ମଙ୍ଗଳବାର ଦିନ ଶୋଇବା ପୁର୍ବରୁ ହନୁମାନ ଙ୍କର ଏହି ୨ଟି ମନ୍ତ୍ର ୩ ଥର ଜପି ଦିଅନ୍ତୁ, ହନୁମାନ ଙ୍କ କୃପାରୁ ସବୁ ମନସ୍କାମନା ପୂର୍ଣ୍ଣ ହେବ…..

ଧାର୍ମିକ ଗ୍ରନ୍ଥ ପୁରାଣ ରେ ଏମିତି ଶକ୍ତି ଅଛି ଯାହା ଆମର ସମସ୍ତ ଅସୁବିଧା କୁ ଦୁର କରିଥାଏ। ଯେତେବେଳେ ଆମେ ଚିନ୍ତାରେ କିମ୍ବା ସମସ୍ୟାରେ ପଡ଼ି ଥାଉ ଏହି ଶାସ୍ତ୍ର ପୁରାଣର ଅଧ୍ୟୟନ କଲେ ସେସବୁ ଦୁର ହୋଇଥାଏ। ତେଣୁ ଶାସ୍ତ୍ରରେ ଆମର ସମସ୍ତ ସମସ୍ୟାର ସମାଧାନ ରହିଥାଏ। ଆଜି ଆମେ ଆପଣଙ୍କୁ ହନୁମାନ ଚାଳିସା ବିଷୟରେ ଏମିତି କିଛି ଉପାୟ କହିବୁ ଯାହା ଆପଣଙ୍କ ଜୀବନ କୁ ଖୁସିରେ ଭରିଦେଵ। ଏହା ସହିତ ଆପଣଙ୍କ ଜୀବନ ଶାନ୍ତିରେ କଟିବ।

ଭଗବାନ ହନୁମାନଙ୍କୁ ସମର୍ପିତ ହନୁମାନ ଚାଳିସା ବିଷୟରେ କିଏ ବା ନଜାଣେ। କିନ୍ତୁ କଣ ଆପଣ ଜାଣିଛନ୍ତି ଏହି ଚମତ୍କାର ର ରହସ୍ୟ କଣ ?

ଏକ ପୌରାଣିକ କଥା ଦ୍ୱାରା ଏହାର ରହସ୍ୟ ଆଜି ଆମେ ଆପଣଙ୍କୁ କହିବୁ। ଆପଣ ସମସ୍ତେ ହନୁମାନଜୀ ଙ୍କ ପିଲାଦିନର କଥା ନିଶ୍ଚିତ ଜାଣିଥିବେ ଏବଂ ଏହି କାହାଣୀ କୁ ହୁଏତ ପୂର୍ବରୁ ଆପଣ ଶୁଣିଥିବେ। ପିଲାଦିନେ ଯେତେବେଳେ ହନୁମାନଙ୍କୁ ଭୋକ ଲାଗିଲା ସେତେବେଳେ ସେ ସୁର୍ଯ୍ୟକୁ ଗୋଟିଏ ଫଳ ବୋଲି ଭାବିଥିଲେ ଏବଂ ତାଙ୍କ ପାଖରେ ଏମିତି ଶକ୍ତି ଥିଲା ଯାହା ଦ୍ୱାରା ସେ ଉଡ଼ି ଉଡ଼ି ସୁର୍ଯ୍ୟକୁ ଖାଇବାକୁ ଚେଷ୍ଟା କରିଥିଲେ।

କିନ୍ତୁ ସେତେବେଳେ ଦେବରାଜ ଇନ୍ଦ୍ର ସସ୍ତ୍ର ଦ୍ୱାରା ହନୁମାନ ଙ୍କୁ ପ୍ରହାର କରିଥିଲେ। ଯାହାଦ୍ୱାରା ସେ ମୂର୍ଛିତ ହୋଇଗଲେ। ହନୁମାନଙ୍କ ମୂର୍ଛିତ ହେବା ଦେଖି ତାଙ୍କ ପିତା ପବନ ଦେଵ ଅତ୍ୟନ୍ତ କ୍ରୋଧିତ ହୋଇଗଲେ। କିନ୍ତୁ ଯେତେବେଳେ ସମସ୍ତ ଦେବତା ବୁଝି ପାରିଲେ କି ହନୁମାନଜୀ ସ୍ୱୟଂ ମହାଦେବଙ୍କ ଅବତାର, ସେତେବେଳେ ସମସ୍ତ ଦେବତା ହନୁମାନ ଙ୍କୁ ନିଜର ସମସ୍ତ ଶକ୍ତି ପ୍ରଦାନ କରିଥିଲେ।

ହନୁମାନ ଚାଲିସାର ପାଠ ମଙ୍ଗଳବାର ଏବଂ ଶନିବାର ଦିନ କରିବା ଅତ୍ୟନ୍ତ ଶୁଭ ବୋଲି କୁହାଯାଏ। ହନୁମାନ ଚାଲିସାରେ ଏମିତି କିଛି ଚୌପାଇ ରହିଛି ଯାହାକୁ ଉଚ୍ଚାରଣ କରିବା ଦ୍ୱାରା ଆପଣଙ୍କର ସମସ୍ତ ଦୁଃଖ ଦୂର ହୋଇଯିବ। ଏହାର ପ୍ରଥମ ଚୌପାଇ ଟି ହେଉଛି;

” ଭୁତ ପିଶାଚ ନିକଟ ନେହିଁ ଆଵୈ
ମହାବିର ଜବ ନାମ ସୁନାବୈ”

ଏହି ଚୌପାଇ କୁ ନିରନ୍ତର ଯପ କଲେ ଯଦି ଆପଣଙ୍କ ମନରେ ଭୟ ରହିଥାଏ କିମ୍ବା ଆପଣଙ୍କ ଜୀବନରେ ଯଦି ଦୁଃଖକଷ୍ଟ ରହିଥାଏ ସବୁ ଦୁର ହୋଇଥାଏ। ଆପଣଙ୍କ ମନରୁ ସମସ୍ତ ଭୟ ଦୁର ହୋଇଥାଏ ଏବଂ ମନକୁ ସାହାସ ମିଳିଥାଏ।

ଦ୍ଵିତୀୟ ଚୌପାଇ ଟି ହେଉଛି;
” ନାସୈ ରୋଗ ହରୈ ସବ ପିରା
ଜପତ ନିରନ୍ତର ହନୁମତ ବୀରା”

ଯଦି କୌଣସି ବ୍ୟକ୍ତି ସବୁବେଳେ ରୋଗରେ ପଡ଼ି ରହୁଛନ୍ତି ଏବଂ ଅନେକ ଚିକିତ୍ସା କଲେ ମଧ୍ୟ ଆରୋଗ୍ୟ ହୋଇ ପାରୁ ନାହାଁନ୍ତି ତାହେଲେ ଏହାକୁ ପାଠ କରିବା ଉଚିତ।ଏହା ଦ୍ୱାରା ସେ ସମସ୍ତ ରୋଗରୁ ଆରୋଗ୍ୟ ଲାଭ କରନ୍ତି। ଭଗବାନ ହନୁମାନଙ୍କ ର ଏମିତି ଅନେକ ଚୌପାଇ ରହିଛି ଯାହାକୁ ନିରନ୍ତର ପାଠ କରିବା ଦ୍ୱାରା ଆମର ସମସ୍ତ ସମସ୍ୟା ଦୂର ହୋଇଥାଏ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।