ମାଳିକାର ଅଦ୍ଭୁତ ଭବିଷ୍ୟବାଣୀ ! ଖୋଲିଲା ମାଦଳା ପାଞ୍ଜିର ଗୁପ୍ତ ରହସ୍ୟ, ଜାଣନ୍ତୁ କଣ ରହିଛି ସେହି ଆଶ୍ଚର୍ଯ୍ୟକର ତଥ୍ୟ….

ମାଦଳା ପାଞ୍ଜି ଏକ ପ୍ରାକ୍ ସାରଳା କାଳୀନ ରଚନା ଅଟେ। ଏହାର ସମୟ ସୀମା ପ୍ରାୟତଃ ୧୦୦୦ବର୍ଷ।ଏହାକୁ ପୀଢ଼ି ପରେ ପୀଢ଼ି ସାଇତି ରଖିବା ପାଇଁ ବାରମ୍ବାର ଟିପା ଯାଇଥାଏ।କାରଣ ତାଳ ପାତ୍ର ରେ ଲେଖା ଯାଉଥିବାରୁ ଏହା ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନ ରେ ନଷ୍ଟ ହୋଇଯିବାର ସମ୍ଭାବନା ଥାଏ ତେଣୁ ଏହାକୁ ବାରମ୍ବାର ଲେଖିବା ପାଇଁ ପଡ଼ିଥାଏ।

ମାଦଳା ପାଞ୍ଜିରେ ଜଗନ୍ନାଥ ମନ୍ଦିରର ରୀତିନୀତି,ସେବା ପୂଜା ବିଧି,ଉତ୍କଳ ଗଜପତି ମହାରାଜା ମାନଙ୍କର ରାଜ୍ୟ ଶାସନ ବିବରଣି ଏବଂ ସମକାଳୀନ ରାଜନୈତିକ ଚିତ୍ର ଇତ୍ୟାଦି ସମୃଦ୍ଧ।

ତେଣୁ ବିଷୟ ବସ୍ତୁ ଦୃଷ୍ଟିରୁ ଏହାକୁ ତିନି ଭାଗରେ ବିଭକ୍ତ କରା ଯାଇଛି।୧. ରାଜା ମାନଙ୍କର ରାଜ ଭୋଗ ବିବରଣୀ,୨.ଜଗନ୍ନାଥ ମନ୍ଦିର ନିର୍ମାଣର ଇତିହାସ,ଏହାର ସେବା ପୂଜା ବିଧି ଓ ସେବକ ମାନଙ୍କର କର୍ତ୍ତବ୍ୟ ଏବଂ ୩. ମନ୍ଦିରକୁ କେନ୍ଦ୍ର କରି ଘଟିଥିବା କେତେକ ସାଧାରଣ ଘଟଣାର ବିବରଣୀ ଓ ଏଗୁଡ଼ିକ ସହିତ ସଂପୃକ୍ତ ଆୟବ୍ୟୟ ବିବରଣୀ।

ମାଦଳା ପାଞ୍ଜି କରଣ ମାନଙ୍କ ଦ୍ଵାରା ରଚିତ। କରଣ ଏକ ରାଜା ଦତ୍ତ ଉପାଧି। ଏହି କରଣ ପାଞ୍ଚ ପ୍ରକାର। କୋଠ କରଣ, ବୈଠି କରଣ,ଚଢ଼ାଉ କରଣ,ଦେଉଳ କରଣ,ପାଞ୍ଜିଆ କରଣ। କୋଠ କରଣ ମାନେ ଲିଖିତ ହେବା ନିମିତ୍ତ ବିବରଣୀ ରାଜ ପ୍ରାସାଦ ରୁ ସଂଗ୍ରହ କରନ୍ତି।ବୈଠି କରଣ ସେଥିରୁ ଲେଖିବାକୁ ଥିବା ଗୁରୁତ୍ୱପୁର୍ଣ୍ଣ ବିବରଣୀ ନିର୍ବାଚନ କରନ୍ତି।

ଚଢ଼ାଉ କରଣ ସେଗୁଡିକ ବିଭାଗୀକରଣ କରି ବିଭିନ୍ନ ବିଭାଗରେ ଲିପିବଦ୍ଧ କରନ୍ତି।ଦେଉଳ କରଣ ଏଗୁଡ଼ିକ ପ୍ରତିଦିନ ପାଠ କରନ୍ତି। ପାଞ୍ଜୀଆ କରଣ ଏହାର ସଂରକ୍ଷଣ କରି ଏହାର ଅଧିକ ନକଲ ପ୍ରସ୍ତୁତ କରି ଏହାକୁ ସାଇତି ରଖୁଥିଲେ। ମାଦଳା ପାଞ୍ଜି ପାଞ୍ଚ ଭାଗରେ ବିଭକ୍ତ।

୧. ରାଜ ଖଞ୍ଜା:- ଏଥିରେ ରାଜା ମାନଙ୍କ ବିଶେଷ ଘଟଣାବଳୀ ଲିପିବଦ୍ଧ ହୋଇ ପ୍ରତ୍ୟେକ ବର୍ଷ ପୌଷ ପୂର୍ଣ୍ଣମୀ ରେ ପାଠ କରାଯିବା ସହ ଚଢ଼ାଉ କରଣ ଙ୍କ ପାଖେ ରହୁଥିଲା।

୨. ଦେଶ ଖଞ୍ଜା:- ଏଥିରେ ଦାନ ଦକ୍ଷିଣା ଓ ସ୍ଥାବର ଅସ୍ଥାବର ସମ୍ପତ୍ତି ତଥା ଜଗନ୍ନାଥ ମନ୍ଦିରର ଲୁଣ୍ଠିତ ସମ୍ପତ୍ତି ସମ୍ପର୍କରେ ତାଲିକା ରହିାବ ସହ ଏହା କୋଠ କରଣଙ୍କ ପାଖେ ରହୁଥିଲା।

୩.କର୍ମଙ୍ଗି:- ଜଗନ୍ନାଥ ମନ୍ଦିରର ରୀତିନୀତ ଓ ପର୍ବପର୍ବାଣୀ ସମ୍ପର୍କରେ ଲେଖାଯିବା ସହ ଏହା ପ୍ରତିଦିନ ପାଠ ହେଉଥିଲା।

୪. ଦିନପାଞ୍ଜି:- ଏହାର ରଚନା ପ୍ରତିବର୍ଷ ବିଷୁବ ସଂକ୍ରାନ୍ତିରେ ଆରମ୍ଭ ହେଇଥିଲା।

୫.ଚକଡା଼:- ଏଥିରେ ମଦଳକରଣ ସହ ସେମାନଙ୍କ ବଂଶଧର ମାନେ ମଧ୍ୟ ଏହି ପାଞ୍ଜି ଶ୍ରୀମନ୍ଦିର ଠାରେ ରଚନା କରୁଥିଲେ।ମାଦଳା ଶବ୍ଦ ମାଦଳା ଶବ୍ଦରୁ ଆସିଛି।ଏହାର ଅର୍ଥ ସିଲ୍ ବା ବନ୍ଦ। ଜଗନ୍ନାଥଙ୍କ ନିତିକାନ୍ତି ପରେ ମନ୍ଦିର ବନ୍ଦ କରାଯାଉଥିବାରୁ ଏପରି ନାମକରଣ ହୋଇଛି। ପାଞ୍ଜୀଟି ବନ୍ଧାହୋଇ ରହିବାରୁ ତାର ନାମ ମାଦଳା ପାଞ୍ଜି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।