ହେ ଭଗବାନ ! ମସ୍ତିଷ୍କ ରୋଗରେ ପୀଡିତ ଏହି ମୋଧାବୀ ଛାତ୍ରୀଙ୍କୁ ସହାୟତା ନିବେଦନ, ଆପଣମାନଙ୍କ ଛୋଟିଆ ସାହାଯ୍ୟ କୁନି ଭଉଣୀଟିର ଜୀବନ ବଞ୍ଚାଇବାରେ ସହାୟକ ହେବ

ହେ ଭଗବାନ ! ମଣିଷକୁ ଏମିତି ଶାସ୍ତି କାହିଁକି ଦେଉଛ ପ୍ରଭୁ । କୁହାଯାଏ ସମୟର ଚକ ସବୁବେଳେ ବୁଲୁଥାଏ, କେତେବେଳେ ଦୁଃଖ ତ କେତେବେଳେ ସୁଖ । ଆମ ସମାଜରେ ପ୍ରତିଦିନ କିଛି ନୂଆ ନୂଆ ଘଟଣା ଦେକିବାକୁ ମିଳୁଛି । ତେବେ ଆମ ଜୀବନରେ ବେଳେବେଳେ ହଠାତ୍ ଏମିତି କିଛି ଘଟଣା ଘଟିଯାଏ ,ଯାହା ଘଟିବ ବୋଲି ଆମେ କେବେ ସ୍ବପ୍ନରେ ବି ଭାବି ନଥାଉ କି -କଳ୍ପନା ମଧ୍ୟ କରିନଥାଉ । ଆଉ ସେହି କିଛି ଘଟଣା ଆମର ସଂମ୍ପୂର୍ଣ୍ଣ ଜୀବନକୁ ପୂରା ବଦଳାଇ ଦେଇଥାଏ ଏବଂ ଯାହାର ସମାଧାନର ରାସ୍ତା ମଧ୍ୟ କିଛି ବି ନଥାଏ ।

ସେଥିପାଇଂ କେତେକ ଙ୍କ ର ଅସମୟରେ ଜୀବନ ମଧ୍ୟ ଚାଲିଯାଏ ତ ପୁଣି କିଏ ବିଶେ ଭାବରେ ଆଘାତ ପାଇଥାଏ । ତେବେ ଆଜି ଆମେ ଆପଣଙ୍କୁ ସେମିତି ଏକ ସଡକ ଦୁର୍ଘଟଣା ବିଷୟ ରେ କିଛି କହିବାକୁ ଯାଉଛୁ ।

ଆଇଏଏସ୍ ପାଇଁ ନିଯୁକ୍ତି ପ୍ରସ୍ତୁତ କରୁଥିବା ପ୍ରିୟଙ୍କା ଆଜି ଶଯ୍ୟାଶାୟୀ । ଜଗତସିଂହପୁର ଜିଲ୍ଲା ବାଲିକିଦା ବ୍ଲକ ଈଶ୍ବରପୁର ଗ୍ରାମର ପ୍ରିୟଙ୍କା ପଟ୍ଟନାୟକ ,ପିତା ମନୋଜ ପଟ୍ଟନାୟକ । ବାଲିକିଦା ମହାବିଦ୍ୟାଳୟର ଜଣେ ମେଧାବୀ ଛାତ୍ରୀ ଏବଂ ବାପା ଦିଲ୍ଲୀର ଏକ ପ୍ରାଇଭେଟ୍ କମ୍ପାନୀରେ କାର୍ଯ୍ୟରତ ।

