ଦେଖନ୍ତୁ ଭିଡ଼ିଓ ! ମାଳିକା ର ଜଣେ ଚେତୁଆ ଭକ୍ତଙ୍କ ମୁହଁରେ ମାଳିକା ର ଅନର୍ଗଳ ବାଣୀ । ଭାଇରାଲ୍ ହେବାରେ ଲାଗିଛି ଏହି ଭିଡିଓ…
ବାସ୍ତବ କ୍ଷେତ୍ରରେ କହିବାକୁ ଗଲେ ମାଳିକା ର ବାଣୀ ସବୁବେଳେ ଲୋକଙ୍କୁ ସଚେତନ କରାଇବା ପାଇଁ ହୋଇଥାଏ। ମାଳିକା ରେ ଯାହା ବର୍ଣ୍ଣନା ହୋଇଚି ତାହା ବର୍ତ୍ତମାନ ଏବଂ ଆଗାମୀ ଭବିଷ୍ୟତ ମାନଙ୍କରେ ସତ ଘଟିବା ପାଇଁ ଯାଉଛି ଏବଂ ଘଟୁଛି ମଧ୍ୟ। ମାଳିକା ରେ ଯାହା ବର୍ଣ୍ଣିତ ରହିଛି ଏବଂ ଅନ୍ୟ ବିଷୟ ବସ୍ତୁ ମଧ୍ୟ ଯାହା ମାଳିକା ରେ ରହିଛି ତାହା କେବେ କାହାକୁ ଭୟଭୀତ କରିବା ପାଇଁ ନୁହେଁ। ମାଳିକା କୁ ଅନେକ ଜଣ ଗବେଷଣା କରନ୍ତି ନାହିଁ।ଏହାର ସତ୍ୟା ସତ୍ୟ ଏବଂ ଗୁରୁତ୍ଵ କୁ ଅନେକ ଉପଲବ୍ଧି ମଧ୍ୟ କରିବାକୁ ଚାହାନ୍ତି ନାହିଁ।
କିନ୍ତୁ ମାଳିକା ସବୁ ସତ୍ୟ ଘଟଣା ଉପରେ ଏକ ଭବିଷ୍ୟବାଣୀ ସ୍ୱରୂପ କରିଥାଏ।ଏହା ସମସ୍ତଙ୍କୁ ଚେତେଇବା ପାଇଁ ଉଦ୍ଦିଷ୍ଟ। ସମସ୍ତଙ୍କୁ ସଚେତନ କରିବା ସହିତ ଏହା ଲୋକଙ୍କୁ ଏକ ଉଚିତ୍ ମାର୍ଗ ବା ଦିସା ଦେଖାଇ ଥାଏ।
ତେଣୁ ଏହାକୁ କେବଳ ସେହିମାନେ ହିଁ ଭେଦ କରି ପାରିବେ ଯେଉଁମାନେ ମାଳିକା ର ରହସ୍ୟ ଏବଂ ଅର୍ଥ ବିଷୟରେ ଜାଣିଛନ୍ତି। ସମସ୍ତେ ଏହାକୁ ଭେଦ କରି ପାରିବେ ନାହିଁ। ସେଥିପାଇଁ କୁହାଯାଏ ଯେ ଜଣେ ଚେତୁଆ ଭକ୍ତ ହିଁ ଏହାକୁ ବୁଝି ପାରିବ। ସେହିପରି ମାଳିକା କୁ ମାନୁଥିବା ଜଣେ ଭକ୍ତ ବେଣୁଧର ଜେନା କିପରି ଭାବରେ ମହାପୁରୁଷ ଅଚ୍ୟୁତାନନ୍ଦ ଙ୍କ ମାଳିକା କୁ ଅନର୍ଗଳ ଭାବରେ ମୁହଁରେ ବୋଲୁଛନ୍ତି ଥରେ ଦେଖନ୍ତୁ।
ଏହା ଏବେ ଅଧିକ ମାତ୍ରାରେ ଭାଇରାଲ୍ ହେବାରେ ଲାଗିଛି।କାରଣ ମାଳିକା ର ବର୍ଣ୍ଣନା ଏବଂ ଚେତାବନୀ ସମସ୍ତଙ୍କୁ ବୁଝିବା ଭଳି ହୋଇ ନଥାଏ।ପ୍ରକୃତରେ ବିପଦ ଆସିବା ପୂର୍ବରୁ ଆମକୁ ସଚେତନ ପୂର୍ବକ ମହାପ୍ରଭୁ ଙ୍କ ଚରଣରେ ଆଶ୍ରିତ ହେବାକୁ ପଡିବ। ଫଳରେ ଯେତେ ବିପଦ ଆସିଲେ ବି ଭକ୍ତ ଭଗବାନ ଙ୍କ ଦର୍ଶନ ପାଇବ, ଏକଥା ମଧ୍ୟ ମହାପୁରୁଷ ଲେଖିଛନ୍ତି। ତେଣୁ ଏକଥା ଯଦିଓ ବର୍ଣ୍ଣନା କରା ଯାଇଚି। ଏହାକୁ ଶୁଣି ଆପଣ ଙ୍କ ର ଡରିବାର ନାହିଁ ବରଂ ସଚେତନ ହେବାର ଅଛି, ସତର୍କ ରହିବାର ଅଛି।ଆଉ ସଚେତନ ହେବା ପାଇଁ ଆପଣଙ୍କୁ ନିଜକୁ ପରିବର୍ତ୍ତନ ହେବାକୁ ପଡିବ।
ଭଗବାନଙ୍କ ନାମକୁ ଜପ କରିବାକୁ ପଡ଼ିବ ଏବଂ ତାଙ୍କର ଆରାଧନା କରିବାକୁ ପଡ଼ିବ। ତେବେ ଯାଇ ଆପଣ ଏଥିରୁ ମୁକ୍ତି ପାଇବେ ଏବଂ ନିଜକୁ ସାହସ ଦେଇ ପାରିବେ ଏବଂ ନିଜ ଭିତରେ ଆତ୍ମ ବିଶ୍ୱାସ କୁ ବୃଦ୍ଧି କରି ପାରିବେ।ତେଣୁ ଭୟରେ ହେଉ କିମ୍ବା ଭକ୍ତିରେ ହେଉ ପ୍ରଭୁକଥା କୁ ଭଜନ କରି ଚାଲନ୍ତୁ।
ଏପରି କଲେ ଆମେ ଭଗବାନ ଙ୍କ ପ୍ରିୟ ହୋଇ ପାରିବା। ଜୀବନ ଯୁଦ୍ଧରେ ନିଜକୁ ପ୍ରସ୍ତୁତ ରଖି ଆଗାମୀ ଦିନରେ ଆମେ ନିଜକୁ ଶକ୍ତିଶାଳୀ କରି ପାରିବା। ତେବେ ଆପଣ ମାନେ କେବେବି ମାଳିକା ବିଚାର ଶୁଣି ଆଦୌ ଭୟଭୀତ ହୁଅନ୍ତୁ ନାହିଁ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।