ମାର୍ଚ୍ଚ ମାସରେ ପୁରା ୧୧ ଦିନ ବନ୍ଦ ରହିବ ବ୍ୟାଙ୍କ ଲିଷ୍ଟ ଚେକ୍ କରି ଶୀଘ୍ର ସାରନ୍ତୁ ବ୍ୟାଙ୍କ କାର୍ଯ୍ୟ, ଜାଣନ୍ତୁ କେଉଁ କେଉଁ ଦିନ ଛୁଟି ରହିବ ବ୍ୟାଙ୍କ

ଆପଣଙ୍କ ପାଇଁ ରହିଛି ଜରୁରୀ ସୂଚନା।ଆଉ ଏହି ସୂଚନା ଏହି ଦୃଷ୍ଟିରୁ ଜରୁରୀ ଯେ କାରଣ ଏହା ବ୍ୟାଙ୍କ ସମ୍ବନ୍ଧୀୟ। ଯଦି ଆପଣ ମାର୍ଚ୍ଚ ମାସ ପାଇଁ କୌଣସି ବ୍ୟାଙ୍କ କାମ ବାକି ରଖିଛନ୍ତି କିମ୍ବା ବ୍ୟାଙ୍କ ସହ ଜଡ଼ିତ କାମ କରିବାକୁ ଚାହୁଁଛନ୍ତି ତେବେ ତାହାକୁ ନିଶ୍ଚିତ ସାରନ୍ତୁ।ଯଦି ଆପଣ ବ୍ୟାଙ୍କ ସହ ଜଡ଼ିତ କିଛି ବି କାମକୁ ମାର୍ଚ୍ଚ ମାସରେ କରିବାକୁ ନିଷ୍ପତ୍ତି ନେଇଛନ୍ତି ତେବେ ଆପଣ ଗୋଟିଏ ଥର କ୍ୟାଲେଣ୍ଡର ଉପରେ ନିଶ୍ଚିତ ନଜର ପକାନ୍ତୁ।

କାରଣ ଏମିତି ବି ହୋଇପାରେ ଆପଣ ଯେଉଁଦିନ ବ୍ୟାଙ୍କ ଯାଇଥିବେ, ସେହିଦିନ ବ୍ୟାଙ୍କ ଓ ବ୍ୟାଙ୍କ ସେବା ବନ୍ଦ ଥିବ। ତେଣୁ ଆଗୁଆ ଆପଣ ନିଶ୍ଚିତ ଜାଣି ନିଅନ୍ତୁ କି,ମାର୍ଚ୍ଚ ମାସରେ କେଉଁ କେଉଁ ଦିନ ବ୍ୟାଙ୍କ ବନ୍ଦ ରହିବ ଏବଂ କେତେ ଦିନ ପାଇଁ ବ୍ୟାଙ୍କ ବନ୍ଦ ରହିବାକୁ ଯାଉଛି।

ତେବେ ମିଳିଥିବା ସୂଚନା ଅନୁସାରେ ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ର ହଲିଡେ କ୍ୟାଲେଣ୍ଡର ମୁତାବକ,ମାର୍ଚ୍ଚରେ ସମୁଦାୟ ୧୧ ଦିନ ବ୍ୟାଙ୍କ୍ ବନ୍ଦ ରହିବାକୁ ଯାଉଛି।ତେବେ ଆପଣଙ୍କୁ କହି ରଖୁଛୁ ଯେ ମାର୍ଚ୍ଚ ମାସରେ ପଡୁଛି ହୋଲି ଏବଂ ମହା ଶିବ ରାତ୍ରି। ତେଣୁ ଏହାକୁ ମିଶାଇ ସମୁଦାୟ ୧୧ ଦିନ ବନ୍ଦ ରହିବ ବ୍ୟାଙ୍କ୍। ତେଣୁ ଆପଣଙ୍କୁ ଜାଣିବା ଦରକାର ଯେ କେଉଁ ୧୧ ଦିନ ବ୍ୟାଙ୍କ ଛୁଟି ରହିବ।ତେବେ ଆପଣଙ୍କୁ କହି ରଖୁଛୁ ଯେ ଏହି ଛୁଟି ଦିନ ଗୁଡ଼ିକ ହେଉଛି, ୫ ମାର୍ଚ୍ଚ, ୧୧ ମାର୍ଚ୍ଚ, ୨୨ ମାର୍ଚ୍ଚ, ୨୯ ମାର୍ଚ୍ଚ ଏବଂ ୩୦ ମାର୍ଚ୍ଚ।ଏହା ସହିତ ଏତଦ୍‌ ବ୍ୟତୀତ ୪ଟି ରବିବାର ଏବଂ ୨ଟି ଶନିବାର ମଧ୍ୟ ବ୍ୟାଙ୍କ ବନ୍ଦ ରହିବ।

ଏହିପରି ଭାବେ ସମୁଦାୟ ୧୧ ଦିନ ଧରି ବ୍ୟାଙ୍କ ସମ୍ବନ୍ଧିତ କୌଣସି କାର୍ଯ୍ୟ ହୋଇ ପାରିବ ନାହିଁ ମାର୍ଚ୍ଚ ମାସରେ। କିନ୍ତୁ ଆପଣଙ୍କୁ କହି ରଖୁଛୁ ଯେ ଆପଣ ଏହି ଦିନ ଗୁଡ଼ିକରେ ଇଣ୍ଟରନେଟ୍‌ ବ୍ୟାଙ୍କିଙ୍ଗ୍‌ ର ଉପଯୋଗ କରି ପାରିବେ। ମାର୍ଚ୍ଚ ମାସରେ ବ୍ୟାଙ୍କ ଶାଖା ଗୁଡ଼ିକ ବନ୍ଦ ଥିଲେ ମଧ୍ୟ ଆପଣ ଇଣ୍ଟରନେଟ୍‌ ବ୍ୟାଙ୍କିଙ୍ଗ୍‌ ଜରିଆରେ ନିଜ କାମ କରାଇ ପାରିବେ। ଆର୍‌ବିଆଇର ନିର୍ଦ୍ଦେଶ ଅନୁସାରେ ଏବଂ ଯାହା ସୂଚନା ରହିଛି ସେହି ଅନୁସାରେ ରାଜ୍ୟ ଗୁଡ଼ିକ ତାଙ୍କର ହିସାବରେ ବ୍ୟାଙ୍କ୍‌ ଛୁଟି ଅଲଗା ଅଲଗା ମଧ୍ୟ ହୋଇପାରେ।

ତେଣୁ ସମସ୍ତ ଗ୍ରାହକ ବ୍ୟାଙ୍କିଙ୍ଗ୍‌ ସହ ଜଡ଼ିତ ନିଜ କାମକୁ ସାରିବା ପାଇଁ ଇଣ୍ଟରନେଟ୍‌ ବ୍ୟାଙ୍କିଙ୍ଗ୍‌ର ସହାୟତା ନେଇ ପାରିବେ। କିନ୍ତୁ ସିଧାସଳଖ ଭାବରେ ଆପଣ ବ୍ୟାଙ୍କ ସେବା ପାଇବାରୁ ବଞ୍ଚିତ ରହିବେ। ତେଣୁ ଆପଣ ଯଥା ସମ୍ଭବ ବ୍ୟାଙ୍କ ସମ୍ବନ୍ଧୀୟ କାମ ଗୁଡ଼ିକୁ ସାରି ଦିଅନ୍ତୁ। ନହେଲେ ଆପଣଙ୍କୁ ପରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।