ଦେଖନ୍ତୁ ଭିଡ଼ିଓ । ହେ ଭଗବାନ ! ମାଟି ତଳୁ ଉଭା ହେଲେ ମହାଦେବ, ଘଟଣା ଟି ଆଶ୍ଚର୍ଯ୍ୟ ଲାଗିଲେ ବି ସତ ଦେଖନ୍ତୁ…..

ମାଟି ଖୋଳୁ ଖୋଳୁ ବାହାରିଲେ ମହାଦେବ। ଟ୍ରାକ୍ଟର ରେ ମାଟି ଖୋଲିବା ସମୟ ରେ ବାହାରିଲା ଶିବ ଲିଙ୍ଗ । ଘଟଣା ଟି ଆସିଛି ଭଦ୍ରକ ଜିଲ୍ଲା ର ବଳଦିଆ ଅଞ୍ଚଳ ରୁ । ଗ୍ରାମ ପଞ୍ଚାୟତ ତରଫରୁ ଆସିଥିବା ରୁରାଲ ପାର୍କ ବାଲଦିହା ଠାରେ କରା ଯାଉଥିଲା । ମାଟି କୁ ସମତୁଲ କରିବା ପାଇଁ ଟ୍ରାକ୍ଟର ରେ ହଳ କରାଯାଉ ଥିଲା ।

ଟ୍ରାକ୍ଟର ହଳ କରୁଥିବା ସମୟ ରେ ପ୍ରାୟ ସନ୍ଧ୍ୟା ପାଞ୍ଚ ଟା ରେ ଟ୍ରାକ୍ଟର ର ଫାଳ କୌଣସି ଏକ ଶକ୍ତ ଜିନିଷ ରେ ଲାଗି ଭାଙ୍ଗି ଯାଇଥିଲା ।

ଟ୍ରାକ୍ଟର ଡ୍ରାଇଭର ଭାବି ଥିଲା ଯେ ବୋଧେ ଲୁହା କିମ୍ବା ପଥର ରହିଛି । କିନ୍ତୁ ବାରମ୍ବାର ସେଇଠି ଟ୍ରାକ୍ଟର ବାଜି ଶବ୍ଦ ହେବାରୁ ଲୋକ ମାନେ ହଳ ବନ୍ଦ୍ କରି ସେହି ସ୍ଥାନ ରେ ଖୋଳିବା ଆରମ୍ଭ କରିଲେ । କିଛି ସମୟ ଖୋଳିବା ପରେ ଶିବ ଲିଙ୍ଗ ଆବିର୍ଭାବ ହୋଇ ଥିଲା ।

ଏହା ପରେ ସେଠାରେ ଲୋକ ମାନେ ଭିଡ଼ କରି ଲିଙ୍ଗ କୁ କ୍ଷୀର ରେ ସ୍ନାନ କରି ପୂଜା କରିବା ଆରମ୍ଭ କରିଲେ । ଏହା ପରେହରିବୋଲ ହୁଳହୁଳି ଶବ୍ଦରେ କମ୍ପି ଉଠୁଛି ସମସ୍ତ ଏରିଆ । କେବଳ ଏତିକି ନୁହେଁ ଧୂପ , ଝୁଣା , ଦ୍ଵୀପ ରେ ମଧ୍ୟ ମହକି ଉଠୁଛି ସମ୍ପୂର୍ଣ ଏରିଆ। ଲୋକ ମାନେ କାହିଁ କେତେ ଦୂର ରୁ ଧାଇଁ ଆସିଛନ୍ତି ପ୍ରଭୁ ଙ୍କ ର ଦର୍ଶନ ପାଇଁ ।

ଉଭୟ ସ୍ତ୍ରୀ ପୁରୁଷ ମାନେ ବହୁଳ ମାତ୍ରା ରେ ଭିଡ ହୋଇ ପୂଜା କରିବାକୁ ଲାଗିଛନ୍ତି। ଆମେ ଏମିତି ପ୍ରକାର କଥା ବହୁ ଥର ଶୁଣି ଅଛି । ଅନେକ ଜାଗାରେ ପ୍ରଭୁ ମହାଦେବ ଆବିର୍ଭାବ ହୋଇ ଅଛନ୍ତି। ତେବେ ବର୍ତ୍ତମାନ ଆମେ ସମସ୍ତେ କରନା ଭାଇରସ ଯୋଗୁ ଯେଉଁ କଠିନ ପରିସ୍ଥିତି ଦେଇ ଗତି କରୁ ଅଛୁ ସେହି ସମୟ ରେ ମହାଦେବ ଆବିର୍ଭାବ ହୋଇ ଅଛନ୍ତି ।

ଏହା ହୁଏତ ଆଗକୁ ବା ଭବିଷ୍ୟତ ରେ କିଛି ଭଲ କାର୍ଯ୍ୟ ହେବାର ଆଗୁଆ ସଂକେତ ହୋଇପାରେ ବୋଲି ସ୍ଥାନୀୟ ଲୋକ ମତ ରଖିଛନ୍ତି । ଏହା ସହିତ ସେହି ଗ୍ରାମ ରେ ଆଗରୁ ଶିବ ମନ୍ଦିର ନଥିଲା ତେଣୁ ଲୋକ ମାନେ ଏହା ଦେଖି ଖୁବ୍ ଖୁସି ହେଉଛନ୍ତି ଓ ପୂଜା ଅର୍ଚ୍ଚନା କରିବା ରେ ଲାଗିଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।