ମାଳିକା ର ବଡ ଭବିଷ୍ୟବାଣୀ ! ମିଳିଲା ଜଗନ୍ନାଥ ଙ୍କର ଗୁପ୍ତ ଦାରୁ ର ସନ୍ଧାନ, ଜାଣନ୍ତୁ କେଉଁଠି ?
ଓଡ଼ିଶାର ସମସ୍ତ ଦର୍ଶକ ବନ୍ଧୁ ମାନଙ୍କୁ ପୁଣି ଥରେ ମାଳିକା ସମ୍ବନ୍ଧୀୟ କିଛି ତଥ୍ୟ ଦେବାକୁ ଯାଉଛୁ।ତେବେ ଏହି ମାଳିକା କୁ ମାଳିକା ପୁରୁଷ ଅଚ୍ୟୁତାନନ୍ଦ ଲେଖିଛନ୍ତି ଏବଂ ସେ କହୁଛନ୍ତି ଯେ ଶ୍ରୀକୃଷ୍ଣ ଙ୍କ ମହିମା ଓ କରୁଣା କାରଣରୁ ଯାହା ମୁଁ ଲେଖିଛି ବା ବର୍ଣ୍ଣନା କରି ପାରିଛି। ମାଳିକା କୁ ରୁ ଆମେ ଆଗତ ଭବିଷ୍ୟତ ବିଷୟରେ ଜାଣିବା।
କାରଣ ଏହାକୁ କେହି କହି ପାରନ୍ତି ନାହିଁ। ତେବେ ମାଳିକା କୁ ଆମେ କିପରି ବୁଝିବା, କିପରି ଜାଣିବା କିପରି ହୃଦୟଙ୍ଗମ କରିବା ଏହାକୁ ନେଇ ମାଳିକା ରେ ମଧ୍ୟ କିଛି ତଥ୍ୟ ବା କଥା ବର୍ଣ୍ଣିତ ରହିଛି। ଯାହାକୁ ନେଇ ମାଳିକା ରେ ମହାପୁରୁଷ ବର୍ଣ୍ଣନା କରିଛନ୍ତି।
ତେବେ ମାଳିକା ପାଠ ର ଗୁରୁତ୍ଵ କୁ ତସମସ୍ତେ ହୃଦୟଙ୍ଗମ କରି ପାରିବେ ନାହିଁ ଏବଂ ଏହାକୁ ନେଇ ମହାପୁରୁଷ କହିଛନ୍ତି ଯେ କେବଳ କୋଟିଏ ରୁ ଜଣେ ହିଁ ଏହାକୁ ବୁଝିବାକୁ, ରସକୁ ଭେଦିବାକୁ ସକ୍ଷମ ହେବେ। ଜ୍ଞାନୀ ଗୁଣୀ ମାନେ ହିଁ ଭଗବାନ ଙ୍କ ଅଶେଷ ଲୀଳା କୁ ବୁଝିବାକୁ ସକ୍ଷମ ହେବେ। କାରଣ ତାଙ୍କର ଲୀଳା ଏବଂ ମହିମା ଅପାର ଅଟେ। ଯେଉଁ ଲୀଳା ର କୌଣସି ସୀମା ନାହିଁ।
ସମସ୍ତେ ତାଙ୍କ ଅଧୀନରେ ଏବଂ ତାଙ୍କର ଚରଣରେ ରହିଛନ୍ତି।ସେ ସମସ୍ତଙ୍କୁ ତାଙ୍କ ଲୀଳା ରେ ବାନ୍ଧି ରଖିଛନ୍ତି। ମହା ପ୍ରଭୁ ଶ୍ରୀ ଜଗନ୍ନାଥ ଦାରୁ ଶରୀରରେ ମଧ୍ୟ ଲୀଳା କରିଛନ୍ତି। ଭଗବାନ ରାମ ମଧ୍ୟ ନର ଶରୀରରେ ୧୪ ବର୍ଷ ବନବାସ ରେ ଦିନ କଟାଇଥିଲେ।ଭଗବାନ ଶ୍ରୀକୃଷ୍ଣ ଜନ୍ମ ହେଲେ ବନ୍ଦୀ ଘରେ। ରାତି ଅଧରେ ଯାଇ ପହଞ୍ଚିଲେ ଗୋପପୁର ରେ।
କୃଷ୍ଣ ଭଗବାନ ଙ୍କ ଜୀବନରେ ଯେମିତି ସଫଳ ହୋଇଥିଲେ ଜନ୍ମ ପରେ, କାରଣ ତାଙ୍କ ଜନ୍ମ ପରେ ଗୋପୂଜା କୁ ଗୁରୁତ୍ଵ ଦିଆ ଯାଇଥିଲା ସେହିପରି ଆପଣ ବି ପିଲାର ଏକୋଇଶିଆ ଦିନ ଯେତେବେଳେ ସତ୍ୟ ନାରାୟଣ ପୂଜା କରୁଛନ୍ତି,ପିଲାର ନାମକରଣ କରୁଛନ୍ତି ତା ପୂର୍ବରୁ ନିଶ୍ଚିତ ଗୋ ପୂଜା କରନ୍ତୁ। ଫଳରେ ଆପଣଙ୍କ ପିଲା ଅନେକ ସଫଳତା ପାଇବ। ପ୍ରଭୁ ଜଗନ୍ନାଥ ମଧ୍ୟ ଦାରୁ ଶରୀରରେ ଥାଇ ଅନେକ କଷ୍ଟ ସହିଛନ୍ତି।କେତେବେଳେ ମନ୍ଦିରକୁ ରକ୍ତବାହୁ ଆକ୍ରମଣ କରିଛି, କେତେବେଳେ ମନ୍ଦିରକୁ କଳା ପାହାଡ଼ ଆକ୍ରମଣ କରିଛି।
କେତେ ବିପତ୍ତି ପ୍ରଭୁଙ୍କୁ ନ ପଡିଚି। କେତେବେଳେ ସୋନପୁର ରେ ପ୍ରଭୁ ପାତାଳୀ ହୋଇଛନ୍ତି। କେତେବେଳେ ଆଠଗଡ଼ ରେ ମହା ପ୍ରଭୁ ଯାଇ ରହିଛନ୍ତି। ମହାପ୍ରଭୁ ନାନା ପ୍ରକାର ଲୀଳା କରିଛନ୍ତି। ଭକ୍ତଙ୍କ ଡାକରାରେ ପ୍ରଭୁ ଆସନ୍ତି।୧୨ ବର୍ଷରେ ପ୍ରଭୁଙ୍କ ନୂତନ ବ୍ରହ୍ମ ଦାରୁ ଆସନ୍ତି। ତା ଦେହରେ ବ୍ରହ୍ମ ସ୍ଥାପନ କରାଯାଏ। ନେମାଳ ନିକଟରେ ନିମ୍ବବନ ରହିଛି।ସେଠାରେ ମହାପ୍ରଭୁ ଙ୍କ ଦାରୁମୂର୍ତ୍ତି ଗୁପ୍ତରେ ଅଛନ୍ତି।ସେଠାରେ ଶିବ ମଧ୍ୟ ରହିଛନ୍ତି।
ଏମିତି ଏକ ସମୟ ଆସିବ ସେହି ସ୍ଥାନରୁ ଦାରୁ ବିଗ୍ରହ ଆସିବେ ବୋଲ ମାଳିକା ରେ ବର୍ଣ୍ଣିତ। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।