ମନ୍ଦିରରେ ଭକ୍ତଙ୍କୁ କୁକୁର ଦେଉଛି ଆଶୀର୍ବାଦ । ଭିଡ଼ିଓ ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ

ଭାରତ ହେଉଛି ଦେବତାଙ୍କ ଜନ୍ମ ଭୂମି,ତେଣୁ ଭାରତ କୁ ଦେବଭୂମି ମଧ୍ୟ କୁହା ଯାଏ।ଏଠାରେ ଅନେକ ଦେବା ଦେବୀ ଜନ୍ମ ଗ୍ରହଣ କରିଛନ୍ତି ବୋଲି ଆମ ଶାସ୍ତ୍ର କହୁଛି।ଏଠାରେ ଅନେକ ମନ୍ଦିର ମାନ ମଧ୍ୟ ରହିଛି।ଅନେକ ପାହାଡ଼ ପର୍ବତ ମାନ ରହିଛି, ଯେଉଁଠାରେ କି ଦେବତା ମାନେ ତାଙ୍କର ଲୀଳା କରୁ ଥିଲେ ବୋଲି ଆମ ଇତିହାସ କହୁଛି।ଏଠାରେ ପ୍ରତ୍ୟେକ ଯୁଗରେ ଅନେକ ଦେବତା ଜନ୍ମଗ୍ରହଣ କରିଛନ୍ତି।ତେଣୁ ଏଠାରେ ଲକ୍ଷ ଲକ୍ଷ ମନ୍ଦିର ମାନ ଅଛି।

ଶାସ୍ତ୍ର ପୁରାଣରେ ମନ୍ଦିର କୁ ଏକ ପବିତ୍ର ଏବଂ ପୁଣ୍ୟ ସ୍ଥାନ ବୋଲି ବର୍ଣ୍ଣିତ କରା ଯାଇଛି।କାରଣ ମନ୍ଦିର ହେଉଛି ଦେବତା ମାନଙ୍କ ବାସ ସ୍ଥାନ।ତେଣୁ କୁହା ଯାଏ ଯେ ମନ୍ଦିର ଗଲେ ଆମର ସମସ୍ତ ପାପ କ୍ଷୟ ହୋଇ ଥାଏ।ମନ୍ଦିର ଯାଇ ଭଗବାନ ଙ୍କ ଦର୍ଶନ କଲେ ଆମର ସମସ୍ତ ବିପଦ ଦୂର ହୋଇ ଥାଏ।

ମନ୍ଦିର ରେ ପୂଜା କଲେ ଆମର ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇ ଥାଏ।ଜଣେ ବ୍ୟକ୍ତି ଯେତେ ବି ମାନସିକ ଚାପ ରେ ଥାଉ ନା କାହିଁକି ମନ୍ଦିର ଯାଇ ଭଗବାନ ଙ୍କ ଦର୍ଶନ କଲେ ଓ ମନ୍ଦିର ରେ କିଛି ସମୟ ଅତିବାହିତ କଲେ, ସେ ମାନସିକ ଶାନ୍ତି ପାଇ ଥାଏ।ଆଜି ଆମେ ଆପଣଙ୍କୁ ଏକ ଆଶ୍ଚର୍ଯ୍ୟକର ଘଟଣା ବିଷୟରେ କହିବୁ।କିନ୍ତୁ ଏହି ଘଟଣା କୁ ଭୁଲ ରେ ବି ମିଥ୍ୟା ବୋଲି ଭାବିବେ ନାହିଁ,ଏହା ଏକ ସମ୍ପୂର୍ଣ୍ଣ ସତ୍ୟ ଘଟଣା।

ମନ୍ଦିର କୁ ପୂଜା ପାଇଁ ଗଲେ ଆପଣ ପୂଜା ସାରି ଭଗବାନ ଙ୍କ ଆଶୀର୍ବାଦ ନିଅନ୍ତି ଓ ଏହା ପରେ ଆପଣଙ୍କୁ ଆଶୀର୍ବାଦ ଦିଅନ୍ତି ସେହି ମନ୍ଦିର ର ପୂଜକ ବା ବ୍ରାହ୍ମଣ।କିନ୍ତୁ କଣ ଆପଣ କେବେ ଶୁଣିଛନ୍ତି କି ମନ୍ଦିରରେ ପୂଜାରୀ ପରିବର୍ତ୍ତେ କୁକୁର ଆଶୀର୍ବାଦ ଦେଉ ଥିବାର।କଣ ଚମକି ପଡ଼ିଲେ।

କଥାଟି ଅଡ଼ୁଆ ଲାଗୁ ଥିଲେ ମଧ୍ୟ ସତ୍ୟ।କାରଣ ଏବେ ସୋସିଆଲ ମିଡ଼ିଆରେ ଏମିତି ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି ଯେଉଁ ଥିରେ ଦେଖିବା ପାଇଁ ମିଳୁଛି କି ଗୋଟିଏ ମନ୍ଦିର ର ବେଢ଼ାରେ କୁକୁର ଟିଏ ବସିଛି ଓ ଭକ୍ତ ମାନେ ମନ୍ଦିରରେ ପୂଜା ସାରି ସେହି କୁକୁର ପାଖରୁ ଆଶୀର୍ବାଦ ନେଉଛନ୍ତି।କୁକୁର ଟି ମଧ୍ୟ ବିଲକୁଲ ବ୍ରାହ୍ମଣ ମାନଙ୍କ ପରି ଭକ୍ତଙ୍କୁ ଆଶୀର୍ବାଦ ଦେଉଛି ଓ ଲୋକଙ୍କ ସହିତ ହ୍ୟାଣ୍ଡସେକ ମଧ୍ୟ କରୁଛି।

ତେବେ ମିଳି ଥିବା ସୂଚନା ଅନୁଯାୟୀ ଏହି ଭିଡ଼ିଓ ଟି ହେଉଛି ମହାରାଷ୍ଟ୍ରର ସିଦ୍ଧିଟେକ ଅଞ୍ଚଳରେ ଥିବ ସିଦ୍ଧିବାନାୟକ ମନ୍ଦିରର।ଅରୁଣ ଲିମାଡିଆ ନାମକ ଜଣେ ବ୍ୟକ୍ତି ଏହି ମନ୍ଦିରକୁ ପୂଜା ପାଇଁ ଯାଇ ଥିବା ବେଳେ ଏହି ଦୃଶ୍ୟକୁ ଦେଖିବା ପାଇଁ ପାଇ ଥିଲେ।

ପରେ ସେ ତାଙ୍କ ମୋବାଇଲ ରେ ଏହି ଦୃଶ୍ୟକୁ ଉତ୍ତୋଳନ କରି ଥିଲେ।ପରେ ଏହାକୁ ସେ ସୋସିଆଲ ମିଡ଼ିଆରେ ଅପଲୋଡ଼ କରି ଥିଲେ।ଭିଡ଼ିଓ ଟି ଅପଲୋଡ଼ ହେବାର କିଛି ସମୟ ମଧ୍ୟରେ ଏହାକୁ ୧୩ ଲକ୍ଷ ଲୋକ ଦେଖି ସାରିଲେଣି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।