ମାଳିକାର ବଡ ଭବିଷ୍ୟବାଣୀ । ଆଉ କେଉଁଠି ନୁହେଁ ରାଜଧାନୀ ରେ ଶୁଭିବ ଭୈରବୀ ଡାକ, ଜାଣନ୍ତୁ କେବେ ଘଟିବ…

ଆପଣମାନେ ମହାପୁରୁଷ ମାନଙ୍କ ଦ୍ଵାରା ବର୍ଣ୍ଣିତ ମାଳିକା କୁ ଶୁଣିବାକୁ ଜାଣିବାକୁ ଶ୍ରଦ୍ଧା, ଭକ୍ତି ଏବଂ ଆଗ୍ରହ ରଖି ଥିବାରୁ ଆମେ ମାଳିକା ସହିତ ଜଡ଼ିତ କିଛି ତଥ୍ୟ ଆପଣଙ୍କୁ ଅବଗତ କରାଉଛୁ। ଆପଣ ମାନେ ଜାଣି ରଖନ୍ତୁ ମାଳିକା ର ବର୍ଣ୍ଣନା ବା ବାଣୀ କାହାକୁ ଭୟଭୀତ କରିବା ପାଇଁ ନୁହେଁ ବରଂ ଏହା ଆମକୁ ସତର୍କ ସଚେତନ କରିବା ପାଇଁ।

ଏହାର ସତ୍ୟା ସତ୍ୟ ଏବଂ ଗୁରୁତ୍ଵ କୁ ଉପଲବ୍ଧି କଲେ ଆପଣ ମାନେ ଜାଣି ପାରିବେ ଯ ମାଳିକା ସବୁ ସତ୍ୟ ଘଟଣା ଉପରେ ଏକ ଭବିଷ୍ୟବାଣୀ ସ୍ୱରୂପ କରିଥାଏ।ଯାହା ସମସ୍ତଙ୍କୁ ଚେତେଇବା ପାଇଁ ଏବଂ ସମସ୍ତଙ୍କୁ ସଚେତନ କରିବା ସହିତ ଏକ ଉଚିତ୍ ମାର୍ଗ ଦର୍ଶନ କରାଇବା ପାଇଁ।

ପଞ୍ଚସଖା ମାଳିକା ରେ ଭୈରବୀ ବିଷୟରେ ବର୍ଣ୍ଣିତ ରହିଛି। ଭୈରବୀ ଡାକ ଦେବା ବିଷୟରେ ପଞ୍ଚସଖା ଙ୍କ ବ୍ୟତୀତ ଅନ୍ୟ ମହା ପୁରୁଷ ମାନେ ମଧ୍ୟ ବର୍ଣ୍ଣନା କରିଛନ୍ତି। କିନ୍ତୁ ଭୈରବୀ କେଉଁଠାରେ ଡାକ ଦେବ ଏହାକୁ ନେଇ କୌଣସି ନିର୍ଦ୍ଦିଷ୍ଟ ସ୍ଥାନ ଯଦି କହିବା ତାହା ହେଉଛି ଭୁବନେଶ୍ୱର। ଯାହାଙ୍କୁ ଆପଣ ଭୈରବୀ ବୋଲି କହୁଛନ୍ତି ସେ ହେଉଛନ୍ତି ଭୁବନେଶ୍ୱର ଙ୍କ ଘରଣୀ ଭୈରବୀ ମାଆ ଭୁବନେଶ୍ଵରୀ ଭୈରବୀ।

ଆପଣ ଦେଖିବେ ଭୁବନେଶ୍ୱର ଠାରେ ରହିଛି ୬୪ ଯୋଗିନୀ ମନ୍ଦିର।ଆଉ ସେହି ଯୋଗିନୀ ମନ୍ଦିରରେ ଭୈରବୀ ଡାକ ଦେବେ ଏବଂ ଓଡ଼ିଶାରେ ଚହଳ ପଡ଼ିବ। କଲିକତା ରେ ମାଆ କାଳୀ ମଧ୍ୟ ଡାକ ଦେବେ।ଏ ସମୟକୁ ନେଇ ଏକ ଭୈରବୀ ଡାକ ଦେବ। ତେଣୁ ସମୁଦ୍ର ମାଡ଼ି ଆସିବ, ମା ଶାରଳା ଙ୍କ ପାଦକୁ ଛୁଇଁବ। ଶାରଳା ସିଂହବାହିନୀ ଛାଡ଼ି ପଳାଇ ଆସିବେ।ଆଉ ସେତେବେଳେ ଭୈରବୀ ଡାକୁଥିବା।

ସମ୍ବଲପୁର ରେ ମାଆ ସମଲାଇ ଭକ୍ତଙ୍କୁ କୋଳ କରିବେ। ବିରଜା, ମଙ୍ଗଳା, ଶାରଳା, ବିମଳା ଏ ସମସ୍ତ ଦେବୀ ଏକତ୍ରିତ ହେବେ ଏବଂ ତାଙ୍କର ଭକ୍ତଙ୍କୁ ଉଦ୍ଧାର କରିବେ ରକ୍ଷା କରିବେ। ତେଣୁ ଭୈରବୀ ଡାକ ନିଶ୍ଚିତ ଦିନେ ହେବ। ଆଉ ଏହି ଭୈରବୀ ଡାକ ଶୁଣି ବିରଜା ତାଙ୍କ କ୍ଷେତ୍ର ଛାଡ଼ିବେ, ଶାରଳା ଛାଡ଼ିବେ, ବିମଳା ଛାଡ଼ିବେ।ଏହି ଯେଉଁ ଉକ୍ତି ମାଆ ସମଲାଇ ସମ୍ବଲପୁର ରୁ ଜାଗ୍ରତ ହେବେ ଏବଂ ସମସ୍ତ ଦ୍ୱାଦଶ ଦେବୀ ଭୈରବୀ ଡାକରେ ଯିବେ।

ତେବେ ଭୈରବୀ ଆଉ କେହି ନୁହେଁ ସେ ହେଉଛନ୍ତି ମା ଦୁର୍ଗା ଦେବୀ।ସେ ଏକ ବିରାଟ ରଡ଼ି କରିବେ। ଯେମିତି ମହିଷାସୁର କୁ ମାରିବା ବେଳେ ମାଆ ବିଶାଳ ରଡ଼ି ଦେଇଥିଲେ। ରାବଣ କୁ ମାରିବା ପାଇଁ ମାଆ ସୀତା ନିଜେ ଭୈରବୀ ସାଜିଥିଲେ। ରାବଣ ଙ୍କୁ ମାରିବା ପାଇଁ ରାମ ଭୈରବୀ ପୂଜା କରିଥିଲେ। ମହାଭାରତ ଯୁଦ୍ଧ ରେ ବି ଶ୍ରୀକୃଷ୍ଣ ମାଆ ଭୈରବୀ, ଦେବୀ ଦୁର୍ଗାଙ୍କୁ ସ୍ମରଣ କରିଥିଲେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।