ପୁଣି ଥରେ ମାର୍କେଟ ଘାଣ୍ଟିଲା ରୂପା ,ପିଣ୍ଟୁ ” Rupa & Pintu ” ଙ୍କ ଏହି ନୂଆ ଆଲବମ ( ମେଘ ନନ୍ଦିନୀ )ମାତ୍ର 1 ଘଣ୍ଟାରେ 33k ରୁ ଅଧିକ ଲୋକ ଦେଖି ସାରିଲେଣି….

ରୂପା ପିଣ୍ଟୁ ଏପରି ଏକ ସୁନ୍ଦର ଯୋଡ଼ି ଯାହାଙ୍କର ପ୍ରତେକ ଟି ଭିଡ଼ିଓ ଓ ପ୍ରତେକ ଟି ବ୍ୟକ୍ତିଗତ ଜୀବନ ବିଷୟ ରେ ଜାଣିବା ପାଇଁ ଲୋକେ ଅଗ୍ରାହ ପ୍ରକାଶ କରି ଥାଆନ୍ତି | ପ୍ରଥମେ ପ୍ରଥମେ ପିଣ୍ଟୁ ଙ୍କୁ ଛୋଟ ଛୋଟ ଟିକଟକ ଭିଡ଼ିଓ କରୁ ଥିବାର ଦେଖିବାକୁ ମିଳିଥିଲା, କିନ୍ତୁ ପରେ ପରେ ସେ ସଫଳତା ର ସିଡ଼ି ଚଢି ପାରି ଥିଲେ | ଏହା ସହିତ ଆପଣ ମାନେ ତ ସୋସିଆଲ ମିଡ଼ିଆ ରେ ରୂପା ଓ ପିଣ୍ଟୁ ଙ୍କର ଅନେକ ଆଲବମ ଭିଡ଼ିଓ ଦେଖୁ ଥିବେ ଯାହାକି ଦୁହେଁ ଙ୍କୁ ଆଜିର ଦୁନିଆଁ ରେ ଏକ ଚର୍ଚ୍ଚିତ ନାଁ କରାଇ ପାରିଛି |

ରୂପା କେବଳ ଏକ ଭଲ ସ୍ତ୍ରୀ ନୁହଁନ୍ତି ବରଂ ସେ ଏକ ଭଲ ଝିଅ, ଭଲ ବୋହୂ ଓ ଭଲ ମା ମଧ୍ୟ, କାରଣ ଲୋକ ମାନଙ୍କ ମନରେ ଏକ ଜାଗା ସୃଷ୍ଟି କରି ଥିଲେ ବି ଗର୍ବରେ ସେ କେବେ ତାଙ୍କ ଓଡ଼ିଆ ପରମ୍ପରା କୁ ଛାଡ଼ି ନାହାଁନ୍ତି କି ଏକ ବୋହୂ ର କର୍ତ୍ତବ୍ୟ କରିବାକୁ ଭୁଲି ନାହାଁନ୍ତି | ରୂପା ପିଣ୍ଟୁ ଉଭୟ ଏକ ସାଧାରଣ ଭାବେ ଜୀବନ ଯାପନ କରି ଥାଆନ୍ତି, ଜୀବନ ରେ ଯେତେ ସଫଳତା ପାଇଲେ ମଧ୍ୟ ଉଭୟଙ୍କ ମନରେ ଗର୍ବ ବୋଲି ଟିକିଏ ନଥାଏ | ତେବେ ଆଜି ସକାଳ 8 ଟାରେ ତାଙ୍କର ଏକ ନୂଆ ଆଲବମ ଆସି ପହଞ୍ଚି ଯାଇଛି ଯେଉଁ ଆଲବମ ର ନାଁ ରହିଛି ମେଘ ନନ୍ଦିନୀ |

ତେବେ ଏହି ଆଲବମ କୁ ଦର୍ଶକ ଦେଖିବା ପାଇଁ ଚାତକ ଭଳି ଚାହିଁ ରହି ଥିଲେ ଅର୍ଥାତ ଅପେକ୍ଷା କରି ବସି ଥିଲେ କିନ୍ତୁ ଏହି ଅପେକ୍ଷା ର ଆଜି ଅନ୍ତ ଘଟିଛି ଆଉ ଆଲବମ ଟି ରିଲିଜ ହୋଇଛି | ଏହି ମେଘ ନନ୍ଦିନୀ ଗୀତ ଟିକୁ ପ୍ରସିଦ୍ଧ ଗାୟକ ଉଦିତ ନାରାୟଣ ଏବଂ ଗାୟିକା ଅନନ୍ୟା ଗାଇଛନ୍ତି ଯାହାକି ବେସ ସୁନ୍ଦର ହୋଇଛି | ଏହା ସହିତ ଏହାର ମ୍ୟୁଜିକ ଜାପାନୀ ଭାଇ ଦେଇଛନ୍ତି | ଏହି ଗୀତ ଟିକୁ ଶୁଣିଲେ ଆପଣ ନିଜେ ଜାଣି ପାରିବେ ଏହା କେତେ ସୁନ୍ଦର ରହିଛି ଏହା ସହିତ ରୂପା ପିଣ୍ଟୁ ଙ୍କର ଅଭିନୟ ମଧ୍ୟ ଏତେ ମନଲୋଭା ରହିଛି ଯାହାକୁ ଦେଖିଲେ ଆପଣ ଆଖି ଫେରାଇ ନେଇ ପାରିବେ ନାହିଁ |

ତେବେ ଏହି ଆଲବମ ଟିର ସୁଟିଂ ଏକ ଗାଁ ପରିବେଶ ରେ ହୋଇଛି ଯେଉଁଠି ରୂପା ଗାଁ ସ୍ତ୍ରୀ ଲୋକ ଙ୍କ ସହିତ କ୍ଷେତ ରେ ଦେଖିବା ପାଇଁ ମିଳି ଥିବା ବେଳେ ପିଣ୍ଟୁ ମଧ୍ୟ ଗାଁ ର ଛୋଟ ଛୁଆ ଙ୍କ ମେଳ ରେ ଦେଖିବା ପାଇଁ ମିଳିଛନ୍ତି | ଏଠାରେ ସବୁଠାରୁ ନିଆଁରା ଦୃଶ୍ୟ ଟି ହେଉଛି ପିଣ୍ଟୁ ଏଠାରେ ଅଭିନୟ କରିବାକୁ ଯାଇ ସାଙ୍ଗ ସାଥି ଙ୍କ ସହ କିଭଳି ହାଣ୍ଡିଆ ପିଉଛନ୍ତି ତାହା ଆପଣ ଦେଖିବାକୁ ପାଇବେ | ବର୍ତ୍ତମାନ ସମୟରେ ରୂପା ପିଣ୍ଟୁ ଙ୍କର ଏହି ସୁନ୍ଦର ଆଲବମ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଖୁବ ଚର୍ଚ୍ଚା ର ବିଷୟ ପାଲଟିଛି ଏବଂ ଅନେକ ଲାଇକ ମିଳିବା ସହ ଦର୍ଶକ ସୁନ୍ଦର ସୁନ୍ଦର ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।