ମାଳିକା ବଡ ଭବିଷ୍ୟବାଣୀ ! ଜାଣନ୍ତୁ କେଉଁ ବର୍ଷ କଳିଯୁଗର ଅବକ୍ଷୟ ଘଟିବ, ଆସିବା ନୂଆ ଅଧ୍ୟାୟ । ମାଳିକାରେ ମିଳିଲା ପ୍ରମାଣ…

ଆଜି ଆମେ ମହାପୁରୁଷ ଅଚ୍ୟୁତାନନ୍ଦ ଙ୍କ ମାଳିକା ବର୍ଣ୍ଣନା ରୁ ସୁନ୍ଦର ଉକ୍ତିଟିଏ ବିଷୟରେ ଆଲୋଚନା କରିବା।ଏହା ସାଧାରଣତଃ ମନରେ ପ୍ରଶ୍ନ ଉଠେ ଯେ, ସତ୍ୟ ଯୁଗରେ ପ୍ରଭୁ ନୃସିଂହ ରୂପରେ ଆସିଲେ ଆଉ ହିରନ୍ୟ କଶ୍ୟପ କୁ ମାରିଲେ। ପ୍ରହ୍ଲାଦ ର କଥାକୁ ପ୍ରମାଣ କରି ଦେଖାଇଲେ। ସେହିପରି କଂସକୁ ମାରି ତାକୁ ଉଦ୍ଧାର କଲେ ଶ୍ରୀକୃଷ୍ଣ। ରାବଣ କୁ ବଦ୍ଧ କଲେ ପ୍ରଭୁ ଶ୍ରୀ ରାମଚନ୍ଦ୍ର।ତେବେ କଳି ଯୁଗରେ କଣ ଘଟିବ।

ଏଠାରେ କଣ କେବଳ ବାତ୍ୟା ହେବ, ପବନ ହେବ, ଘଡ଼ଘଡ଼ି ହେବ, ଭୂମିକମ୍ପ ହେବ, ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି ଶାସନ ଜାରି ରହିବ, ମହାମାରୀ ଆସିବ। କଳିଯୁଗ ଆମକୁ କେତେ ଦୁଃଖ ଦେଲାଣି। ଆମର କେତେ ପରୀକ୍ଷା ନେଲାନି।ଏହି ବିଷୟରେ କଣ ମହାପୁରୁଷ ଲେଖିଛନ୍ତି ନା ଆଉ କିଛି ଘଟିବାକୁ ଯାଉଛି।

କହିବାକୁ ଗଲେ ଆମକୁ କବଳିତ କରି ରଖିଚି କଳି। କଳୀ ଆମକୁ କେତେ ଦୁଃଖ ନ ଦେଲାଣି। କରନା ଭୂତାଣୁ ତ ଆସିଲା ପୁଣି ପ୍ରତିଷେଧକ ରେ ଚାଲିଯିବ କିନ୍ତୁ କଳି ଆମକୁ ବହୁତ୍ କହଦହ କରି ସାରିଲାଣି। କଳି ଆମ ମନକୁ କବଳିତ କରି ରଖିଛି।ଆମେ ମଣିଷ ସବୁ ଜିନିଷ ପ୍ରତି, କାର୍ଯ୍ୟ ପ୍ରତି ନିଷ୍ପତ୍ତି ନେବା ପରେ ମଧ୍ୟ ଆମ ଭିତରେ କଳି ପଶି ଯାଉଛି।ଉଦାହରଣ ସ୍ୱରୂପ ଆମେ ଭାବୁଛୁ ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କୁ ଦର୍ଶନ ନକରିବା ଯାଏଁ, ତାଙ୍କର ନିର୍ମାଲ୍ୟ ଗ୍ରହଣ ନ କରିବା କିଛି ଖାଇବୁନି କି କିଛି କାର୍ଯ୍ୟ କରିବୁନି କିନ୍ତୁ ହଠାତ୍ ଆମ ମନ ପରିବର୍ତ୍ତନ ହୋଇ ଯାଉଛି। ତେବେ କଳି କେବେ ସରିବ, କଳିକୁ ପ୍ରଭୁ କେଉଁ ବର୍ଷରେ ନିପାତ କରିବେ।

