Sadhu Bani – ମାର୍ଗଶୀର ମାସ ଗୁରୁବାର ଦିନ କରନ୍ତୁ ନାହିଁ ( ୧୦ଟି କାମ ) – ସର୍ବନାଶ ହେବ

ହିନ୍ଦୁ ଧର୍ମ ଶାସ୍ତ୍ର ଅନୁସାରେ ଗୁରୁବାର ବାର ଦିନ ଦେବଗୁରୁ ଶିଷ୍ୟଙ୍କର ପୂଜାର୍ଚ୍ଚନା କରାଯାଇଥାଏ । ଗୁରୁବାର ମାତା ଲାଷ୍ମୀଙ୍କର ଅତି ପ୍ରିୟ ଦିନ ହେଇଥାଏ । ଆନ୍ୟ ଗୁରୁବାର ଅପେକ୍ଷା ମାର୍ଗଶିର ମାସ ଗୁରୁବାର ମାତା ଲାଷ୍ମୀଙ୍କର ବହୁତ ପ୍ରିୟ ଦିନ ହେଇଥାଏ ।ଏହି ଦିନ ମାତା ଲାଷ୍ମୀଙ୍କର ପୂଜାର୍ଚ୍ଚନା କରିବା ଦ୍ୱାରାଗୃହକୁ ମାଆ ଲାଷ୍ମୀଙ୍କର ଆଗମନ ହେଇଥାଏ । ଜ୍ୟୋତିଷ ଶାସ୍ତ୍ରରେ ବୃହସ୍ପତିଙ୍କୁ ସାଧୁସନ୍ଥଙ୍କ ଦେବତା ବୋଲି କୁହାଯାଏ।

ଏପରିକି ଆମ ଜୀବନର ସମସ୍ତ ସୁଖର ଚାବିକାଠି ବୃହସ୍ପତିଙ୍କ ହାତରେ ଥିବା କୁହାଯାଏ। ଜ୍ୟୋତିଷ ଶାସ୍ତ୍ରରେ ଏହା ମଧ୍ୟ କୁହାଯାଏ ଯେ, ଯେଉଁ ବ୍ୟକ୍ତିଙ୍କ ଉପରେ କୃପା ଦୃଷ୍ଟି ଥାଏ ସେହି ବ୍ୟକ୍ତିଙ୍କ ଜୀବନରେ ଦୁଃଖ ପ୍ରବେଶ କରେ ନାହିଁ । ତେବେ ଆଜି ଆମେ ଜାଣିବା ଯେ କଣ କରିବା ଉଚିତ ଏବଂ କଣ କରିବା ଅନୁଚିତ। ଏଥି ସହିତ ବୃହସ୍ପତି ବାର ଗୁରୁବାର କଣ କଲେ ଶୁଭଫଳ ମିଳିଥାଏ।

(୧)ଗୁରୁବାରରେ ବିଳମ୍ବ ଯାଏ ଶୁୁୁଅନ୍ତୁ ନାହିଁ , ଏହି ଦିନ ସକାଳୁ ଉଠି ଘରଦ୍ୱାର ସଫା କରିବା ଆବଶ୍ୟକ।

(୨)ସକଳୁ ଉଠିବା ପରେ ବାସି ବିଛଣା ପଡିଥିବା ଅବସ୍ଥାରେ ପୂଜା କରନ୍ତୁ ନାହିଁ, ପ୍ରଥମେ ବାସି ବିଛଣା ଉଠାଇ ଘରକୁ ଝାଡୁ କରନ୍ତୁ, ପରେ ଘର ପଛିବା ପରେ ସ୍ନାନ କରିସାରି ପୂଜାର୍ଚ୍ଚନା କରନ୍ତୁ।

(୩)ଗୁରୁବାର ଦିନ ପ୍ରଥମେ ତୁଳସୀ ଚଉରା ନିକଟରେ ବୃନ୍ଦାବତୀଙ୍କୁ ପୂଜା କରିବା ପରେ ଠାକୁର ଘରେ ପୂଜା କରନ୍ତୁ।

(୪)ଗୁରୁବାର ବୃହସ୍ପତିଙ୍କୁ ସମର୍ପିତ ହୋଇଥିବାରୁ ଦେବ ଗୁରୁଙ୍କର ପ୍ରିୟ ହଳଦିଆ ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ। ଭଗବାନ ବିଷ୍ଣୁଙ୍କର ମଧ୍ୟ ପ୍ରିୟ ରଙ୍ଗ ହେଇଥାଏ। ଏଣୁ ଭଗବାନ ବିଷ୍ଣୁଙ୍କୁ ହଳଦିଆ ଫୁଲ ଅର୍ପଣ କରନ୍ତୁ।

(୫)ଗୁରୁବାରରେ ହଳଦିଆ ରଙ୍ଗର ବସ୍ତୁ ଦାନ କରିବା ଶୁଭ ବୋଲି କୁହାଯାଏ। ଏହି ଦିନ ହଳଦୀ, ଚନାଡାଲି,କିମ୍ଵା କଦଳୀ ଦାନ କରନ୍ତୁ। ଏହା ସହିତ ଗୁରୁବାର ଦିନ ବୃହସ୍ପତିଙ୍କର ମନ୍ତ୍ର ୧୦୮ ଥର ଜପ କରନ୍ତୁ।

(୬)ଗୁରୁବାରକୁ ମାତା ଲାଷ୍ମୀଙ୍କର ବାର ବୋଲି କୁହାଯାଏ। ତେଣୁ ଏହି ଦିନ ଲାଲ ରଙ୍ଗ କପଡା ଉପରେ କିଛି ଶ୍ୱେତ ଧାନ ବିଛେଇ ଲାଷ୍ମୀଙ୍କର ପ୍ରତିମା ନିକଟରେ ପୂଜା କରନ୍ତୁ। କିଛି ଧଳା ପୁଷ୍ପ ମଧ୍ୟ ମାଆଙ୍କ ଉପରେ ଚଡ଼ାନ୍ତୁ।

(୭)ଗୁରୁବାର ଦିନ ଭୁଲରେ ବି ଆମିଷ ରାନ୍ଧନ୍ତୁ ନାହିଁ, କି ଆମିଷ ଖାଆନ୍ତୁ ନାହିଁ।

(୮)ଗୁରୁବାର ଦିନ କାହାକୁ ବି ଭିକ୍ଷା ଦିଅନ୍ତୁ ନାହିଁ, ଟଙ୍କା ଧାର ଦିଅନ୍ତୁ ନାହିଁ ଏପରି କଲେ ମାତା ଲଷ୍ମୀ ଘରୁ ଛାଡି ଚାଲି ଯାଇ ଥାନ୍ତି।

(୯) ଗୁରୁବାର ସନ୍ଧ୍ୟା ସମୟରେ ମୁଣ୍ଡ କୁଣ୍ଡେଇବା ଏବଂ ଶୋଇବା ନିଷେଧ ହେଇଥାଏ।

(୧୦) ସନ୍ଧ୍ୟା ସମୟରେ ଝୁଣା ଧୂପ ଲଗେଇ ଘର ସାରା ବୁଲାନ୍ତୁ, ଆଖ ପାଖରେ ଥିବା ବାତାବରଣ ଶୀତଳ ହେବା ସହିତ ନକାରାତ୍ମକ ଶକ୍ତି ଘର ଭିତରୁ ଦୁରେଇ ଯାଇଥାଏ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।