ମରଣ ଏମିତି ବି ଆସି ପାରେ ! ଭାଇରାଲ ହେଲା ନିରୂପମା ପ୍ରଜାପତି ଙ୍କ ମୃତ୍ୟୁ ବେଳର ଲାଇଭ ଭିଜୁଆଲ

ତେବେ କିଛି ଦିନ ପୂର୍ବରୁ ଇବ୍ ନଦୀ ସ୍ରୋତ ରେ ଭାଷୀ ଯାଇ ଥିଲେ ନିରୂପମା ପ୍ରଜାପତି ନାମକ ଯୁବତୀ ଓ ସେହି ନଦୀ ସ୍ରୋତ ରେ ତାଙ୍କ ଜୀବନ ଯାଇ ଥିଲା । ବର୍ତ୍ତମାନ ତାଙ୍କ ମୃତୁ ପୂର୍ବର ଶେଷ ଭିଡିଓ ସୋସିଆଲ ମିଡିଆ ରେ ଭାଇରାଲ ହେବାରେ ଲାଗିଛି । ତେବେ ହସ ଖୁସି ର ମୁହୂର୍ତ୍ତ ନିମିଷ ମାତ୍ରେ କରାଳ ରୂପ ଧାରଣ କରି ଥିଲା ଏହା ଏହି ଭିଡିଓ ରେ ଦେଖିବାକୁ ମିଳିଛି।ତେବେ ଭିଡିଓ ରେ ଥିବା ଯୁବତୀ ରାଜଗମ୍ ପୁର ଗ୍ରାମର ନିରୁପମା ପ୍ରଜାପତି ।

ନିଜ ସାଥୀ ମାନଙ୍କ ସହିତ ସେ ପିକିନିକ କରିବା ପାଇଁ ଯାଇ ଥିଲେ ଓ ସେଠାରେ ସେ ଫଟୋ ଉଠାଇ ଥିଲେ ତେବେ ଠିକ୍ ସେହି ସମୟ ରେ ଜଣେ ଯୁବକ ସେହି ବାଟ ଦେଇ ଯାଉ ଥିବା ବେଳେ ତାଙ୍କ ଗୋଡ଼ ଖସି ଯାଇ ଥିଲା ଓ ନିରୁପମା ଙ୍କ ସହିତ ଧକ୍କା ହୋଇ ଥିଲେ ।

ଏହା ପରେ ନିରୁପମା ଭାଷୀ ଯାଇ ଥିଲେ ପ୍ରଖର ନଦୀ ସ୍ରୋତ ରେ ।ତେବେ ଦୀର୍ଘ ୨୨ ଘଣ୍ଟା ପରେ ସେହି ସ୍ଥାନ ର ୩୦୦ ମିଟର ଦୂର ରେ ଏକ ପଥର ଖୋଲ ରେ ନିରୁପମା ଙ୍କ ମୃତ ଦେହ ଉଦ୍ଧାର ହୋଇ ଥିଲା ।ଆଉ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି ନିରୁପମା ଙ୍କ ଜୀବନ ର ଶେଷ ଭିଡିଓ।ଯାହା ସୁଚାଉଛି କି ଏହି ଦୁର୍ଘଟଣା ପାଇଁ କେବଳ ନିରୂପମା ଦାୟୀ ନୁହଁନ୍ତି ଏହା ପାଇଁ ସେହି ଯୁବକ ମଧ୍ୟ ଦାୟୀ।

ମିଳି ଥିବା ସୂଚନା ଅନୁସାରେ ଆସନ୍ତା ଫେବ୍ରୁଆରୀ ମାସ ୧୬ ତାରିଖରେ ତାଙ୍କର ବିବାହ ଝାଡଖଣ୍ଡ ରାଜ୍ୟ ସୀମଡେଗା ଜିଲ୍ଲାରେ ହୋଇଥାନ୍ତା ।ଆଉ ଏଥି ପାଇଁ ତାଙ୍କ ନିର୍ବନ୍ଧ ମଧ୍ୟ ସରି ଯାଇ ଥିଲା । ନୂଆ ବର୍ଷ ପାଇଁ ନିଜ ପରିବାର ସହିତ ବଣଭୋଜି ପାଇଁ ଯାଇ ଥିଲେ ଅନୁପମା।

ଅନୁପମା ଏବଂ ତାଙ୍କ ସାଙ୍ଗମାନେ ମିଶି ନଦୀରେ ଥିବା ସାତ ବଖରା ଦେଖିବାକୁ ଯାଇ ଥିଲେ। ଆଉ ସେହି ଠାରେ ହିଁ ଭାଷୀ ଯାଇ ଥିଲେ।ତେବେ ସେ ଭାଷୀ ଯିବା ଦେଖି ସ୍ଥାନୀୟ ଲୋକ, ପୋଲିସ୍ ଓ ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ଜୋରଦାର ଖୋଜା ଆରମ୍ଭ କରି ଥିଲେ ମଧ୍ୟ ନିରୁପମା ଙ୍କୁ ଉଦ୍ଧାର କରି ପାରି ନଥିଲେ। ତେବେ ଦୀର୍ଘ ୨୨ ଘଣ୍ଟାର ଖୋଜା ଖୋଜି ପରେତାଙ୍କ ମୃତ ଦେହକୁ ସେହି ସ୍ଥାନ ରୁ ୩୦୦ ମିଟର ଦୂର ରେ ଉଦ୍ଧାର କରା ଯାଇ ଥିଲା।

ତେବେ ଏହି ଘଟଣା ପରେ ଲୋକ ମାନଙ୍କୁ ସେହି ସ୍ଥାନ ରେ ସତର୍କ ରହିବା ଉଚିତ୍ । ତେବେ ସେହି ସ୍ଥାନ ଟି ସମ୍ପୂର୍ଣ ବିପଦପୂର୍ଣ୍ଣ ରହିଛି ତେଣୁ ସ୍ଥାନୀୟ ପ୍ରଶାସନ ର ଏବେ ଦାୟିତ୍ଵ ଯେ ଲୋକ ମାନଙ୍କୁ ସତର୍କ କରାଇବା। ତେବେ ବାରମ୍ବାର ଏଭଳି ଘଟଣା ସାମ୍ନା କୁ ଆସିବା ପରେ ମଧ୍ୟ କେଉଁଠି ନା କେଉଁଠି ଯୁବ ପିଢ଼ି ଏହି ସବୁ ଜିନିଷ ପାଇଁ ସଚେତନ ନୁହନ୍ତି ବୋଲି ଏଥିରୁ ଜଣା ପଡିଛି।ସେଲ୍ଫି ନେବା ଚକରରେ ପ୍ରତ୍ୟେକ ବର୍ଷ ଏମିତି ଅନେକ ଯୁବ ପିଢ଼ି ପ୍ରାଣ ହରାଉଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।