ଆମକୁ ଆଉ ସେ ଦୁଃଖ, ଅଶାନ୍ତି ଭୟଭୀତ କରି ପାରିବ ନାହିଁ। ଆମକୁ ଆଉ ହନ୍ତସନ୍ତ କରି ପାରିବ ନାହିଁ କଳି। ମହାପୁରୁଷ ଏ ବିଷୟରେ ସୁନ୍ଦର୍ ଭାବରେ ମାଳିକା ରେ ବର୍ଣ୍ଣନା କରିଛନ୍ତି। କେଉଁ ସମୟରୁ ପ୍ରଭୁ କଳିକୁ ବିନାଶ କରିବେ ଏବଂ କଳିଯୁଗ ର ଅବକ୍ଷୟ ହୋଇଯିବ। ଘରୁ ଘରୁ, ଆମ ସମସ୍ତଙ୍କ ମନରୁ କଳି ଦୂର ହେବ। ସବୁ ସମ୍ପର୍କରେ ତିକ୍ତତା ଦେଖାଦେବ ନାହିଁ ।

ବାପା ପୁଅର ସେବା ଭଲପାଇବା ଫେରି ଆସିବ, ଶାଶୁ ବୋହୂର ସ୍ନେହ ଶ୍ରଦ୍ଧା ଫେରି ଆସିବ।ସବୁଆଡେ ଶାନ୍ତି ପ୍ରତିଷ୍ଠା ହେବ। ଭାରତ ଏକ ବିଶ୍ଵଗୁରୁ ର ଆଖ୍ୟା ପାଇବ। ଭାରତରେ ସାଧୁ ସନ୍ଥ ମାନେ ବନ୍ଦିତ ହେବେ। ଭାରତ ହେଉଛି ଆର୍ଯ୍ୟଭୂମି, ଋଷିି ଭୂମି ଯେଉଁଠି ଭଗବାନ ବାରମ୍ବାର, ବାରମ୍ବାର ଜନ୍ମ ଗ୍ରହଣ କରିଛନ୍ତି।

ତେବେ ମହାପୁରୁଷ ଅଚ୍ୟୁତାନନ୍ଦ କଳିଯୁଗ ର ଅବକ୍ଷୟ ନେଇ ଯେଉଁ ପଦଟି ଲେଖିଛନ୍ତି ସେହି ଅନୁସାରେ ତାର ଅର୍ଥ ଆପଣଙ୍କୁ କହୁଛୁ ଯେ ୨୦୩୨ ବେଳକୁ କଳିର ବିନାଶ ଘଟିବ ଏବଂ ଶାନ୍ତିର ବିରାଜ ମାନ ଘଟିବ।୨୦୨୪ ରୁ ୨୦୨୬ ଭିତରେ କଲିର ପ୍ରଭାବ କମିଯିବ। କିନ୍ତୁ ୨୦୩୨ ରେ କଳି ଘରୁ ଘରୁ ସଂପୂର୍ଣ୍ଣ ବିଦାୟ ନେବ। ଆମ ହୃଦୟରୁ ପ୍ରାଣ ରୁ ଏହା ଦୂର ହେବ।

କିନ୍ତୁ ଏହି ସମୟରେ ସାଧୁ, ସନ୍ଥ ଏବଂ ନୈତିକତା ଯୁକ୍ତ ଲୋକେ ଯେଉଁମାନେ ଅନ୍ୟାୟ ଅନୀତି ରେ ଲିପ୍ତ ନାହାନ୍ତି ସେମାନଙ୍କୁ ଛାଡି ଅନ୍ୟ ମାନେ ବିଲୀନ ହେବେ।