିଛି l ଏହି ପାୱଡର ଅଦାକୁ ଶୁଖାଇ ତିଆରି କରାଯାଇଥାଏ l ଏହି ସମସ୍ତଙ୍କ ଘରେ ଉପଲବ୍ଧ ଅଟେ l ଏହି ଅଦାର ଔଷଧୀୟ ଗୁଣ ରହିଛି ଯାହା ଆମର ଖାଦ୍ୟ ହଜମ କରିପାରୁଥିବା ଏନଯାଇମ ଯାହା କି ଏଥିରେ ହିଁ ଉପଲବ୍ଧ ଅଟେ l ଏହା ଜ୍ୱର, କାଶ ଓ ଥଣ୍ଡା କୁ ଦୂରୀଭୂତ କରିଥାଏ l ଏହା ଆମର ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଇଥାଏ l ଯଦି ଆପଣଙ୍କ ଘରେ ଶୁଣ୍ଠୀ ପାୱଡର ନାହିଁ ତେବେ ଆପଣ ଅଦା ବ୍ୟବହାର କରିପାରିବେ l

ଏହି ଶୁଣ୍ଠୀ ପାୱଡର ଵା ଅଦା ନେବା ପରେ ପାନମଧୁରୀର ଆବଶ୍ୟକତା ରହିଛି l ଏହି ପାନମଧୁରୀରେ ମଧ୍ୟ ଔଷଧୀୟ ଗୁଣ ରହିଛି l ଯାହାକି ଆମର ଖାଦ୍ୟ ହଜମରେ ସାହାଯ୍ୟ କରିଥାଏ l ଏହା ଆମର ପେଟକୁ ମଧ୍ୟ ଥଣ୍ଡା ରଖିଥାଏ l ଏହି ପାନମଧୁରୀ ଗ୍ୟାସ ଭଳି ବଡ଼ ରୋଗକୁ ମଧ୍ୟ ଦୂରୀଭୂତ କରିଥାଏ l ଯଦି ଆପଣ ମିଠା କରିବାକୁ ଚାହୁଁଛନ୍ତି ତେବେ ଆପଣ ଏଥିରେ ମିଶ୍ରି ମିଶାଇ ପାରିବେ l ଯାହା ଦ୍ୱାରା ଏହି ପାନୀୟଟି ମଧୁର ହୋଇପାରିବ l

ଏହି ମିଶ୍ରି ଆମ ଶରୀରର ହିମୋଗ୍ଲବିନ କୁ ବଢ଼ାଇଥାଏ l ଏଥିପାଇଁ ଏକ ପାତ୍ରରେ କ୍ଷୀର ନେଇ ଗରମ କରନ୍ତୁ ତାପରେ ଏଥିରେ ଶୁଣ୍ଠୀ ପାୱଡର ଵା ଅଦା ଛେଚା ପକାନ୍ତୁ ଏବଂ ପରେ ପାନମଧୁରୀ ଓ ମିଶ୍ରି ପକାଇ ଭଲ ଭାବେ ଫୁଟାନ୍ତୁ l ଏହି ପାନୀୟକୁ ସେବନ କରିବା ଦ୍ୱାରା ଆପଣଙ୍କର ଏହି ବିନ୍ଧା ଯନ୍ତ୍ରଣା ସବୁ ଦୂର ହୋଇଯିବ l ଏହାକୁ ସପ୍ତାହକୁ 4ଥର କରନ୍ତୁ l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।