ମାଳିକାର ବଡ ଭବିଷ୍ୟବାଣୀ ! ରାମାୟଣ ର ଶବରୀ ଜନ୍ମ ନେବେ ଏହି ନଦୀ କୂଳରେ…..

ମାଳିକା ରେ ଅନେକ ଜିନିଷ ଏମିତି ବର୍ଣ୍ଣିତ ହୋଇଛି ଯାହା ବର୍ତ୍ତମାନ ଏବଂ ଆଗାମୀ ଭବିଷ୍ୟତ ମାନଙ୍କରେ ସତ ଘଟିବା ପାଇଁ ଯାଉଛି ଏବଂ ଘଟୁଛି ମଧ୍ୟ। ମାଳିକା ରେ ବର୍ଣ୍ଣିତ ରହିଛି ଏବଂ ଅନ୍ୟ ବିଷୟ ବସ୍ତୁ ମଧ୍ୟ ଯାହା ମାଳିକା ରେ ରହିଛି ତାହା କାହାକୁ ଭୟଭୀତ କରିବା ପାଇଁ ନୁହେଁ। ମାଳିକା କୁ ଅନେକ ଗବେଷଣା କରନ୍ତି ନାହିଁ।ଏହାର ସତ୍ୟା ସତ୍ୟ ଏବଂ ଗୁରୁତ୍ଵ କୁ ଅନେକ ଉପଲବ୍ଧି କରିବାକୁ ଚାହାନ୍ତି ନାହିଁ।

କିନ୍ତୁ ମାଳିକା ସବୁ ସତ୍ୟ ଘଟଣା ଉପରେ ଏକ ଭବିଷ୍ୟବାଣୀ ସ୍ୱରୂପ କରିଥାଏ।ଏହା ସମସ୍ତଙ୍କୁ ଚେତେଇବା ପାଇଁ ଉଦ୍ଦିଷ୍ଟ। ସମସ୍ତଙ୍କୁ ସଚେତନ କରିବା ସହିତ ଏହା ଲୋକଙ୍କୁ ଏକ ଉଚିତ୍ ମାର୍ଗ ବା ଦିସା ଦେଖାଇ ଥାଏ।

ସେହିପରି ଆପଣ ମାନେ ତ ଦେବୀ ନଦୀ ବିଷୟରେ ଶୁଣିଥିବେ ଯାହା ମାଳିକା ରେ ବର୍ଣ୍ଣିତ ରହିଛି। ଦେବୀ ନଦୀ କୁ ରତ୍ନ ଗର୍ଭ ନଦୀ ବୋଲି ମଧ୍ୟ କୁହାଯାଏ।ସ୍ଵର୍ଗରୁ ଦେବ କନ୍ୟା ମାନେ ଆସି ଏହି ନଦୀରେ ସ୍ନାନ କରନ୍ତି ଏବଂ ଏହା ଭିତରେ ଏମିତି କିଛି କଥା ଅଛି ଯାହା ଆପଣ ଜାଣି ନଥିବେ। ଦେବୀ ନଦୀ ନାମକରଣ ହେବାର ଆହୁରି ମଧ୍ୟ କାରଣ ଅଛି ଯେ ଦେବକୀ ବସୁଦେବ ମଧ୍ୟ ଏହି ନଦୀରେ ପାର ହୋଇଥିଲେ। ଯେତେବେଳେ ଦେବକୀ ଦେବୀ ବ୍ରତ କରିବା ପାଇଁ ଓଡ଼ିଶା ଆସିଥିଲେ, ଜଗନ୍ନାଥ ମହାପ୍ରଭୁ ଙ୍କୁ ଦର୍ଶନ କରିଥିଲେ କାହିଁକି ନା କୃଷ୍ଣ ମଧ୍ୟ ଓଡ଼ିଶା ଆସିଥିଲେ।

କାରଣ ଜଣେ ଦିଲେଶ୍ୱର ମହାଦେବ ଅଛନ୍ତି, ସେତେବେଳେ ଯେଉଁ ଗାତ ବା ବିଳ ଭିତରୁ ଅସୁର ମାନେ ବାହାରୁଥିଲେ।ଆଉ ସେହି ଗାତ ଗୁଡ଼ିକୁ ବନ୍ଦ କରିଥିଲେ ଶ୍ରୀକୃଷ୍ଣ। କୃଷ୍ଣ, ବସୁଦେବ, ଦେବକୀ ମଧ୍ୟ ଏହି ନଦୀରେ ସ୍ନାନ କରିଥିଲେ ଓ ପାର ହୋଇଥିଲେ। ତେବେ ଏହି ଦେବୀ ନଦୀର ମାହାତ୍ମ୍ୟ ଅକଥନୀୟ ଓ ଅବର୍ଣ୍ଣନୀୟ।ଏହି ଦେବୀ ନଦୀ କୂଳରେ ମହାଦେବ ଅଛନ୍ତି ବୋଲି ମହାପୁରୁଷ ଲେଖିଛନ୍ତି।

ମହାପୁରୁଷ କଲମ କରିଛନ୍ତି ଯେ ଦେବୀ ନଦୀ କୂଳରେ ଜଣେ ମାତାଶ୍ରି ଥିବେ ଜଣେ ସିଦ୍ଧ ସନ୍ୟାସିନି ଥିବେ।ସେ ସନ୍ୟାସିନି ହେଉଛନ୍ତି କିଏ ,ନା ଯିଏ ଶବରୀ ସିଏ ମଧ୍ୟ ଜନ୍ମ ଗ୍ରହଣ କରିଥିବେ ଦେବୀ ନଦୀ କୂଳରେ।ସେ ମଧ୍ୟ ସେଠାରେ ସାଧନା କରିଥିବେ। ପଞ୍ଚସଖା ମାନେ ମିଳନ ହେବେ। ଯଜ୍ଞ ସାଧନା ହେବ।

ଏହି ଦେବୀ ନଦୀକୁ ଆପଣମାନେ ଦର୍ଶନ କରନ୍ତୁ। ଏହାକୁ ରତ୍ନଗର୍ଭ ନଦୀ କୁହାଯାଏ କାରଣ ଏଠାରେ ତପସ୍ୟା କରିଥିଲେ ଆମର ଗର୍ଗ ଋଷିି, ଏବଂ ତପସ୍ୟା ସମୟରେ ନଦୀ ପାଖରେ ଥିବା ଘାଟରେ ସେ ଯେତେବେଳେ ମନ୍ତ୍ର କରି ଫୁଲ ପକାଇ ଦିଅନ୍ତି, ସେହିଫୁଲ ରତ୍ନ ହୋଇ ଚାଲିଆସେ। ଯିଏ ଯେମିତି ରତ୍ନ ଚାହାନ୍ତି ତାହା ସେମିତି ହୋଇଯାଏ।ଏହା ହେଉଛି ଦେବୀ ନଦୀର ବିଶେଷତ୍ଵ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।