ଦେଖନ୍ତୁ ଭିଡ଼ିଓ । ମନର କୋହ କୁ ମନ ଭିତରେ ରଖି ନିଜର ଦମ୍ଭ ଦେଖାଇଲେ ବେଣୁ ମଉସା, ଆଉ କହିଲେ ଏମିତି….
ଆସିଲା ବାଲେଶ୍ଵର ସଦର ଉପ ନିର୍ବାଚନ ର ଫଳାଫଳ। ବାଜି ମାରିଲେ ବିଜୁ ଜନତା ଦଳର ପ୍ରାର୍ଥୀ ସ୍ୱରୂପ କୁମାର ଦାସ।ତେବେ ବାଲେଶ୍ୱର ସଦର ଉପନିର୍ବାଚନରେ ସବୁଠୁ ଅଧିକ ଚର୍ଚ୍ଚାରେ ଥିଲେ ବେଣୁ ଧର ବାରିକ୍ ବା ବେଣୁ ମଉସା। ମାତ୍ର ଦିନ କେଇଟାରେ ସାରା ରାଜ୍ୟରେ ବେଣୁ ମଉସା ଭାବେ ସୋସିଆଲ ମିଡିଆରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟି ଏକ ପରିଚିତ ଚେହେରା ପାଲଟି ଯାଇଥିଲେ।
ଜୀବନର ପ୍ରଥମ ଥର ପାଇଁ ରାଜନୀତିକ ଯୁଦ୍ଧରେ ନିଜ ଭାଗ୍ୟ ପରୀକ୍ଷା କରି ହାରି ଯାଇଛନ୍ତି ବେଣୁ ମଉସା। ଯେଉଁ ପାଇଁ ତାଙ୍କ ମନରେ ସାମାନ୍ୟ କୋହ ରହିଛି ସତ କିନ୍ତୁ ସେ ତାକୁ ପ୍ରକାଶ କରୁ ନାହାନ୍ତି।
ଯେଉଁ ଚର୍ଚ୍ଚିତ ଚେହେରାଟି ଆସିଥିଲେ ସେ ହେଉଛନ୍ତି ବେଣୁ ଧର। ବୃତ୍ତିଗତ ପେଶାକୁ ଆଦରି ଚୁଟି କାଟି ପେଟ ପୋଶୁଥିବା ବେଣୁଧର ୮୦ ବର୍ଷ ବୟସରେ ରାଜନୀତିରେ ପାଦ ଥାପି ସଭିଙ୍କୁ ଚକିତ କରିଦେଇଥିଲେ। କେହି ଚିହ୍ନି ନଥିବା ବେଣୁଧର ସୋଶାଲ ମିଡିଆରେ ଛାଇ ହୋଇଗଲେ।
୩ଟି ରାଜନୈତିକ ଦଳର ଜୋରଦାର ଲଢେଇ ଭିତରେ ସ୍ୱାଧୀନ ପ୍ରାର୍ଥୀ ଭାବେ ମଇଦାନରେ ଅବତୀର୍ଣ୍ଣ ହୋଇଥିବା ବେଣୁଧର ବାରିକ ହଠାତ୍ ଏକ ଚର୍ଚ୍ଚିତ ଚେହେରା ପାଲଟି ଯାଇଥିଲେ।ଯାହାଙ୍କ ସମ୍ବଳ କିଛି ନଥିଲା କହିଲେ ଚଳେ। ତେବେ କୌଣସି ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ନଥିବା ବେଣୁଧର ପ୍ରଥମେ ସାଇକେଲରେ ପ୍ରଚାର କରିଥିଲେ।
ଧୀରେ ଧୀରେ ଲୋକପ୍ରିୟତା ବଢ଼ିବା ପରେ ବେଣୁଧରଙ୍କ ପ୍ରତି ବଢ଼ିଥିଲା ସହଯୋଗ ଆଉ ସାହାଯ୍ୟର ସୁଅ। ପ୍ରଚାର ପାଇଁ ଆଗେଇ ଆସିଲେ ସେଲିବ୍ରେଟି ଓ ଯାତ୍ରା କଳାକାର। ବେଣୁଙ୍କ ପ୍ରଚାର ମଙ୍ଗ ଧରିଥିଲେ ଯାତ୍ରା ଅଭିନେତ୍ରୀ ରାନୀ ପଣ୍ଡା, ରାଣୀ ପ୍ରିୟଦର୍ଶନୀ, ଦାମୋଦର ପଣ୍ଡା ଏବଂ ଅନେକ ସମାଜସେବୀ ମାନେ।
ଆଉ ରାତାରାତି ଷ୍ଟାର ପାଲଟି ଯାଇଥିବା ବେଣୁଧରଙ୍କ ପାଖରେ ଲାଗିଥିଲା ଦାମୀ କାର। ପ୍ରଥମେ ପାଦରେ ଚାଲି ଚାଲି ପ୍ରଚାର କରୁଥିବା ବେଣୁ ମଉସା ପରେ ଖୋଲା ଜିପରେ ପ୍ରଚାର କଲେ ଏହା ପରେ ମଉସା ରଥ ଆଉ ତାପରେ ହୋଣ୍ଡା ସିଟିରେ ବୁଲି ବୁଲି ପ୍ରଚାର କରୁଥିବାର ଦେଖିବାକୁ ମିଳିଲା।
ଶେଷରେ ଅଭିନେତ୍ରୀ ରାଣୀ ପ୍ରିୟଦର୍ଶିନୀ ଙ୍କ ସହିତ ସେ ମର୍ଷିଡିଜ୍ ରେ ମଧ୍ୟ ପ୍ରଚାର କରିଥିଲେ।ତାଙ୍କର ଆଶା ଥିଲା ଲୋକେ ତାଙ୍କୁ ଆଶିର୍ବାଦ କରିବେ। କିନ୍ତୁ ବହୁଚର୍ଚ୍ଚିତ ସ୍ୱାଧୀନ ପ୍ରାର୍ଥୀ ବେଣୁଧର ବାରିକ ନିଜର ଅମାନତ ହରାଇଛନ୍ତି । ସେ ମାତ୍ର ୧୨୫୫ଟି ଭୋଟ୍ ପାଇଛନ୍ତି ଯାହା ସେ କେବେ ଭାବି ନଥିଲେ।
ଏହାପରେ ସେ ପ୍ରତିକ୍ରିୟା ଦେଇଛନ୍ତି ଲୋକେ ଛିଡ଼ା କରିଥିଲେ ଲୋକେ ଭୋଟ ଦେଲେନାହିଁ। ଏଥିରେ ମୋର ଦୁଃଖ କରିବାର କଣ ଅଛି।କିନ୍ତୁ ପରାଜିତ ହୋଇଥିବା ବେଣୁ ମଉସାଙ୍କ ଦମ୍ଭ ଭାଙ୍ଗିଯାଇ ନାହିଁ ।ତେବେ ନିର୍ବାଚନରେ ବେଣୁଧର ହାରିଯିବା ଗୁରୁତ୍ୱପୂର୍ଣ୍ଣ ନୁହେଁ ବରଂ ପରିଣତ ବୟସରେ ଲଢ଼େଇ ପାଇଁ ସାହାସ ଜୁଟାଇବା ଖୁବ ମହତ୍ୱପୂର୍ଣ୍ଣ ଏବଂ ସ୍ବାଗତଯୋଗ୍ୟ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।