ଓଁକାର କ୍ଷେତ୍ର ଭାବେ ପରିଚିତ ଯାଜପୁର ଜିଲ୍ଲାର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳ ଓଳାଶୂଳି ପାହାଡ ! ଏଠାରେ ଭକ୍ତଙ୍କର ସବୁ ଇଚ୍ଛା ପୁରଣ ହୁଏ ! ମନରେ ଭକ୍ତିଥିଲେ କହିଦିଅନ୍ତୁ ଜୟ ମା ” ଅଳାଶୂଳି….

ଓଁକାର କ୍ଷେତ୍ର ଭାବେ ପରିଚିତ ଯାଜପୁର ଜିଲ୍ଲାର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳ ଓଳାଶୂଳି ପାହାଡ । ଆଉ ଏହିଠାରେ ହିଁ ଆରମ୍ଭ ହୋଇଛି ଅଳାଶୂଳି ମେଳା । ସନ୍ଥ ଅରକ୍ଷିତ ଦାଶଙ୍କ ମହାପ୍ରୟାଣ ତିଥିରେ ଶହ ଶହ ବର୍ଷ ଧରି ଏହି ମେଳା ଆୟୋଜିତ ହୋଇ ଆସୁଛି । ପ୍ରତି ବର୍ଷ ମାଘ କୃଷ୍ଣ ଏକାଦଶୀ ଠାରୁ 9 ଦିନ ବ୍ୟାପି ପାଳନ କରାଯାଇଥାଏ ଏହି ମେଳା । ଏଥିରେ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁତ ଶ୍ରଦ୍ଧାଳୁ ଏକାଠି ହୋଇ ମାନସିକ କରି ପୋଡ ପିଠା ଭୋଗ ଲଗେଇ ଥାନ୍ତି । ତେବେ ଆପଣଙ୍କ ସୂଚନା ପାଇଁ କହି ରଖୁଛୁ କି ଏବଂ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଏଠାରେ ଶୁଖୁଆ ଭୋଗ ଲାଗିବାର ପରମ୍ପରା ମଧ୍ୟ ରହିଛି , ଯାହା ସମସ୍ତ ଙ୍କୁ ବହୁ ଆଶ୍ଚର୍ଯ୍ୟ ଚକିତ କରିଛି ।

ସନ୍ଥ ଅରକ୍ଷିତଙ୍କ ଆଶିର୍ବାଦ ସହ ଶ୍ରୀକ୍ଷେତ୍ର ଦର୍ଶନର ପୂର୍ଣ୍ଣ୍ୟ ଫଳ ମିଳିଥାଏ ବୋଲି ଭକ୍ତଙ୍କ ବିଶ୍ବାସ ରହିଛି । ତେବେ ଚଳିତ ବର୍ଷ କୋରନା କଟକଣା ମଧ୍ୟରେ ଏହି ମେଳା କୁ ପାଳନ କରାଯାଉଛି । କେବଳ ଦର୍ଶନ ସହ ଭୋଗ କରିବାକୁ ଶ୍ରଦ୍ଧାଳୁ ମାନଙ୍କୁ ଅନୁମତି ମିଳିଛି ।

ମେଳା ପାଇଁ ଚଳଚଞ୍ଚଳ ହୋଇଛି ଓଳାଶୂଳି ପାହାଡ । ପରମ୍ପରା ଅନୁସାରେ ସନ୍ଥ ଅରକ୍ଷିତ ଦାଶଙ୍କ ସମାଧି ମନ୍ଦିରରୁ ଆଜ୍ଞାମାଳା ଯାଏ ଗ୍ରାମଦେବତୀଙ୍କ ନିକଟରେ ପୂଜାର୍ଚ୍ଚନା କରାଯାଏ । ଆଉ ଏହା ପରେ ବେଡା ପରିକ୍ରମା ହୋଇଥାଏ, ମେଳା ସମୟରେ ଶ୍ରଦ୍ଧଳୁଙ୍କ ସମାଗମକୁ ଦୃଷ୍ଟରେ ରଖି ବିଭିନ୍ନ ଦୋକାନ ବଜାର ମଧ୍ୟ ଲାଗିଥାଏ ।

ମେଳା ବୁଲିବା ସହିତ ଲୋକ ମାନେ କିଣା ବିକା କରିଥାନ୍ତି । ଏଥର କିନ୍ତୁ କରୋନା କଟକଣା ପାଇଁ ଏସବୁ ବନ୍ଦ କରା ଯାଇଛି । ତେବେ ଏହା ହେଉଛି 184 ତମ ମହାପୁରୁଷ ଅରକ୍ଷିତ ଦାଶ ଙ୍କ ମହାପ୍ରୟାଣ ମହା ସମାଧି ବ୍ରହ୍ମଣିନ ଦିବସ ।ମହାପୁରୁଷ ତାଙ୍କ ଆତ୍ମ ଜୀବନି ବୃତାନ୍ତରେ ଉଲ୍ଲେଖ କରିଛନ୍ତି ଦେଖିଲେ ମକର ମାସ କୃଷ୍ଣପକ୍ଷ ତିଥି ଏକା କାର ରହି ସବୁ ଶୋଭାଏ ଏକାଦଶୀ, ଧୂନିକୁ ଜାଗିଣ ତହିଁ ରହିଲି ନିଶ୍ଚିନ୍ତ ଅରକ୍ଷ ରକ୍ଷ ହେବାରୁ ନାମ ଅରକ୍ଷିତ ।

ଅର୍ଥାତ ମାଘ ମାସ କୃଷ୍ଣ ପକ୍ଷ ଏକାଦଶୀ ତିଥିରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ଅଙ୍ଗ ରେ ବିଲିନ ହେବା ପାଇଂ ସେ ଇଚ୍ଛା ପ୍ରକଟ କରିଥିଲେ ଏବଂ ମଗହାପ୍ରଭୁ ବି ତାଙ୍କର ଇଚ୍ଛାକୁ ସମ୍ମାନ ଦେଇ ସେହି ଦିନରେ ହିଁ ସେ ମହାପ୍ରଭୁ ଙ୍କ ଶ୍ରୀଅଙ୍ଗରେ ବିଲିନ୍ ହୋଇଥିଲେ ।


ତେଣୁ ସେହି ସମୟରେ ସେ ମହାପ୍ରଭୁ ଙ୍କୁ ପ୍ରାର୍ଥନା କରିଥିଲେ ଦିନେ ତୋ କ୍ଷେତ୍ରରେ ମୋ କ୍ଷେତ୍ର ହେଉ । କହିଲେ ତୁମୋ ଯେଉଁ ଦିନ ମୋ ଶ୍ରୀଅଙ୍ଗରେ ବିଲିନ ହେବ ସେହି ଦିନରେ ମୁଁ ଓଳାଶୂଳିରେ ପ୍ରବେଶ କରିବି,ଆଉ ଓଳାଶୂଳି ହେବ ଶ୍ରୀକ୍ଷେତ୍ର । ତେବେ ମେଳା କୁ ଶୃଙ୍ଖଳିତ ଭାବେ ପରିଚାଳନ କରିବା ପାଇଁ ପୋଲିସ୍ ପ୍ରଶାସନ ପକ୍ଷ ରୁ ମଧ୍ୟ ସମସ୍ତ ବନ୍ଦୋବସ୍ତ କରା ଯାଇଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।