ମାଳିକା ର ବଡ ଭବିଷ୍ୟବାଣୀ ! ମିଳିଗଲେ ଭାରତର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ । ” ଅ ” ରେ ପଡିବ ନାମ, ଜାଣନ୍ତୁ କିଏ ହେବ ପ୍ରଧାନମନ୍ତ୍ରୀ……

ସୁନ୍ଦର ଭାବରେ ମହାପୁରୁଷ ଅନେକ ଗ୍ରନ୍ଥ ରଚନା କରି ମହତ କଥା ଆମ ମାନଙ୍କୁ ଶୁଣାଇଛନ୍ତି।ତା ମଧ୍ୟରୁ ଗୋଟିଏ କଥା ରେ ସେ କହିଛନ୍ତି କଳି କାଳ ଠାରୁ ବଳି କାଳ ପର୍ଯ୍ୟନ୍ତ ସେ ହକ କଥା କେବଳ କୁହନ୍ତି। ତାଙ୍କର ପ୍ରତିଟି କଥାରେ ରହିଛି ସମାଜ କୁ ଦିଗଦର୍ଶନ ଦେବାର ପ୍ରୟାସ ଏବଂ ନୂତନ ଧାରାରେ ପରିଚାଳିତ କରିବାର ପ୍ରେରଣା। ଅନେକ ବର୍ଷ ତଳେ ମହାପୁରୁଷ ମାନଙ୍କର ଲେଖା ଏବେ ସତ ହେବାକୁ ଲାଗୁଛି।

ଯେଉଁ କାରଣରୁ ସମସ୍ତେ ମହାପୁରୁଷ ମାନଙ୍କର ଏହି ବାଣୀ କୁ ଆଲୋଚନା କରିବାରେ ଲାଗିଛନ୍ତି ଏବଂ ଜାଣିବାକୁ ବ୍ୟଗ୍ର ମଧ୍ୟ ଅଛନ୍ତି ଯେ ଆଗକୁ ସବୁ କଣ ଘଟିବା ପାଇଁ ଯାଉଛି।

ମହାପୁରୁଷ ଅଚ୍ୟୁତ ତାଙ୍କ ଗ୍ରନ୍ଥ ରେ ଭାରତ ରେ ଆଗକୁ କିଏ ପ୍ରଧାନମନ୍ତ୍ରୀ ଆସିବେ ତାହାକୁ ଇଙ୍ଗିତରେ ସୂଚାଇ ଦେଇଛନ୍ତି।ସେ କହିଛନ୍ତି କେତେକ ଙ୍କୁ ଏକଥା ଭଲ ଲାଗି ନପାରେ କିନ୍ତୁ ଏହା ସତ। ତେରୁଆ ଲୋକେ ଏକଥା କୁ ଏ କାନରେ ପୁରାଇ ସେ କାନରେ ବାହାର କରିଦେବେ। କିନ୍ତୁ ଯେଉଁମାନେ ବିଶ୍ୱାସୀ ଲୋକ ସେମାନେ ଏହାକୁ ଗ୍ରହଣ କରିବେ ।

ସେମାନେ ହେଉଛନ୍ତି ପ୍ରକୃତରେ ଭକ୍ତ ଯାହା ଜଗନ୍ନାଥ ଦାସ କହୁଛନ୍ତି। ଏହାକୁ ନେଇ ଭୀମଭୋଇ ପୁଣି କହିଲେ ହେ ଭକ୍ତ ସମାଜ, ହେ ସାଧୁ ସମାଜ,ହେ ବୈଷ୍ଣବ ସମାଜ ଆଉ ଭୟଭୀତ ହୁଅନାହିଁ।ଏହି କୁଶାସନ ଦେଶରୁ ଦୂର ହୋଇଯିବ। କୁସାଶକ ଦୂର ହେବେ।

ଦେଶକୁ ସୁଶାସକ ଆସିବେ ଏବଂ ଦେଶରେ ସୁଶାସନ ଚାଲିବ। ଏହାକୁ ମହାପୁରୁଷ ଅଚ୍ୟୁତ ତାଙ୍କ ଗ୍ରନ୍ଥରେ ଇଙ୍ଗିତ କରିଛନ୍ତି।୨୦୨୪ ରେ ଦେଶରେ ଯେଉଁ ନିର୍ବାଚନ ହେବ ସେଥିରେ ନେତାମାନେ ଅଧିକ ମାତ୍ରାରେ ଦଳ ବଦଳ କରିବେ।ଆଜି ଏଦଳ କାଲି ଅନ୍ୟ ଦଳ, ଏହିଭଳି ଭାବରେ ଚାଲିବ। ରାଜନୈତିକ ସ୍ଥିରତା ରହିବ ନାହିଁ।

ଏହି କାରଣରୁ ଅନେକ ରାଜ୍ୟରେ ରାଷ୍ଟ୍ରପତି ଶାସନ ମଧ୍ୟ ହେବାର ସମ୍ଭାବନା ରହିଛି।ତେବେ ମହାପୁରୁଷ ଭାରତ କଥା କହି ନାହାନ୍ତି ପୁରା ବିଶ୍ଵ କଥା କହିଛନ୍ତି। ଯେଉଁ ସ୍ଥାନରେ ପୁରୁଷ ପୁରୁଷ ଧରି ବଂଶଦ୍ଭବ ମାନଙ୍କର ରାଜୁତି ଚାଲିଛି ସେସବୁ ଲୋପ ପାଇବ।

ଲୋକେ ଦୁର୍ନୀତି ରୁ ରକ୍ଷା ପାଇବେ।ଭାରତରେ ଦିଲ୍ଲୀ ସିଂହାସନରେ ଏମିତି ଜଣେ ବ୍ୟକ୍ତି ରାଜୁତି କରିବ ଯାହାର ନାମ ଅ’ ଅକ୍ଷରରୁ ଆରମ୍ଭ ହୋଇଥିବ, ଯିଏ ଭାରତକୁ ସୁଶାସନ ପ୍ରଦାନ କରିବ ଏବଂ ଏକ ଉତ୍ତମ ମାର୍ଗରେ ଭାରତକୁ ପରିଚାଳନା କରିବ।ତେବେ ମାଳିକା ର ଏହି ବାଣୀ ଲୋକମାନଙ୍କୁ ଭୟଭୀତ କରିବା ପାଇଁ ନୁହଁ ବରଂ ସେମାନଙ୍କ ମନରେ ଆଶାର ସଂଚାର କରିବା ପାଇଁ।ଏକ ନୂତନ ଦିଗଦର୍ଶନ ସହିତ ଏହି ଅନ୍ଧାରରୁ ଆଲୋକ ଆଡ଼କୁ ନେଇଯିବା ପାଇଁ।

ଯାହା ଆଗାମୀ ଭବିଷ୍ୟତରେ ପ୍ରତିଫଳିତ ହେବ। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।