ଘଟଣା ଅନୁସାରେ ଲକଡାଉନ୍ ସମୟରେ ହଠାତ୍ ପ୍ରିୟଙ୍କାକୁ ଆରମ୍ଭ ହୁଏ ଜ୍ବର । ଜ୍ବରରୁ ଅବସ୍ଥା ଏତେ ସାଙ୍ଘାତିକ ହୁଏ ଯେ ଦିନକୁ ଦିନ ପ୍ରିୟଙ୍କା ଅସୁସ୍ଥ ହୋଇପଡେ । ଭୂବନେଶ୍ବରର ଏମ୍ସ ହସ୍ପିଟାଲରେ ଦୀର୍ଘ 8ମାସ ଭିତରେ ମସ୍ତିଷ୍କ ସଂକ୍ରମଣ ରୋଗରେ ପ୍ରିୟଙ୍କାର 7ଟି ଅସ୍ତ୍ରୋପଚାର ହୋଇସାରିଲାଣି ଏବଂ ସେ ବର୍ତ୍ତମାନ ଏମ୍ସରେ ଶଯ୍ୟାଶାୟୀ ।

ଝିଅର ଚିକିତ୍ସା ପାଇଁ ବାପା କାମଛାଡି ଝିଅ ପାଖରେ ଅଛନ୍ତି ଏବଂ ଯାହା ଯେତିକି ଟଙ୍କା ସଞ୍ଚୟ କରି ରଖିଥିଲେ ସବୁ ଶେଷ ହୋଇଯିବା ପରେ ବାପା ମନୋଜ ଝିଅର ଚିକିତ୍ସା ପାଇଁ ସାମାଜି୍କ ଗଣମାଧ୍ୟମ, ସରକାରୀ,ବେସରକାରୀ ସଂସ୍ଥା ଏବଂ ବଦାନ୍ୟ ବ୍ୟକ୍ତି ବିଶେଷଙ୍କ ସହାୟତା ପାଇଁ ଅନେଇ ବସିଛନ୍ତି ।

ତେଣୁ ଆପଣ ମାନଙ୍କୁ ଆମର ଅନୁରୋଧ କି ଆପଣ ମାନେ ସେହି କୁନି ଭଉଣୀର ଚିକିତ୍ସା ପାଇଁ ଯାହା ଯେତିକି ପାରୁଛନ୍ତି ସାହାଯ୍ୟ କରନ୍ତୁ । କାହିଁକି ନାଁ ଆପଣଙ୍କର 100, 50 ଟଙ୍କା ମଧ୍ୟ ସେହି ବାପା ପାଇଁ ବହୁତ ମୂଲ୍ୟବାନ ଅଟେ ।

ଆମେ ଚାହିଁଲେ ଜଣେ କୁନି ଭଉଣୀର ଜୀବନ ବଞ୍ଚାଇ ପାରିବା ଏବଂ ଜଣେ ବାପାର ଆଖିରୁ ଲୁହ ପୋଛି ପାରିବା । ଆମେ କଣ ସତରେ ଗୋଟେ ଭଉଣୀ ପାଇଁ ଗୋଟେ ଅସହାୟ ବାପା ପାଇଂ ଗୋଟେ ଦୁଃଖଦ ପରିବାର ପାଇଁ ଏତିକି କରିପାରିବାନି । ତେଣୁ ଆପଣଙ୍କୁ ଅନୁରୋଧ ଏହାକୁ ବହୁ ମାତ୍ରାରେ ସେୟାର କିବା ସହିତ ଯାହା ପାରୁଛନ୍ତି ସାହାଯ୍ୟ କରନ୍ତୁ ।

ନାମ – ପ୍ରିୟଙ୍କା ପଟ୍ଟନାୟକଘର – ଈଶ୍ବରପୁର,ବାଲିକୁଦା, ଜଗତସିଂହପୁରAccount No. 022501543801, IFSC-ICIC0000225
Google Pay/Phone Pay/Paytm -9599512795ମୋବାଇଲ୍ ନମ୍ବର -8851520896
ଟିମ୍ – ସମାଜ ଦର୍ପଣ    ସମାଜ ଦର୍ପଣ ହେଲ୍ପ ଗ୍ରୁପ –   ପ୍ରଶାନ୍ତ ସେନାପତି (9600168163)

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।