ମାଳିକାର ଆଶ୍ଚର୍ଯ୍ୟକର ଭବିଷ୍ୟ ବାଣୀ ! ଏଇ ବର ଓହଳ ଛୁଇଁବ ଗାଦି ଶେଷ ହେବ କଳି ଯୁଗ, ନେମାଳ – ପଦ୍ମବନ ପୀଠ ର ରହସ୍ୟ….

ଅନେକ ଦେବା ଦେବୀଙ୍କ ଜନ୍ମ ପୀଠ ହେଉଛି ପବିତ୍ର ଭାରତ ବର୍ଷ। ଯାହା ଶାସ୍ତ୍ର ରେ ପ୍ରମାଣ ମଧ୍ୟ ରହିଛି।ଏଠାରେ ଅନେକ ମନ୍ଦିର ମାନ ମଧ୍ୟ ରହିଛି।ସେହି ପରି ଏକ ମନ୍ଦିର ବିଷୟରେ ଆଜି ଆମେ ଆପଣଙ୍କୁ କହିବୁ,ଯାହା କଟକ ଜିଲ୍ଲାର ନିଶ୍ଚିତକୋଇଲି ବ୍ଲକ ଅନ୍ତର୍ଗତ ନେମାଳା ଗ୍ରାମରେ ଅବସ୍ଥିତ।ଏହି ମନ୍ଦିର ଟିର ନାମ ହେଉଛି ନେମାଳା ପୀଠ।

ଏହାକୁ ନେମାଳା-ପଦ୍ମବନ ପୀଠ ମଧ୍ୟ କୁହାଯାଏ।ଯାହାକି ଏକ ପ୍ରାଚୀନ ମନ୍ଦିର ମଧ୍ୟ।ଏହି ପୀଠ ସମ୍ପର୍କରେ ମହାପୁରୁଷ ଅଚ୍ୟୁତାନନ୍ଦ କହିଛନ୍ତି, “ଯେଉଁ ଜଗନ୍ନାଥ ମୁରତି ନିଳାଚଳ ରେ ସ୍ଥିତ,ସେହି ଜଗନ୍ନାଥ ମୁରତି ପଦ୍ମବନେ ଉଦିତ।”

ଅର୍ଥାତ ଯେଉଁ ଜଗନ୍ନାଥ ମୂର୍ତ୍ତି ଶ୍ରୀକ୍ଷେତ୍ର ରେ ଅଛି,ନୀଳାଚଳ ରେ ଅଛି,ସେହି ଜଗନ୍ନାଥ ମୂର୍ତ୍ତି ପୂର୍ଣ୍ଣ ରୂପରେ ନିମାଳା ରେ ଅଛି।ଏଠାରେ ଥିବା ବଟ ବୃକ୍ଷ ତଳେ ପଦ୍ମଯୋନି ବ୍ରହ୍ମା ୧୦୦ ବର୍ଷ ତପସ୍ୟା କରି ଥିଲେ।ତେଣୁ ଏହି ମଠ ବିଷୟରେ ଓ ଏହି ବଟ ବୃକ୍ଷ ବିଷୟରେ ମାଳିକାରେ ଏହା ମଧ୍ୟ ବର୍ଣ୍ଣିତ ହୋଇଛି ଯେ, “ପଦ୍ମବନ ଧାମ ଅଟଇ ବୈକୁଣ୍ଠ ସମାନ,ଯୁଗ ଯୁଗାନ୍ତରୁ ରହିଛି କାଳେ ନୁହଁଇ ଭିନ୍ନ,ବଟ ମୂଳେ ବିଜେ କରିଛି ପ୍ରଭୁ ଜଗତ ନାଥ,ମସ୍ତକୁ ବାରି ଅଛଇ ତଠୁ ପରେ ଅନନ୍ତ।”

ମହାପୁରୁଷ କହୁଛନ୍ତି ଏହି ପୀଠ ଟି ବୈକୁଣ୍ଠପୁର ସହିତ ସମାନ।ଏହି ବଟ ବୃକ୍ଷ ମୂଳରେ ସ୍ୱୟଂ ଜଗନ୍ନାଥ ନିଜେ ଅଛନ୍ତି।ଏହା ସହିତ ଏଠାରେ ଗୁପ୍ତ ଭାବେ ଶେଷ ନାଗ ଅନନ୍ତ ମଧ୍ୟ ରହିଛନ୍ତି।ତେଣୁ ମହା ପୁରୁଷ ପୁଣି ପ୍ରମାଣ ଦେଲେ,”ସପତ ଫଣି କୁ ଅନାଇ, ଚିତ ଚମକି ଗଲା,ଚଉଦ ନୟନେ ଚାହିଁଛି ,ଗୁପ୍ତ ରାହସ ଲୀଳା।”

ଅର୍ଥାତ ଶେଷ ନାଗ ଅନନ୍ତ ତାଙ୍କ ୭ ଟି ଫଣାରେ ୧୪ ଟି ଆଖିରେ ଗୁପ୍ତ ଭାବେ ଏଠାରେ ଥିବା ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରୁଛନ୍ତି।କଳିଯୁଗ ର ଅନ୍ତ କେଵ ହେବ ତାହା ମଧ୍ୟ ଏହି ବଟ ବୃକ୍ଷ ସୂଚନା ଦେବ।ତେଣୁ ମହାପୁରୁଷ ରାସ ଖଣ୍ଡ ମାଳିକାରେ ଲେଖିଲେ,”ବର ଡାଳ ଶିରେ ଲାଗିବା,ଲୀଳା ଚହଟି ଯିବ,କଳି ଶେଷ ଗୁରୁବାର ରେ ,ମୋର ବଚନ ଧ୍ରୁବ।”

ଅର୍ଥାତ ଯେଉଁ ଦିନ ଏହି ବଟର ଡାଳ, ଏଠାରେ ଥିବା ମହାପୁରୁଷ ଅଚ୍ୟୁତାନନ୍ଦ ଙ୍କ ସମାଧିରେ ଲାଗିବ,ସେହି ଦିନ ଠାରୁ କଳିଯୁଗ ର ପତନ ଆରମ୍ଭ ହେବ।ଆପଣମାନେ ହୁଏତ ଜାଣି ନଥିବେ କି ମହା ପୁରୁଷ ଅଚ୍ୟୁତାନନ୍ଦ ଏହି ବଟ ବୃକ୍ଷ ମୂଳେ ବାସ କରୁ ଥିଲେ।ତେଣୁ ଏହି ବର ଗଛର ଡାଳ ମହାପୁରୁଷ ଙ୍କ ଗାଦି କୁ ଲାଗିବାର ଅର୍ଥ କଳିଯୁଗର ଅନ୍ତ।ଶେଷ ନାଗ ଅନନ୍ତ ସେହିଦିନ ଠାରୁ ଏହି ମଠକୁ ତ୍ୟାଗ କରିବେ।

ଏହା ସହିତ ଏଠାରେ ପଦ୍ମଯୋନି ବ୍ରହ୍ମା ୧୦୦ ବର୍ଷ ପର୍ଯ୍ୟନ୍ତ ତପସ୍ୟା କରିଥିଲେ।ତେବେ ବୃନ୍ଦାବନ ରେ ଥିବା ପଦ୍ମବନ ରୁ ମୁନୀ ୠଷି ମାନେ ଆସି ଏଠାରେ ତପସ୍ୟା କରି ଥିଲେ ,ତେଣୁ ଏହି ପୀଠକୁ ପଦ୍ମବନ ବୋଲି ମଧ୍ୟ କୁହାଯାଏ। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।