ମାସ୍କ ପିନ୍ଧୁ ନଥିଲେ ସାବଧାନ ! ପୁଣି ସରକାରଙ୍କର ନୂଆ ନିୟମ । ମାସ୍କ ନ ପିନ୍ଧିଲେ 2000 ଟଙ୍କା ଦେବେ ଜୋରିମାନା

ଦିଲ୍ଲୀ ରେ କରନା ର ସ୍ଥିତି ଏକ ପ୍ରକାର ଅସମ୍ଭାଳ ହୋଇ ଯାଇଛି ।କରନା ସଂକ୍ରମଣ ବଢୁଥିବା ର ଦେଖି ମାସ୍କ ପିନ୍ଧିବା ଉପରେ କଟକଣା ଜାରି କରିଛନ୍ତି ଦିଲ୍ଲୀ ମୁଖ୍ୟ ମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ମାସ୍କ ନପିନ୍ଧିଲେ ଏବେ ଦେବା ପାଇଁ ପଡ଼ିବ 2000 ଟଙ୍କା ଜୋରିମାନା । ରାଜଧାନୀ ରେ ସ୍ଥିତି ଅଣାୟତ୍ତ ଥିବାରୁ ଏହି ପରି ନିଷ୍ପତି ନିଆ ଯାଉଛି । ଦିଲ୍ଲୀ ରେ ବସିଥିବା ସର୍ବ ଦଳୀୟ ବୈଠକ ଶେଷ ହେବା ପରେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି  ଦିଲ୍ଲୀ ଉପମୁଖ୍ୟ ମନ୍ତ୍ରୀ ମନିଶ ସିଶୋଦିଆ।

ସିଶୋଦିଆ କହିଛନ୍ତି କରନା ସଂକ୍ରମଣ କୁ ଆଖିରେ ରଖି ଦିଲ୍ଲୀ ସରକାର ଦିଲ୍ଲୀ ର ବଜାର ସହର ବନ୍ଦ ରଖିବା ପାଇଁ କେନ୍ଦ୍ର କୁ ପ୍ରସ୍ତାବ ଦେଇଛନ୍ତି ।

ପ୍ରସ୍ତାବ କୁ ବୈଠ କରି ବିରୋଧ କରିଛି କଂଗ୍ରେସ । ସେହିପରି ଦିଲ୍ଲୀ ରେ କରନା ମୁକାବିଲା ପାଇଁ ଉଚିତ୍ ପଦକ୍ଷେପ ନିଆଯାଇ ନାହିଁ ବୋଲି କହିଛି ବିଜେପି। ଗତ 24 ଘଣ୍ଟା ମଧ୍ୟରେ 131 ଜଣଙ୍କ ଜୀବନ ଯାଇଥିବା ବେଳେ 7486 ନୂଆ ସଂକ୍ରମଣ ମାମଲା ସାମ୍ନା କୁ ଆସିଛି। ଦିଲ୍ଲୀ ରେ ଗୋଟିଏ ଦିନ ରେ କରନା ରେ ଦିଲ୍ଲୀ ରେ ଯେତିକି ଜଣଙ୍କ ର ମୃତ୍ୟୁ ହୋଇଛି ତାହା ଗତ ସବୁ ରେକର୍ଡ କୁ ଭାଙ୍ଗି ଦେଇଛି ।

ଗତ ମଙ୍ଗଳବାର ଦିଲ୍ଲୀ ରେ 6396 ସଂକ୍ରମଣ ଚିହ୍ନଟ ହୋଇ ଥିବା ବେଳେ 99 ଜଣଙ୍କ ର ମୃତ୍ୟୁ ହୋଇଥିଲା ।ଏହା ପୂର୍ବରୁ ଗତ 12 ତାରିଖ ରେ 24 ଘଣ୍ଟା ରେ ସର୍ବାଧିକ 124 ଜଣ ଙ୍କ ର ମୁତ୍ୟୁ ହୋଇ ଥିଲା । ବର୍ତ୍ତମାନ ସୁଦ୍ଧା କରନା ସଂକ୍ରମଣ ରେ 7943 ଜଣଙ୍କ ର ମୃତ୍ୟୁ ହୋଇ ସାରିଛି ।ତେବେ ଦିଲ୍ଲୀ ସରକାର କହିଛନ୍ତି ଏହା ବହୁତ୍ କଠିନ ମୁହୂର୍ତ୍ତ ଅଟେ ଦିଲ୍ଲୀ ବାସୀ ମାନଙ୍କ ପାଇଁ । ଦିଲ୍ଲୀ ରେ ବହୁତ୍ ଲୋକ ମାସ୍କ ପିନ୍ଧୁଥିବା ସତ୍ୱେ ଅନେକ ଲୋକ ମାସ୍କ ପିନ୍ଧି ନାହାନ୍ତି। ତେଣୁ ସେହି ଲୋକ ମାନଙ୍କୁ ମାସ୍କ ପିନ୍ଧେଇବା ପାଇଁ ଏହି ନିୟମ ଲାଗୁ କରାଯାଇଛି ।

ଆଗରୁ ମାସ୍କ ନପିନ୍ଧିଲେ 500 ଟଙ୍କା ଜୋରିମାନା ଦେବା ପାଇଁ ପଡୁ ଥିଲା କିନ୍ତୁ ବର୍ତ୍ତମାନ ଏହାକୁ ବଢାଇ 2000 ଟଙ୍କା କରାଯାଇଛି ଯାହା ଦ୍ଵାରା ଲୋକ ମାନେ ମାସ୍କ ପିନ୍ଧିବା କୁ ଗୁରୁତର ଭାବେ ନେବେ। ତେବେ ଏହା ସହିତ ସେମାନେ ଦିଲ୍ଲୀ ର ସବୁ ସଂସ୍ଥା ମାନଙ୍କୁ ନିବେଦନ କରିଛନ୍ତି ଲୋକ ମାନଙ୍କୁ ମାସ୍କ ବାଣ୍ଟିବା ପାଇଁ ।

ଏହା ସହିତ ସନିତାଇଯାର୍ , ସାମାଜିକ ଦୂରତା ଅବଲମ୍ବନ କରିବା ସମସ୍ତଙ୍କୁ ଅନିବର୍ଯ୍ୟ କରିଛନ୍ତି । କାରଣ ଏହି ସମୟରେ କରନା ରୁ ମୁକ୍ତି ପାଇବା ପାଇଁ ଏହା ହେଉଛି ଏକମାତ୍ର ଉପାୟ। ଯଦି ସମସ୍ତେ ଏହି ନିୟମ କୁ ପାଳନ ନକରିବା ତେବେ ବହୁତ୍ ବଡ଼ ସମସ୍ୟା ର ସମ୍ମୁଖୀନ ହେବା ।ଲୋକ ମାନଙ୍କ ର ଅସାବଧାନତା ଯୋଗୁଁ ସମସ୍ତେ ଅସୁବିଧା ରେ ପଡ଼ିବେ ବୋଲି ଦିଲ୍ଲୀ ସରକାର ଏମିତି ନିଷ୍ପତି ନେଇଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।