ମାଳିକା ର ବଡ଼ ଭବିଷ୍ୟବାଣୀ ! ବୈତରଣୀ ନଦୀରେ ଛୁଟିବ ରକ୍ତ ସୁଅ, ମାଳିକା ଦେଲା ନୂଆ ଚେଲେଞ୍ଜ । କଣ ସତରେ….

ପୁଣି ଥରେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ କିଛି ମାଳିକା ବିଚାର।ବାବା ଶାରଦା ପ୍ରସାଦ ଙ୍କ ଦ୍ଵାରା ଆମେ କିଛି ସୁନ୍ଦର୍ ଉପସ୍ଥାପନା ବିଷୟରେ ଅବଗତ ହେବା। ମାଳିକା ରେ ବର୍ଣ୍ଣିତ କିଛି ଉପାଦେୟ ତଥ୍ୟ ବିଷୟରେ ସେ ଉପସ୍ଥାପନା କରିଛନ୍ତି। କଳି ଯୁଗର ଅନ୍ତିମ ଲୀଳା ଖେଳା କଣ ହେବ, ଦେବା ଦେବୀ ମାନଙ୍କର ଅବସ୍ଥିତି ଏବଂ ସେମାନଙ୍କର ସ୍ଥାପନା କେଉଁଠି ହେବ ଏବଂ ମଣିଷ ମାନଙ୍କ ର ସେହି ସମୟର ସାମାଜିକ ସ୍ଥିତି ଏବଂ ସେମାନଙ୍କ ଉପରେ କେଉଁ ସବୁ ପ୍ରଭାବ ପଡ଼ିବ ସେସବୁ ମାଳିକା ରେ ସ୍ପଷ୍ଟ ଭାବରେ ବର୍ଣ୍ଣନା କରା ଯାଇଛି ମାଳିକା ରେ।

ଯାହା ଅନେକ ବର୍ଷ ପୂର୍ବେ ମହାପୁରୁଷ ମାନଙ୍କ ଦ୍ଵାରା ବର୍ଣ୍ଣନା କରା ଯାଇଛି। ମାଳିକା ପୁରୁଷ ଅଚ୍ୟୁତାନନ୍ଦ ସ୍ପଷ୍ଟ ଭାବରେ କଲମ କରି ଯାଇଛନ୍ତି ଯେ ମଣିଷ କିଭଳି ଭାବରେ ପାରିପାର୍ଶ୍ବିକ ସ୍ଥିତି ଦେଇ ଗତି କରିବ ଏବଂ ସେ ସମୟରେ ମଣିଷ ଉପରେ କଣ ସବୁ ପ୍ରଭାବ ପଡ଼ିବ।

ମଣିଷ ତାର ଅନ୍ୟାୟ ଅନିତିର ଚରମ ସୀମାରେ ପହଞ୍ଚି ଯିବ। ପରସ୍ପର ଭିତରେ ସୈାହାର୍ଦ୍ୟ ପୂର୍ଣ୍ଣ ସମ୍ପର୍କ ଓ ଉତ୍ତମ ବୁଝାମଣା ରହିବ ନାହିଁ। ସମସ୍ତେ ଅନ୍ୟାୟ ଅନୀତି ରେ ବୁଡି ରହିବେ। ସମ୍ପର୍କ ର ମୂଲ୍ୟବୋଧ କିଛି ରହିବ ନାହିଁ। ବଡ଼ ସାନ ଗୁରୁଜନ ଙ୍କ ଭିତରେ କୌଣସି ସାମଞ୍ଜସ୍ୟ ଦେଖା ଦେବ ନାହିଁ। ମଣିଷ ଅଭଦ୍ର ବ୍ୟବହାର ପ୍ରଦର୍ଶନ କରିବ।

ଯାହାକୁ ନେଇ ମାଳିକା ପୁରୁଷ ଅଚ୍ୟୁତାନନ୍ଦ କହି ଯାଇଛନ୍ତି ଯେ କଳି ଯୁଗ ଶେଷ ହେବାର ପ୍ରମାଣ ମଣିଷ ମାନଙ୍କର କ୍ରିୟା କଲାପ ରୁ ସ୍ପଷ୍ଟ ଭାବରେ ଜଣା ପଡ଼ିଯିବ। ମଣିଷର ଅମାନୁଷିକ କାର୍ଯ୍ୟ କଲାପରେ ଅତିଷ୍ଟ୍ ହୋଇ ଦେବା ଦେବୀ ଧରା ପୃଷ୍ଟ ରୁ ବିଦାୟ ନେବେ। ମଣିଷ ମାନଙ୍କର ପାରିପାର୍ଶ୍ବିକ ସ୍ଥିତି କିଛି ଭଲ ରହିବ ନାହିଁ।

ଓଡ଼ିଶାରେ ୩୦୦୦ ଭକ୍ତ ରହିଛନ୍ତି ବୋଲି ଅଚ୍ୟୁତାନନ୍ଦ କହୁଛନ୍ତି। ଉଚିତ୍ ଭକ୍ତ ମାନେ ଭଗବାନ ଙ୍କୁ ନିନ୍ଦା କରିବେ ନାହିଁ, ତାଙ୍କୁ ଦୁଷ୍ଟ ପ୍ରବୃତ୍ତି ର ଲୋକେ ହିଁ ସମାଲୋଚନା କରିବେ ଓ ନିନ୍ଦିତ କରିବାକୁ ଚେଷ୍ଟା କରିବେ। କିନ୍ତୁ ଭକ୍ତ ମାନଙ୍କର କୌଣସି ବି କ୍ଷତି ଘଟିବ ନାହିଁ।ଏହାଛଡା ଆଗତ ଭବିଷ୍ୟତ ରେ ଜିଲ୍ଲା ଯାଜପୁର ରେ ମାଆ ବିରଜା ଠାକୁରାଣୀ ରଡ଼ି ଦେବେ ଏବଂ ଏହି ରଡ଼ି ରେ ମାଆ ଙ୍କ ର ଶୁଭ ସ୍ତମ୍ଭ ଫାଟିଯିବ ଏବଂ ଏଥିରୁ ରୁଧିର ଝରିବା ଆରମ୍ଭ ହେବ ଯାହା ଅତି ଭୟାନକ ହେବ।

ଏହି ରୁଧିର ବନ୍ଦ ହେବ ସତ୍ୟ ଯୁଗ ଆରମ୍ଭ ରେ ଯେତେବେଳେ କ୍ଷୀର ଶ୍ରବିବ।ତେବେ ଯେଉଁ ରୁଧିର ଝରିବ ସେହି ରକ୍ତ ବୈତରଣୀ ନଦୀରେ ବୋହିବ, ଅଧୁଆଣି ଧାର ହେବ। ବୈତରଣୀ ନଦୀ ଜଳମଗ୍ନ ହେବ।ସେହି ସମୟରେ ତିନି ବାହିନୀ ଯଥା ଜଳ, ସ୍ଥଳ, ଅାକାଶ ଏହି ତିନି ବାହିନୀ ର ଯୁଦ୍ଧ ହେବ ଏବଂ ଜନସାଧାରଣ ଭଗବାନ, ଦେବା ଦେବୀ ଙ୍କ ଚରଣାଶ୍ରିତ ହେବେ ତାଙ୍କ ନାମ ଜପ କରିବେ, ଯାହା କଳି ଯୁଗର ଶେଷର ସଂକେତ ଦେବ।ଏହା ସ୍ପଷ୍ଟ ଭାବରେ ମାଳିକା ବର୍ଣ୍ଣନା କରି ଯାଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।